Wednesday, October 28, 2020
Home ଖବର ପୁଲିସ ଉପନିରୀକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା

ପୁଲିସ ଉପନିରୀକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା

ପୁଲିସ ଉପନିରୀକ୍ଷକ ବଦଳି ପ୍ରତିବାଦରେ ଧାରଣା


ଖୋର୍ଦ୍ଧା,୧୩/୬-ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାରେ କାର୍ଯ୍ୟରତ ଆରକ୍ଷୀ ଉପ ନିରୀକ୍ଷକ ବିଜୟ କୁମାର ମଲିକଙ୍କ ବଦଳି ପ୍ରତିବାଦରେ ମହିଳା ଗୋଷ୍ଠି, ସଚେତନ ନାଗରିକ, ବୁଦ୍ଧିଜୀବୀ ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟମାନେ ଅଂଶ ଗ୍ରହଣ କରି ଥାନା କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ।ଏଥି ସହ ଉପନିରୀକ୍ଷକଙ୍କ ବେଗୁନିଆରୁ ବାଣପୁର ଥାନାକୁ ବଦଳି ହୋଇଥିବା ବେଳେ ଏହାକୁ ବାତିଲ କରି ପୁନର୍ବାର ବେଗୁନିଆ ଥାନାରେ କାର୍ଯ୍ୟ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ରକୁ ଅବଗତି ନିମନ୍ତେ ପଠାଯାଇଥିଲା ।

(ବିଜ୍ଞାପନ)

ବେଗୁନିଆ ଥାନାରେ ଆରକ୍ଷୀ ଉପନିରୀକ୍ଷକ ଭାବରେ ଦୀର୍ଘ ୧ ବର୍ଷ ଧରି କାର୍ଯ୍ୟରତ ଶ୍ରୀ ମଲ୍ଲିକ ଜଣେ ଦକ୍ଷ, କର୍ତବ୍ୟନିଷ୍ଠ ଓ ଦାୟିତ୍ବବାନ ପୁଲିସ ଅଧିକାରୀ ଭାବରେ ଉଚିତ ନ୍ୟାୟ ପ୍ରଦାନ କରି ଆସୁଛନ୍ତି ।ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ବ୍ୟକ୍ତି ବିଶେଷଙ୍କ ମନରେ ଭୟ ସୃଷ୍ଟି ହେବା ସହ ଉଚିତ ଦଣ୍ଡବିଧାନ କରିବା, ଶିଶୁ ଓ ମହିଳା ମାନଙ୍କ ସୁରକ୍ଷା କ୍ଷେତ୍ରରେ ଯଥେଷ୍ଟ ଯତ୍ନବାନ ହୋଇ ସୁନାମ ଅର୍ଜନ କରିବା ସହ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ଭାଜନ ହୋଇପାରିଛନ୍ତି ।ଶ୍ରୀ ମଲିକଙ୍କ ବଦଳିକୁ ବାତିଲ କରା ନଗଲେ ଆଗାମୀ ଦିନରେ ରାସ୍ତାରୋକ କରାଯିବ ବୋଲି ସ୍ଥାନୀୟ ଜନସାଧାରଣ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ଖୋର୍ଦ୍ଧା, ତା୧୨/୧୦- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ-୧୯ ନିୟମକୁ ଉଲଂଘନ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ବିଜେଡି...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର,୩୧ ୟୁନିଟ ସଂଗ୍ରହ

ଖୋର୍ଦ୍ଧା, ତା୧୨/୧୦-ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣିତୀର ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରୁ ମୋଟ...

ବିଜେପି ନେତାଙ୍କ ବିବାଦୀୟ ବୟାନ…ବକବାଃସ ବିଜେପି…

ବିଜେପି ନେତାଙ୍କ ବିବାଦୀୟ ବୟାନ… ଭାରତୀୟ ପରମ୍ପରାର ତଥାକଥିତ ରକ୍ଷକ ବୋଲି ଦାବି କରୁଥିବା ବିଜେପି ନେତାମାନେ କିଭଳି ବଡ଼ମାନଙ୍କର ଅସମ୍ମାନ କରନ୍ତି ଏବଂ ବିବାଦୀୟ...

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର ଖୋର୍ଦ୍ଧା,୨/୯- ବେଗୁନିଆ ବ୍ଲକରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ...