Sunday, October 25, 2020
Home ଖବର ସମୁଦ୍ର ଲହଡ଼ିରୁ ବାହାରିଲା ନୀଳ ରଙ୍ଗର ଆଲୋକ..ଜାଣନ୍ତୁ କେବେ,କେଉଁଠି ଏବଂ କେମିତି…

ସମୁଦ୍ର ଲହଡ଼ିରୁ ବାହାରିଲା ନୀଳ ରଙ୍ଗର ଆଲୋକ..ଜାଣନ୍ତୁ କେବେ,କେଉଁଠି ଏବଂ କେମିତି…

ସମୁଦ୍ର ଲହଡ଼ିରୁ ବାହାରିଲା ନୀଳ ରଙ୍ଗର ଆଲୋକ..ଜାଣନ୍ତୁ କେବେ,କେଉଁଠି ଏବଂ କେମିତି…

କରୋନା ସଂକ୍ରମଣ ରୋକିବା ପାଇଁ ବିଶ୍ୱର ଅନେକ ଦେଶ ଏବେ ଲକ୍‌ଡାଉନରେ । ଫଳରେ ବିଭିନ୍ନ ଦେଶରେ ପ୍ରଦୂଷଣ ମାତ୍ରା ହ୍ରାସ ପାଇବା ସହ ନଦୀର ଜଳ ଆହୁରି ସ୍ୱଚ୍ଛ ହୋଇଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନ ଏବେ ଶୂନ୍‌ଶାନ୍‌ ହୋଇଯାଇଛି। ଏସବୁ ଭିତରେ ଆମେରିକା ମେକ୍ସିକୋର Acapulco ସମୁଦ୍ର ବେଳାଭୂମିରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ସମୁଦ୍ର ଲହଡିରୁ ନୀଳ ରଙ୍ଗର ଆଲୋକ ବାହାରିଥିବା ଦେଖିବାକୁ ମିଳିଛି।

ଲକ୍‌ଡାଉନ୍‌ ଜାରି ହୋଇଥିବାରୁ ଆବଶ୍ୟକ ନ ଥିଲେ ଲୋକମାନେ ଘରୁ ବାହାରୁ ନାହାନ୍ତି। ସନ୍ଧ୍ୟା ହେଲେ ଯେଉଁଠି ସମୁଦ୍ର କୂଳରେ ହଜାର ହଜାର ଲୋକଙ୍କ ଭିଡ଼ ଜମୁଥିଲା, ଏବେ ପୂରା ଶୂନ୍‌ଶାନ୍‌ ହୋଇଯାଇଛି। ଏହି ସମୟରେ, ସମୁଦ୍ରରେ ଥିବା ଜୀବମାନଙ୍କ ମଧ୍ୟରେ ଏକ ନିଆରା Bioluminescent ଘଟଣା Acapulco ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଛି। Bioluminescentର ଅର୍ଥ କୌଣସି ଜୀବଙ୍କ ଶରୀରରୁ ଆଲୋକ ବାହାରିବାକୁ ବୁଝାଇଥାଏ।

ସୋମବାର ଦିନ ଏହି ଘଟଣାଟି ଘଟିଥିବା କୁହାଯାଉଥିବା ବେଳେ ଏବେ ଏହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଜଳରେ ଥିବା ଅଣୁଜୀବମାନଙ୍କର ବାୟୋକେମିକାଲ୍ ପ୍ରତିକ୍ରିୟା ଯୋଗୁ ଏଭଳି ଘଟଣା ଘଟିଥାଏ।

ସମୁଦ୍ର ତରଙ୍ଗରୁ ରଙ୍ଗୀନ ଆଲୋକ ବାହାରିବା ଘଟଣା ଜଣାପଡ଼ିବା ପରେ ଲକ୍‌ଡାଉନ୍‌ ସତ୍ତ୍ୱେ ଏଭଳି ନିଆରା ଦୃଶ୍ୟ ଦେଖିବା ପାଇଁ Acapulco ସମୁଦ୍ର ବେଳାଭୂମିରେ ଅନେକ ଲୋକେ ପହଞ୍ଚି କ୍ୟମେରାରେ ଏହି ଦୃଶ୍ୟ କଏଦ କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ଏଭଳି ଘଟଣା ୬୦ବର୍ଷ ପୂର୍ବେ ଦେଖିବାକୁ ମିଳିଥିଲା।

ଏହି ଘଟଣାକୁ ନେଇ ମେକ୍ସିକୋର Acapulco ଟୁରିଜିମ୍ ବୋର୍ଡ କହିଛି, Puerto Marqués ସମୁଦ୍ର ବେଳାଭୂମିରେ ଘଟିଥିବା ଏହି ଘଟଣା ଅଣୁଜୀବମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ବାୟୋକେମିକାଲ୍ ପ୍ରତିକ୍ରିୟାର ଏକ ଉପାଦାନ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ଖୋର୍ଦ୍ଧା, ତା୧୨/୧୦- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ-୧୯ ନିୟମକୁ ଉଲଂଘନ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ବିଜେଡି...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର,୩୧ ୟୁନିଟ ସଂଗ୍ରହ

ଖୋର୍ଦ୍ଧା, ତା୧୨/୧୦-ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣିତୀର ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରୁ ମୋଟ...

ବିଜେପି ନେତାଙ୍କ ବିବାଦୀୟ ବୟାନ…ବକବାଃସ ବିଜେପି…

ବିଜେପି ନେତାଙ୍କ ବିବାଦୀୟ ବୟାନ… ଭାରତୀୟ ପରମ୍ପରାର ତଥାକଥିତ ରକ୍ଷକ ବୋଲି ଦାବି କରୁଥିବା ବିଜେପି ନେତାମାନେ କିଭଳି ବଡ଼ମାନଙ୍କର ଅସମ୍ମାନ କରନ୍ତି ଏବଂ ବିବାଦୀୟ...

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର ଖୋର୍ଦ୍ଧା,୨/୯- ବେଗୁନିଆ ବ୍ଲକରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ...