Thursday, October 22, 2020
Home ବ୍ୟକ୍ତିତ୍ୱ ମହାରାଣା ପ୍ରତାପ ସି˚ହ..ମୋଗଲଙ୍କୁ ପାଣି ପିଆଇଦେଇଥିବା ମହାବଳୀ...

ମହାରାଣା ପ୍ରତାପ ସି˚ହ..ମୋଗଲଙ୍କୁ ପାଣି ପିଆଇଦେଇଥିବା ମହାବଳୀ…

ମନେପଡ଼ନ୍ତି: ମହାରାଣା ପ୍ରତାପ ସି˚ହ

ମହାରାଣା ପ୍ରତାପ ସି˚ହ ଉଦୟପୁର ଓ ମେୱାଡ଼ର ସିସୋଦିୟା ରାଜବ˚ଶର ପ୍ରସିଦ୍ଧ ନରପତି ଥିଲେ। ମୁଗଲ ସମ୍ରାଟ୍‌ ଅକବରଙ୍କ ଶାସନ କାଳରେ ସେ ନିଜର ଅପୂର୍ବ ବୀରତ୍ବ ପ୍ରଦର୍ଶନ କରି ଜୀବନ୍ତ କି˚ବଦନ୍ତି ପାଲଟିଥିଲେ। ତାଙ୍କ ସମୟର ଅଧିକା˚ଶ ରାଜପୁତ ରାଜା ମୁଗଲଙ୍କ ଆଧିପତ୍ୟ ସ୍ବୀକାର କରିନେଇଥିଲେ। ଅମ୍ବରର ରାଜା ମାନସି˚ହ, ଅକବରଙ୍କ ମୁଖ୍ୟ ସେନାପତି ଦାୟିତ୍ବ ଗ୍ରହଣ କରିଥିଲେ। ରାଣାଙ୍କ ନିଜ ଭାଇ ଶକ୍ତି ସି˚ହ ଓ ସାଗର ସି˚ହ ମଧ୍ୟ ଅକବରଙ୍କ ସେନାରେ ସାମିଲ ହୋଇଥିଲେ। ତେବେ ମହାରାଣା ପ୍ରତାପ ମୁଗଲ ବଶତ୍ବ ସ୍ବୀକାର କରି ନ ଥିଲେ। ଅକବର, ତାଙ୍କ ସହ ପ୍ରଥମେ ଯୁଦ୍ଧ ଚାହୁଁ ନ ଥିଲେ। କାରଣ ମହାରାଣା ସେ ସମୟରେ ଅତ୍ୟନ୍ତ ଶକ୍ତିଶାଳୀ ଓ ପରାକ୍ରମୀ ଶାସକ ଥିଲେ। ତାଙ୍କୁ ନିଜ ଅଧୀନକୁ ଆଣିବା ପାଇଁ ଅକବର ପ୍ରଥମେ କୂଟନୀତିର ଆଶ୍ରୟ ନେଇଥିଲେ। ଚାରି ଥର(୧୫୭୨ରେ ଜଲାଲ ଖଁା, ୧୫୭୩ରେ ରାଜା ମାନସିଂହ, ୧୫୭୩ରେ ଦ୍ବିତୀୟ ଥର ପାଇଁ ଭଗୱାନଦାସ ଏବଂ ତୃତୀୟ ଥର ପାଇଁ ରାଜା ଟୋଡ଼ର ମଲ, ମହାରାଣାଙ୍କୁ ବୁଝାଇବା ପାଇଁ ଯାଇଥିଲେ) ଉଦୟପୁରକୁ ରାଜଦୂତ ପ୍ରେରଣ କରି କୂଟନୈତିକ ସ୍ତରରେ ବିଫଳ ହେବା ପରେ, ଯୁଦ୍ଧ ଡାକରା ଦେଇଥିଲେ। କୂଟନୈତିକ ବିଫଳତାର ପରିଣାମ ଥିଲା ‘ହଲଦୀଘାଟୀ ଯୁଦ୍ଧ’। ଏହି ଯୁଦ୍ଧରେ ସୁଦ୍ଧା ବିଶାଳ ମୁଗଲ ସେନା କୌଣସି ସଫଳତା ହାସଲ କରିପାରି ନ ଥିଲା।

୧୫୭୬ରେ ହଲଦୀଘାଟୀରେ ମୁଗଲ ଓ ରାଜପୁତ ସେନା ମୁହଁାମୁହିଁ ହୋଇଥିଲା। ମହାରାଣାଙ୍କୁ ପରାସ୍ତ କରିବା ନିମନ୍ତେ ଅକବର ବିଶାଳ ସେନା ପ୍ରେରଣ କରିଥିଲେ। ମହାରାଣାଙ୍କ କ୍ଷୁଦ୍ର ସେନା ପକ୍ଷେ ତିଷ୍ଠିବା ଅସମ୍ଭବ ଥିଲା। ତେବେ,ସେ ଧୈର୍ଯ୍ୟ ନ ହରାଇ ଯୁଦ୍ଧ ଚଳାଇଥିଲେ। ତାଙ୍କୁ ସହ‌େଯାଗ କରିଥିଲେ ଭୀଲ ସେନାର ସରଦାର ରାଣା ପୂଂଜା, ଗ୍ବାଲିୟରର ରାଜା ରାମଶାହ ତୋମର ଓ ମୁସଲମାନ ସରଦାର ହକୀମ ଖଁା ସୂରୀ। ମୁଗଲ ସେନାର ନେତୃତ୍ବ ନେଇଥିଲେ ମାନସିଂହ ଓ ଆସଫ ଖଁା। ଏହି ଯୁଦ୍ଧର ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଲେଖିଥିଲେ- ଅବଦୁଲ କାଦିର ବଦାୟୂଁନୀ। ଫଳାଫଳ ମୁଗଲଙ୍କ ସପକ୍ଷରେ ଯାଉଥିବା ଦେଖି, ରଣାଙ୍ଗନ ତ୍ୟାଗ କରିବା ପାଇଁ ମହାରାଣାଙ୍କୁ ପରାମର୍ଶ ଦିଆଯାଇଥିଲା ଏବ˚ ଠିକ୍‌ ସେହି ସମୟରେ ଅକବରଙ୍କ ପକ୍ଷ ତ୍ୟାଗ କରି ଭାଇ ଶକ୍ତି ସି˚ହ, ତାଙ୍କର ସହଯୋଗ କରିଥିଲେ। ମହାରାଣାଙ୍କ ପ୍ରିୟ ଘୋଡ଼ା ‘ଚେତକ’ ଯୁଦ୍ଧ ଭୂଇଁରେ ଟଳିପଡ଼ିବାରୁ, ଶକ୍ତି ନିଜର ଘୋଡ଼ା ‘ହୁଙ୍କାର’କୁ ଭାଇଙ୍କୁ ଦେଇଥିଲେ। ଅନ୍ୟ ଜଣେ ରାଜପୁତ ବୀର ଝାଲାମାନ, ମହାରାଣାଙ୍କ ବେଶ ଧାରଣ କରି ଲଢ଼େଇର ନେତୃତ୍ବ ନେଇ, ଜୀବନ ଦେଇଥିଲେ। ମହାରାଣାଙ୍କୁ ବଞ୍ଚାଇବାକୁ ଯାଇ ଶକ୍ତି, ରାଜା ରାମଶାହ ଏବଂ ତାଙ୍କର ତିନି ପୁତ୍ର ମଧ୍ୟ ନିହତ ହୋଇଥିଲେ। ସେମାନଙ୍କର ବଳିଦାନ ଯୋଗୁଁ ମହାରାଣା ପଳାୟନ କରିବାରେ ସଫଳ ହୋଇଥିଲେ। ଯୁଦ୍ଧ ଅମୀମାଂସିତ ରହିଥିଲା। ମୁଗଲ ସେନା ମଧ୍ୟ ଶେଷରେ ଛତ୍ରଭଙ୍ଗ ଦେଇଥିଲା।

