Friday, July 30, 2021
Home ଖବର ପିଚୁକୁଳିଠାରେ ସିପିଆଇ ପକ୍ଷରୁ ସାତ ଦଫା ଦାବି ସମ୍ବଳିତ ବିକ୍ଷୋଭ..

ପିଚୁକୁଳିଠାରେ ସିପିଆଇ ପକ୍ଷରୁ ସାତ ଦଫା ଦାବି ସମ୍ବଳିତ ବିକ୍ଷୋଭ..

ସିପିଆଇ ପକ୍ଷରୁ ସାତ ଦଫା ଦାବି ସମ୍ବଳିତ ବିକ୍ଷୋଭ

ସିପିଆଇ ପକ୍ଷରୁ ସାତ ଦଫା ଦାବିକୁ ନେଇ ବିକ୍ଷୋଭ

ଖୋର୍ଦ୍ଧା, ତା୩୦/୭- ଚାଷ ତରତର ବଣିଜ ମଠ ନ୍ୟାୟରେ ବେଗୁନିଆ ଓ ବୋଲଗଡ଼ ବ୍ଲକରେ ବର୍ଷାର ପରିମାଣ କମ ହେତୁ ଚାଷ କାର୍ଯ୍ୟ ପାଇଁ ଜଳ ଏକ ମୁଖ୍ୟ ସମସ୍ୟା ଭାବରେ ଦେଖା ଦେଇଛି ।ଯାହାକି ଚାଷୀଟି ନିଜ ପରିବାର ପ୍ରତିପୋଷଣ ପାଇଁ କୃଷି ଉପରେ ନିର୍ଭର କରୁଥିବାରୁ ଏବେ ଜୀବିକା ହରାଇ ହାତବାନ୍ଧି ବସିପଡିଛି । ଏ ନେଇ ଦକ୍ଷ ସଙ୍ଗଠକ ଅଜୟ ମଙ୍ଗରାଜଙ୍କ ଆବାହକତ୍ୱ ଓ କମ୍ରେଡ଼ ସୁମନ୍ତ ଛୋଟରାୟଙ୍କ ନେତୃତ୍ୱରେ ବେଗୁନିଆ ଥାନା ଅନ୍ତର୍ଗତ ପିଚୁକୁଳିଠାରେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ପାର୍ଶ୍ୱରେ କୋଭିଡ-୧୯ ନିୟମ ପାଳନ କରାଯାଇ ସାତ ଦଫା ଦାବି ବେଗୁନିଆ ଓ ବୋଲଗଡ଼ ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଅଞ୍ଚଳ ଘୋଷଣା,କୃଷି ଋଣ ଛାଡ,ଶ୍ରମିକମାନଙ୍କୁ କାମ ଯୋଗାଇଦେବା, କାଳିଆ ଯୋଜନାରେ ଦେଇଥିବା ଅର୍ଥକୁ ଫେରସ୍ତ ନ ନେବା,ଚାଷୀର ସମସ୍ତ ଜମିକୁ ବୀମାଭୁକ୍ତ କରିବା ଓ କୃଷି ମଜଦୂର ମାନଙ୍କୁ ମାସିକ ୭ ହଜାର ଭତା ପ୍ରଦାନ କରିବା ଆଦି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।


ଏଥିରେ କମ୍ରେଡ଼ ବିଜୟ କୁମାର ଗୁମାନସିଂହ, ଲକ୍ଷ୍ମଣ ସେଠୀ,ଧନେଶ୍ୱର ମାର୍ଥା,ଶ୍ରୀ ନିବାସ ମାନସିଂହ,ବସନ୍ତ ସେଠୀ, ଲଛମନ ନାୟକ, ରାଜ କିଶୋର ସ୍ୱାଇଁ, କୈଳାସ ନାୟକ, ରାଧାଶ୍ୟାମ ବଳୀୟାରସିଂହ,କେଳୁ ଦେହୁରୀ,ଗଗନ ନାୟକ ଓ ପ୍ରଦୀପ ବାରିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...