Sunday, October 24, 2021
Home ଖବର ଜାଣନ୍ତୁ ମାଟ୍ରିକ ଖାତା ଦେଖା ପାଇଁ କଣ ରହିଛି ଗାଇଡ଼ ଲାଇନ...

ଜାଣନ୍ତୁ ମାଟ୍ରିକ ଖାତା ଦେଖା ପାଇଁ କଣ ରହିଛି ଗାଇଡ଼ ଲାଇନ…

ଜାଣନ୍ତୁ ମାଟ୍ରିକ ଖାତା ଦେଖା ପାଇଁ କଣ ରହିଛି ଗାଇଡ଼ ଲାଇନ?

ମେ ୨୬ରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ଖାତା ଦେଖା । ସେଥିପାଇଁ ଜିଲ୍ଲା ସ୍ତରରେ ଜଣେ ନୋଡ଼ାଲ ଅଫିସରଙ୍କୁ ନିଯୁକ୍ତି ଦେବାକୁ ଚିଠି ଲେଖାଯାଇଛି । ଏନେଇ ସବୁ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।ସେହିପରି ଖାତା ଦେଖା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏହାସହ ମାଟ୍ରିକ ଖାତା ଦେଖା କେନ୍ଦ୍ର ପାଇଁ ଗାଇଡ଼ଲାଇନ ମଧ୍ୟ ଜାରି ହୋଇଛି ।ଚଳିତବର୍ଷ ୩୦ଟି ଜିଲ୍ଲାର ୬୦ଟି କେନ୍ଦ୍ରରେ ମାଟ୍ରିକ ଖାତା ଦେଖା ହେବ । ପ୍ରତ୍ୟେହ ସକାଳ ୯ରୁ ଅପରାହ୍ନ ୩ଟାଯାଏଁ ଖାତା ଦେଖା ହେବ । ରବିବାର ଓ ଛୁଟି ଦିନରେ ମଧ୍ୟ ଖାତା ଦେଖା ଜାରି ରହିବ । ଚଳିତଥର ସାମାଜିକ ଦୂରତା ରକ୍ଷା ପାଇଁ ୨ଟି ପର୍ଯ୍ୟାୟରେ ଖାତାଦେଖା ହେବ । ପ୍ରଥମ ପର୍ଯ୍ୟାୟରେ ୪ଟି ବିଷୟ ଯଥା ଇଂରାଜୀ, ଗଣିତ, ଭୂଗୋଳ ଓ ଇତିହାସ ଖାତା ମୂଲ୍ୟାୟନ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ବିଷୟ ଯଥା ଓଡ଼ିଆ, ପଦାର୍ଥ ବିଜ୍ଞାନ, ହିନ୍ଦୀ, ସଂସ୍କୃତ ଓ ଜୀବ ବିଜ୍ଞାନ ଖାତା ମୂଲ୍ୟାୟନ ହେବ ।

(ବିଜ୍ଞାପନ)

ପ୍ରତି ପର୍ଯ୍ୟାୟରେ ପ୍ରତି କେନ୍ଦ୍ରରେ ୧୫୦-୨୦୦ ପରୀକ୍ଷକ ଖାତା ଦେଖିବେ । ପରୀକ୍ଷକଙ୍କ ପାଇଁ ୧୦କିମିରୁ ଅଧିକ ହେବନାହିଁ ମୂଲ୍ୟାୟନ କେନ୍ଦ୍ର । ସବୁ ପରୀକ୍ଷକଙ୍କ ପାଇଁ ମାସ୍କ ଓ ଥର୍ମାଲ ସ୍କିନିଂ ବାଧ୍ୟତାମୂଳକ । ପ୍ରତି ମୂଲ୍ୟାୟନ କେନ୍ଦ୍ରରେ ଏକ ଆଇସୋଲେସନ ରୁମ୍ ରହିବ । ପ୍ରତିଦିନ ଖାତାଦେଖା ପରେ ନମ୍ବର ବୋର୍ଡ଼ ସର୍ଭରରେ ଅପଲୋଡ଼ କରାଯିବ । ପ୍ରତିଦିନ ଖାତାଦେଖା ପୂର୍ବରୁ ଓ ପରେ କେନ୍ଦ୍ରକୁ ସାନିଟାଇଜ କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...