ଲକଡାଉନ ହେଲା କାଳ..ରାସ୍ତା କଡରେ ଫଳ ବିକିବାକୁ ବାଧ୍ୟ ହେଲେ ବଲିଉଡର ଏହି ଅଭିନେତା..କହିଲେ- ‘ଆଉ କିଛି ଚାରା ନାହିଁ’!!!
ବଲିଉଡ ଫିଲ୍ମରେ କେବଳ ମେଗାଷ୍ଟାର ମାନଙ୍କୁ ଦେଖିନଥାନ୍ତି।ଅନେକ ଛୋଟ ବଡ଼ କଳାକାର ଙ୍କୁ ମଧ୍ୟ ଦେଖିବାକୁ ମିଳେ | ଅନେକ ଫିଲ୍ମ ବିଗତ ଦିନରେ ରିଲିଜ ହେବାର ଆପଣ ଦେଖିଥିବେ କିନ୍ତୁ ବର୍ତମାନ କରୋନା ମହାମାରୀ କାରଣରୁ ସାରା ଦେଶରେ ଲକଡାଉନ ଜାରି ରହିଛି | ତେଣୁ କୌଣସି ବି ଫିଲ୍ମର ସୁଟିଂ ହେଉନାହିଁ | ଯାହା ଦ୍ୱାରା ଛୋଟ ମୋଟ କଳାକାରଙ୍କ ର ଘର ଚାଲିବାରେ ସମସ୍ୟା ହେଉଛି | ଏବଂ ସେମାନେ ନାନା ସମସ୍ୟା ର ସମୁଖୀନ ହେଉଛନ୍ତି

ଏଭଳି ସ୍ଥିତିରେ ବାଧ୍ୟ ହୋଇ ସୋଲଙ୍କି ଦିବାକର ନାମକ ଜଣେ ବଲିଉଡ କଳାକାର ରାସ୍ତା କଡରେ ଫଳ ବିକ୍ରୟ କରିବାକୁ ବାଧ୍ୟ ହେଇଛନ୍ତି ।
ସୋଲଙ୍କି ଦିବାକରଙ୍କ ବିଷୟରେ ଜାଣି ରଖନ୍ତୁ କି ଆୟୁସ୍ମାନ ଖୁରାନା ଷ୍ଟାର ଫିଲ୍ମ ଡ୍ରିମ ଗାର୍ଲରେ ସେ କାମ କରିଛନ୍ତି | ଫିଲ୍ମରେ ଆପଣ ଏହି ଛୋଟ କଳାକାର ଙ୍କୁ ଆପଣ ବିଶେଷ ଧ୍ୟାନ ଦେଇ ନଥିବେ | କିନ୍ତୁ ବର୍ତମାନ ପରିସ୍ଥିତି କାରଣରୁ ସେ ଦିଲ୍ଲୀର ରାସ୍ତା କଡ଼ରେ ଫଳ ବିକ୍ରୟ କରିବାକୁ ବାଧ୍ୟ ହେଉଛନ୍ତି
|

ସୋଲଙ୍କି ଦିବାକର ଜଣେ ଜୁନିୟର ଆର୍ଟିଷ୍ଟ ଅଟନ୍ତି | ସେ ଅନେକ ଫିଲ୍ମରେ କାମ କରିଛନ୍ତି | ସୋଲଙ୍କି ଦିବାକର ତାଙ୍କ କଳାକାର ଜୀବନରେ ଅନେକ ସଂଘର୍ଷ କରିଛନ୍ତି | କରନା ମହାମାରୀ କାରଣରୁ ସାରା ଦେଶରେ ଲକଡଡାଉନ ଲାଗି ରହିଥିଲା | ତେଣୁ ସେ ବାଧ୍ୟ ହେଇ କିଛି କାମ ନଥିବା କାରଣରୁ ଫଳ ବିକ୍ରୟ କରିଥିଲେ | ୩୫ ବର୍ଷୀୟ ସୋଲଙ୍କି ଦିବାକର ବହୁତ କଷ୍ଟରେ ନିଜ ପରିବାରର ଦେଖାଶୁଣା କରୁଛନ୍ତି |

ସୋଲଙ୍କିଙ୍କୁ ଯେତେବେଳେ ଏହି ବିଷୟରେ ପଚରାଯାଇଥିଲା ତ ସେ କହିଥିଲେ କୌଣସି କାମ ଛୋଟ ନୁହେଁ | ଫଳ ବିକ୍ରୟ କରିବାରେ ମଧ୍ୟ ତାଙ୍କୁ ଖୁସି ଲାଗୁଛି, କାରଣ ଏପରି ଅସମୟରେ ସେ ନିଜ ପରିବାର କିପରି ଚାଲିବ ତାହାକୁ ଧ୍ୟାନ ଦେଇଛନ୍ତି | ତେଣୁ କିଛି ନା କିଛି କାମ କରି କିପରି ରୋଜଗାର କରିବେ ଏହା କୁ ସେ ବିଶେଷ ଧ୍ୟାନ ଦେଉଛନ୍ତି |