ଆସିଲା ୩ପଜିଟିଭଙ୍କ ସମ୍ପୂର୍ଣ୍ଣ ତଥ୍ୟ…ସୁରତ ଫେରନ୍ତା..
ଆଜି ସକାଳେ ଚିହ୍ନଟ ହୋଇଥିବା ୩ଜଣ ପଜିଟିଭଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର।
ଗଞ୍ଜାମରୁ ଚିହ୍ନଟ ହୋଇଥିବା ଦୁଇ ପଜିଟିଭ ସୁରତରୁ ଫେରିଥିବାବେଳେ ଉଭୟଙ୍କ ବୟସ ଯଥାକ୍ରମେ ୧୭ ଓ ୨୨ ବର୍ଷ।ଉଭୟଙ୍କ ଠାରେ କୌଣସି ଲକ୍ଷଣ ନଥିଲା।
ସେହିପରି ଝରସୁଗୁଡ଼ାରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ୪୦ବର୍ଷୀୟ ମହିଳା।ପୂର୍ବରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସେ ସଂକ୍ରମିତ ହୋଇଥିବା ଜଣାପଡିଛି।ପୂର୍ବ ସଂକ୍ରମିତ ଜଣଙ୍କ ପଶ୍ଚିମବଙ୍କରୁ ଫେରିଥିଲେ।