ତାହା ପରେ ମହାରାଣା ଅରାବଳୀ ପାହାଡ଼ରେ ଆଶ୍ରୟ ନେଇ, ଭୀଲ ଜନଜାତିର ସମର୍ଥନରେ ମୁଗଲଙ୍କ ବିରୋଧରେ ଗରିଲା ଯୁଦ୍ଧ(ଏହି ଯୁଦ୍ଧ ପଦ୍ଧତି ପିତା ଉଦୟ ସିଂହଙ୍କଠାରୁ ସେ ଶିକ୍ଷା କରିଥିଲେ। ମହାରାଣା ଉଦୟ ସିଂହ କେବେ ଗରିଲା ଯୁଦ୍ଧ କରି ନ ଥିଲେ। ତେବେ, ପରବର୍ତ୍ତୀ କାଳରେ ତାଙ୍କ ପୁତ୍ରଙ୍କ ସମେତ ମହାରାଣା ରାଜ ସିଂହ ଓ ଛତ୍ରପତି ଶିବାଜୀ ଏହାର ପ୍ରୟୋଗ କରି ସଫଳତା ପାଇଥିଲେ) ଚଳାଇଥିଲେ। ‘ହଲଦୀଘାଟୀ ଯୁଦ୍ଧ’ ପରେ ଅକବର ଚୁପ୍‌ ବସି ନ ଥିଲେ। ମହାରାଣାଙ୍କୁ ଧରିବା ପାଇଁ କ୍ରମାଗତ ଉଦ୍ୟମ କରିଥିଲେ। ନିଜର ପୂରା ଶକ୍ତି-ସାମର୍ଥ୍ୟ ଲଗାଇ ମଧ୍ୟ ସେ ନିଜ ଉଦ୍ୟମରେ ସଫଳ ହୋଇପାରି ନ ଥିଲେ। ଏକାଧିକ ଛୋଟ ଛୋଟ ଯୁଦ୍ଧରେ ତାଙ୍କ ସେନା ବାରମ୍ବାର ପରାଜିତ ହୋଇଥିଲା। ଶେଷରେ ୧୫୮୨ରେ ଦିୱେର ରଣାଙ୍ଗନରେ ମୁଗଲ ସେନା ପରାଜିତ ହୋଇଥିଲା ଏବ˚ ଚିତ୍ତୌଡ଼ଗଢ଼କୁ ଛାଡ଼ି ମହାରାଣା ନିଜ ସାମ୍ରାଜ୍ୟର ଅବଶିଷ୍ଟ ଅ˚ଶ ଦଖଲ କରିପାରିଥିଲେ। ଏହା ପରେ ଅକବର ଆଉ ଯୁଦ୍ଧ ପାଇଁ ସାହସ କରି ନ ଥିଲେ। ମହାରାଣା ଚାୱଂଡ଼ରେ ନୂଆ ରାଜଧାନୀ ପ୍ରତିଷ୍ଠା କରି ସୁଶାସନରେ ମନଦେଇଥିଲେ। ୧୯ ଜାନୁଆରି ୧୫୯୭ରେ ମୃଗୟା ବେଳେ ଆହତ ହୋଇ ମହାରାଣାଙ୍କ ପରଲୋକ ହୋଇଥିଲା। ତାଙ୍କର ଥିଲେ ଏଗାର ରାଣୀ(ପାଟରାଣୀ- ଅଜାବ୍‌ଦେ ପଂୱାର) ଓ ଊଣେଇଶ ପୁତ୍ର-କନ୍ୟା। ବଡ଼ ପୁଅ ଅମର ସି˚ହ ଉତ୍ତରାଧିକାରୀ ଭାବେ ସି˚ହାସନ ଆରୋହଣ କରିଥିଲେ। ସେ ମଧ୍ୟ ମୁଗଲଙ୍କ ବିରୋଧରେ ସତରଟି ଯୁଦ୍ଧ ଲଢ଼ିଥିଲେ ଏବ˚ ଶେଷରେ ଜହଁାଗୀରଙ୍କ ସମୟରେ ମୁଗଲ ଆଧିପତ୍ୟ ସ୍ବୀକାର କରିବାକୁ ବାଧ୍ୟ ହୋଇଥିଲେ ଏବ˚ ସେଥି ସହ ରାଜପୁତଙ୍କ ପତନ ପର୍ବ ଆରମ୍ଭ ହୋଇଥିଲା। ୧୫୪୦ ମେ ୯ରେ କୁମ୍ଭଲଗଢ଼ ଦୁର୍ଗରେ ମହାରାଣା ପ୍ରତାପ ସି˚ହ ଜନ୍ମ ହୋଇଥିଲେ। ୨୮ ଫେବ୍ରୁଆରି ୧୫୭୨ରେ ତାଙ୍କର ରାଜାଭିଷେକ ହୋଇଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ଖୋର୍ଦ୍ଧା, ତା୧୨/୧୦- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ-୧୯ ନିୟମକୁ ଉଲଂଘନ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ବିଜେଡି...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର,୩୧ ୟୁନିଟ ସଂଗ୍ରହ

ଖୋର୍ଦ୍ଧା, ତା୧୨/୧୦-ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣିତୀର ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରୁ ମୋଟ...

ବିଜେପି ନେତାଙ୍କ ବିବାଦୀୟ ବୟାନ…ବକବାଃସ ବିଜେପି…

ବିଜେପି ନେତାଙ୍କ ବିବାଦୀୟ ବୟାନ… ଭାରତୀୟ ପରମ୍ପରାର ତଥାକଥିତ ରକ୍ଷକ ବୋଲି ଦାବି କରୁଥିବା ବିଜେପି ନେତାମାନେ କିଭଳି ବଡ଼ମାନଙ୍କର ଅସମ୍ମାନ କରନ୍ତି ଏବଂ ବିବାଦୀୟ...

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର ଖୋର୍ଦ୍ଧା,୨/୯- ବେଗୁନିଆ ବ୍ଲକରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ...