ସରକାର ଦେଲେ ସଙ୍କେତ,ମେ ୩ରେ ସରିବ ନାହିଁ ଲକଡାଉନ!!!
କରୋନା ମହାମାରୀ ମୁକାବିଲା ପାଇଁ ସାରା ଦେଶରେ ଜାରି ରହିଛି ଲକ ଡାଉନ ନିୟମ I ସରକାରଙ୍କ ଘୋଷଣା ଅନୁସାରେ ମେ୩ରେ ଏହି ଲକ ଡାଉନ ଅବଧି ଶେଷ ହେବ I କିନ୍ତୁ ଲୋକ ଙ୍କ ମଧ୍ୟରେ ଆଶଙ୍କା ଏବଂ ଅନେକ ପ୍ରଶ୍ନ ଯେ ସତରେ କଣ ସରକାରଙ୍କ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୁଚି ଅନୁସାରେ ଲକ ଡାଉନ ପ୍ରକ୍ରିୟା ଶେଷ ହେବ??ନା ପରିସ୍ଥିତିକୁ ଦେଖି ପୁଣିଥରେ କେନ୍ଦ୍ର ସରକାର ଏହି ଅବଧି ବଢ଼ାଇ ପାରନ୍ତି??
ବିମାନ ଯାତ୍ରାର ଟିକେଟ ବୁକିଂ କୁ ନେଇ କିଛି ଆକଳନ ଆରମ୍ଭ ହୋଇଛି।
ଡିଜିସିଏ ଙ୍କ ତରଫରୁ ଜାରୀ ହେଇଥିବା ସରକୁଲାରରେ ସ୍ପଷ୍ଟ କୁହାଯାଇଛି ଯେ ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ଟିକେଟ ବୁକିଂ ହେବ ନାହିଁ I ଦେଶ ରେ ବିମାନ ଚଳାଚଳ କେବେଠାରୁ ଆରମ୍ଭ ହେବ ଏହା ଆଗାମୀ ସମୟରେ ସରକାରସ୍ପଷ୍ଟ ରୂପେ ଘୋଷଣା କରିବେ I
ବିସ୍ତାରି ଓ ଏୟାର ଏସିଆ ତରଫରୁ ବର୍ତମାନ ବୁକିଂ ଚାଲିଛି I ଉଭୟଙ୍କ ପକ୍ଷରୁ କୁହାଯାଇଛି କି ବିମାନ ଚଳାଚଳ ମନ୍ତ୍ରାଳୟ ତରଫରୁ ସେମାନଙ୍କୁ କୌଣସି ନୋଟିସ ଆସିନାହିଁ I ସବୁ ଭାରତୀୟ କମ୍ପାନୀ ୪ଗୋଟି ଡୋମେଷ୍ଟିକ ଫ୍ଲାଇଟ ପପାଇଁ ଟିକେଟ ବୁକିଂ କରୁଛନ୍ତି Iଏହା ପୂର୍ବରୁ ମନ୍ତ୍ରୀ ହରଦୀପ ସିଂ ଶନିବାର ରାତିରେ ଟ୍ୱିଟ କରି ସବୁ ଏୟାରଲାଇନ୍ସ କୁ ଅପିଲ କରିଛନ୍ତି କି ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପୂର୍ବରୁ କୌଣସି ଟିକେଟ ବୁକିଂ କରନ୍ତୁ ନାହିଁ I

କିନ୍ତୁ କିଛି ବିମାନ କମ୍ପାନୀ ଏହା କହିଛନ୍ତି କି ପ୍ରଧାନମନ୍ତ୍ରୀ ମେ୩ରେ ଲକ ଡାଉନ ପ୍ରକ୍ରିୟା ଶେଷ ହେବ ବୋଲି ଘୋଷଣା କରିଛନ୍ତି, ତେଣୁ ଆମକୁ ୪ତାରିଖରୁ ବୁକିଂ ନେବାକୁ କାହିଁକି ଦିଆ ଯାଉ ନାହିଁ ??

ଏହି ପରି ଘଟଣାକୁ ନେଇ ଲୋକେ ଆକଳନ କରୁଛନ୍ତି ଯେ ଆଗାମୀ ଦିନରେ ଲାକଡାଉନ ପ୍ରକ୍ରିୟା ଆହୁରି ବଢ଼ିପାରେ!!ତେବେ ସରକାରଙ୍କ ଘୋଷଣା ପରେ ଏହା ସ୍ପଷ୍ଟ ହେବ ଯେ ଲକଡାଉନ ବଢିବ ନା ବଢିବ ନାହିଁ।