ଜାପାନରେ ତାଣ୍ଡବ ରଚିବ ସୁନାମୀ..!!
୨୦୧୧।ସେତେବେଳେ ଆସିଥିବା ସୁନାମି ଜାପାନ ସହିତ ସମଗ୍ର ବିଶ୍ୱକୁ ଥରହର କରିଥିଲା।ଜାପାନ ସମେତ ସମଗ୍ର ଦକ୍ଷିଣ ଏସିଆରେ ସୁନାମୀକୁ ନେଇ ସୃଷ୍ଟି ହୋଇଥିଲା ଭୟଙ୍କର ପରିବେଶ।ଏହି ସୁନାମି ପ୍ରଭାବରେ ଦକ୍ଷିଣ ଏସିଆରେ ୩୦ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ କେବଳ ଜାପାନରେ ୧୫ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା।

ତେବେ ତାଜା ରିପୋର୍ଟ ଅନୁସାରେ ପୁଣି ଥରେ ଭୟଙ୍କର ସୁନାମୀର ସାମନା କରିବାକୁ ଯାଉଛି ଜାପାନ। ଏନେଇ ଜାପାନ ସରକାରଙ୍କ ଏକ ପ୍ୟାନେଲ ପକ୍ଷରୁ ଚେତାବନୀ ଦିଆଯାଇଛି । ପ୍ୟାନେଲ ପକ୍ଷରୁ କୁହାଯାଇଛି ଯେ, ଏଥର ଯେଉଁ ସୁନାମୀ ଆସିବ ତାହାର ତରଙ୍ଗ ୩୦ ମିଟର ବା ୯୮ ଫୁଟରୁ ଅଧିକ ଉଚ୍ଚ ଉଠିବ । ଏକ ଶକ୍ତିଶାଳୀ ଭୂକମ୍ପ ପରେ ଏହା ଘଟିବ । ରିକ୍ଟ ସ୍କେଲରେ ଭୂକମ୍ପର ତୀବ୍ରତା ୯ ହୋଇପାରେ ।’
ଭୂକମ୍ପ ଓ ସୁନାମୀ ଉପରେ କାମ କରୁଥିବା ବିଶେଷଜ୍ଞମାନେ କହିଛନ୍ତି ଯେ, ପ୍ରଶାନ୍ତ ମହାସାଗର ତଳ ଦେଇ ପୃଥିବୀର ପ୍ଲେଟରେ କେବେବି ଭୂକମ୍ପ ଆସିପାରେ । ଏହି କାରଣରୁ ଜାପାନର ହୋକାଇଡୋ ଓ ଇୱାତେ ପରଫେକ୍ଟର ସୁନାମୀରେ ଆକ୍ରାନ୍ତ ହୋଇପାରନ୍ତି ।

ତେବେ ସରକାରୀ ପ୍ୟାନେଲ କହିଛି ଯେ, ଜାପାନରେ ପ୍ରତି ୩୦୦ରୁ ୪୦୦ ବର୍ଷ ମଧ୍ୟରେ ବଡ ଭୂକମ୍ପ ଓ ମହାସୁନାମୀ ଆସିଥାଏ । ଶେଷଥର ୧୭ତମ ଶତାବ୍ଦୀରେ ଆସିଥିବା ବେଳେ ବର୍ତ୍ତମାନ ସମୟରେ ପୁଣି ଆସିବ ।
Bhala khabara.. Keep it up