ଲକ୍ଡାଉନ୍ରେ ବୋର୍ ହେଉଥିଲେ ଆପଣାନ୍ତୁ ଏହି ୫ ଉପାୟ…
ଆପଣ ଲକ୍ଡାଉନ୍ ସମୟରେ ବିରକ୍ତ ହୋଇ ଯାଉଛନ୍ତି କି??ଯେତେ ଚେଷ୍ଟା କଲେ ବି ଦିନ କଟୁନି କି?? ଯଦି ଏମିତି ଘଟୁଛି ଆପଣଙ୍କ ଶୀତ।ତାହେଲେ ମାତ୍ର ବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ଲକ୍ଡାଉନ୍କୁ ବୋଝ ବୋଲି ନଭାବି ବରଂ ପାରୁଛନ୍ତି ଯଦି ତାହାର ଲାଭ ଉଠାନ୍ତୁ।ସାଧାରଣ ସମୟରେ ଯେଉଁ କାମ କରିପାରି ନାହାନ୍ତି ତାହାକୁ କରି ଏ ସମୟରେ ମଜା ନିଅନ୍ତୁ। ଚାଲନ୍ତୁ ଜାଣିବା କ’ଣ ସବୁ କରି ଲ୍ଡାଉନ୍କୁ ମଜାଦାର କରିହେବ।
: ବ୍ୟସ୍ତତା ଯୋଗୁଁ ଅନେକ ସଂପର୍କୀୟ ଥାଆନ୍ତି ଯାହାଙ୍କ ସହ ଆମେ କଥା ପଦେ ବି ହୋଇପାରି ନଥାଉ। ଏହି ସମୟରେ ସେମାନଙ୍କୁ ମନେ ପକାଇ କଲ୍ଟିଏ କରନ୍ତୁ ଓ କଥା ହୁଅନ୍ତୁ। ଦେଖିବେ ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ।
: ଆଜିକାଲି ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ଲୋକେ ନୂଆ ନୂଆ ଖାଦ୍ୟ ତିଆରି କରି ଅପଲୋଡ଼ କରୁଛନ୍ତି।ତେଣୁ ଏହି ସମୟରେ ସୁଆଦିଅ ରୋଷେଇ କରି ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ଖୁଆନ୍ତୁ। ଆଉ ସମସ୍ତଙ୍କୁ ନିଜ ଲୁକାୟିତ ପ୍ରତିଭା ଦେଖନ୍ତୁ।

: ନିଜ ଘର ଆସବାପତ୍ରର ସ୍ଥାନ ପରିବର୍ତ୍ତନ କରନ୍ତୁ। ଘର ନୂଆ ଦିଶିଲେ ମନରେ ପରିବର୍ତ୍ତନ ଆସିଥାଏ। କିଛି ମାତ୍ରାରେ ବୋର୍ ଲାଗିବା କମ୍ ହେବ ନିଶ୍ଚୟ।
: ଯଦି ଆପଣଙ୍କ ଭିତରେ ସଂଗୀତ, ସାହିତ୍ୟ, ଚିତ୍ର ପରି କିଛି କଳା ଅଛି ତାହାକୁ ଏହି ଲକ୍ଡାଉନ୍ ସମୟରେ ମନେ ନିଶ୍ଚୟ ପକାନ୍ତୁ। ଦେଖିବେ ଆପଣଙ୍କୁ ଖୁବ୍ ଶାନ୍ତି ଅନୁଭବ ହେବ।
: ଆପଣଙ୍କର ଯଦି କୃଷିରେ ରୁଚି ରହିଛି ତେବେ ଆପଣ ନିଜ ଘର କଡ଼ରେ କିମ୍ବା ଛାତରେ ଗଛ ଲଗାଇ ତାହାର ଯତ୍ନ ନେଇ ନିଜ ସମୟ କାଟିପାରିବେ।