Sunday, October 25, 2020
Home ଖବର ବର କନିଆ ୧୪୦୦ କିଲୋମିଟର ଦୂରରେ.. ତଥାପି ହେଲା ବାହାଘର!!!!

ବର କନିଆ ୧୪୦୦ କିଲୋମିଟର ଦୂରରେ.. ତଥାପି ହେଲା ବାହାଘର!!!!

ବର କନିଆ ୧୪୦୦ କିଲୋମିଟର ଦୂରରେ.. ତଥାପି ହେଲା ବାହାଘର

ଲକ ଡାଉନ ବେଳେ ଅନେକ ରୋଚକ ଏବଂ ଦୁଖଦଖବର ସାମ୍ନାକୁ ଆସୁଛି।କେଉଁଠି ପୁଅ ଅନଲାଇନରେ ବାପାକୁ ମୁଖାଗ୍ନି ଦେଉଛି ତ ଆଉ କେଉଁଠି ବଡ଼ର୍ରରେ ଥାଇ କନ୍ୟାଦାନ କରୁଛି ଯବାନ ବାପ।ଏମିତି ଆଉ ଏକ ରୋଚକ ଖବର ସାମ୍ନାକୁ ଆସିଛି।

ଲକଡାଉନ ବେଳେ ବାହା ହେଉଥିବା ଯୋଡିଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । କିଏ ମୁଁହଁରେ ମାସ୍କ ଲାଗାଇ ବାହା ହେଉଛି ତ କିଏ ନିୟମ ଭାଙ୍ଗି ସମାଲୋଚିତ ହେଉଛି ।ତେବେ ଏଭଳି ଅବସ୍ଥାରେ ରିସ୍କ ନେବାକୁ ଚାହିଁନାହାନ୍ତି ଏଭଳି ଏକ ଯୋଡି ।ପରସ୍ପରଠୁ 1400 କିଲୋମିଟର ଦୂରରେ ଥାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ବର ମୁମ୍ବାଇର ,କନିଆ ବରେଲିର । ବର ସୁଷେନ କାନାଡାର ଏକ ଆଇଟି କମ୍ପାନୀରେ ଚାକିରୀ କରନ୍ତି । ବାହାଘର ପାଇଁ ସେ ନିଜ ଘର ମୁମ୍ବାଇ ଫେରିଥିଲେ ।ଜାକଜମକରେ ବିବାହ ପାଇଁ ଉତ୍ତରଖଣ୍ଡର ଏକ ହୋଟେଲ ବୁକ୍ କରାଯାଇଥିଲା । କିନ୍ତୁ କରୋନା ଲକଡାଉନ ପାଇଁ ପଣ୍ଡ ହେଲା ସବୁ ପ୍ଲାନ। ଏଭଳି ଅବସ୍ଥାରେ ନୂଆ ପ୍ଲାନ କଲେ ଉଭୟ ବର ଓ କନ୍ୟା।ଶେଷରେ ଭିଡିଓ କନଫରେନସିଂ ମାଧ୍ୟମରେ ହେଲା ବାହାଘର । ଛତିଶଗଡରେ ଥିବା ପଣ୍ଡିତ ବି ସମାନ ଉପାୟରେ ମନ୍ତ୍ର ପଢ଼ିଲେ । ବର ଓ କନ୍ୟା ଯାତ୍ରୀ ବି ଭିଡିଓ କନଫରେନସିଂ ମାଧ୍ୟମରେ ଉଭୟଙ୍କୁ ଆଶିର୍ବାଦ ଦେଲେ ।ଆହୁରି ରୋଚକ କଥା ହେଉଛି,କେବଳ ବିବାହ ନୁହେଁ ପୂର୍ବରୁ ହଲଦୀ ଓ ମେହେନ୍ଦି ଭଳି ରିତୀ ବି ଭିଡିଓ କନଫରେନସିଂରେ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ଖୋର୍ଦ୍ଧା, ତା୧୨/୧୦- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ-୧୯ ନିୟମକୁ ଉଲଂଘନ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ବିଜେଡି...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର,୩୧ ୟୁନିଟ ସଂଗ୍ରହ

ଖୋର୍ଦ୍ଧା, ତା୧୨/୧୦-ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣିତୀର ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରୁ ମୋଟ...

ବିଜେପି ନେତାଙ୍କ ବିବାଦୀୟ ବୟାନ…ବକବାଃସ ବିଜେପି…

ବିଜେପି ନେତାଙ୍କ ବିବାଦୀୟ ବୟାନ… ଭାରତୀୟ ପରମ୍ପରାର ତଥାକଥିତ ରକ୍ଷକ ବୋଲି ଦାବି କରୁଥିବା ବିଜେପି ନେତାମାନେ କିଭଳି ବଡ଼ମାନଙ୍କର ଅସମ୍ମାନ କରନ୍ତି ଏବଂ ବିବାଦୀୟ...

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର ଖୋର୍ଦ୍ଧା,୨/୯- ବେଗୁନିଆ ବ୍ଲକରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ...