ପୁଣି ଶସ୍ତା ହେଲା ସୁନା-ରୂପା, ଜାଣନ୍ତୁ ରେଟ୍
ଅନଲକ୍-୧ ପରେ ଧିରେ ଧିରେ ସୁନା ଦର କମିବାରେ ଲାଗିଛି । ବିବାହ ଋତୁରେ ବଜାର ମଧ୍ୟ କମିବାରେ ହେବାରେ ଲାଗିଛି । ଏହାରି ମଧ୍ୟରେ ଆଜି ୨୨ କ୍ୟାରେଟରୁ ନେଇ ୨୪ କ୍ୟାରେଟ୍ ପର୍ଯ୍ୟନ୍ତ ସୁନା ଶସ୍ତା ହୋଇଛି । ରୂପା ଦର ମଧ୍ୟ ବଜାରରେ କମିବାର ଦେଖାଦେଇଛି । ସୋମବାର ସକାଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୨୯୬ ଟଙ୍କା କମିଛି । ଏହି କ୍ରମରେ ୧୦ ଗ୍ରାମ ସୁନା ଏବେ ୪୬,୪୦୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ରୂପା ୨୩୦ ଟଙ୍କା ହ୍ରାସ ପାଇ ୪୭,୫୭୦ ଟଙ୍କାରେ ପହଞ୍ଚିଛି ।

ତେବେ ୨୩ କ୍ୟାରେଟ୍ ସୁନାରେ ୨୯୫ ଟଙ୍କା ହ୍ରାସ ପାଇଛି, ଯାହାର ମୂଲ୍ୟ ୪୬,୨୧୪ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନାର ଦାମ୍ ୨୭୨ ଟଙ୍କା ହ୍ରାସ ପାଇଁ ୧- ଗ୍ରାମ ପ୍ରତି ୪୨,୫୦୨ ଟଙ୍କାରେ ପହଞ୍ଚିଛି । ଏଥିରେ ଜିଏସଟି ମଧ୍ୟ ଲାଗୁ ହୋଇନାହିଁ । ଏହା ସହ ୧୮ କ୍ୟାରେଟ୍ ସୁନା ଏବେ ୩୪,୮୦୦ ଟଙ୍କାରେ ବିକ୍ରି ହେଉଛି ।
