କରୋନା ମହାମାରୀ ସମାପ୍ତି ଘୋଷଣା କଲା ସ୍ଲୋଭେନିଆ..!!!
ୟୁରୋପ୍ ମହାଦେଶ କରୋନା ମହାମାରୀ ଯୋଗୁଁ ସବୁଠୁ କ୍ଷତିଗ୍ରସ୍ତ ହୋଇଛି । ୧୮ ଲକ୍ଷରୁ ଅଧିକ ଲୋକ ୟୁରୋପ୍ରେ କରୋନା ଆକ୍ରାନ୍ତ ହୋଇଥିବାବେଳେ ୧ଲକ୍ଷ ୬୦ ହଜାରରୁ ଅଧିକ ଲୋକଙ୍କଙ୍କ ମୃତ୍ୟୁ ହୋଇଛି। ଏଭଳି ସ୍ଥିତିରେ ୟୁରୋପୀୟ ରାଷ୍ଟ୍ର ସ୍ଲୋଭେନିଆ ଏବେ କରୋନା ଭାଇରସ୍ର ଦେଶରେ ପରିସମାପ୍ତି ଘଟିଥିବା ଘୋଷଣା କରିଛି। ପ୍ରଥମ ୟୁରୋପୀୟ ରାଷ୍ଟ୍ରଭାବେ ସ୍ଲୋଭେନିଆ ଏହି ଘୋଷଣା କରିଛି। ଏବେ ଅନ୍ୟ ୟୁରୋପୀୟ ରାଷ୍ଟ୍ରରୁ ଆସୁଥିବା ଲୋକମାନଙ୍କୁ ସ୍ଲୋଭେନିଆରେ ଅଧିକ ଦିନ କ୍ବାରାଣ୍ଟିନ୍ରେ ରହିବାକୁ ପଡ଼ିବନି ବୋଲି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି। ୨୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସ୍ଲୋଭେନିଆରେ ମୋଟ୍ ୧୬୬୪ କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ୧୦୩ ଜଣଙ୍କ ମୃତ୍ୟୁ ହୋଇଛି।
ଅନ୍ୟପକ୍ଷରେ ବିଶ୍ବର ସବୁଠୁ କ୍ଷତିଗ୍ରସ୍ତ ରାଷ୍ଟ୍ର ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୬୮୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ମୃତ୍ୟୁସଂଖ୍ୟା ୮୯ ହଜାରରେ ପହଞ୍ଚିଛି। ରୁଷ୍ରେ ପୁଣି ୯,୨୦୦ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୭୨ ହଜାର ପାର କରିଛି।

ବିଶ୍ବରେ ଦ୍ବିତୀୟ ପ୍ରଭାବିତ ଏବଂ ୟୁରୋପ୍ରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ସ୍ପେନ୍ରେ ଏବେ ଧୀରେ ଧୀରେ ସ୍ଥିତି ସୁଧୁରୁଛି। ସ୍ପେନ୍ ଏହାର ୭୦ ପ୍ରତିଶତ ଜନସଂଖ୍ୟାଙ୍କ ପାଇଁ କଟକଣା କୋହଳ କରିଛି।