Tuesday, January 26, 2021
Home ଖବର ସାମାଜିକ କର୍ମୀଙ୍କ କରୋନା ସହାୟତା ବଣ୍ଟନ

ସାମାଜିକ କର୍ମୀଙ୍କ କରୋନା ସହାୟତା ବଣ୍ଟନ

ସାମାଜିକ କର୍ମୀଙ୍କ କରୋନା ସହାୟତା ବଣ୍ଟନ
ଖୋର୍ଦ୍ଧା, ତା୧୨/୮- ବର୍ତ୍ତମାନ ସମୟରେ ଦେଶ ଓ ରାଜ୍ୟରେ କରୋନା ଭଳି ମହାମାରୀ ରୋଗ ବ୍ୟାପୁଥିବା ସମୟରେ ପ୍ରତିହତ କରିବା ପାଇଁ ଲକ ଡାଉନ ଓ ସର୍ଟ ଡାଉନ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏଭଳି ପରିସ୍ଥିତିରେ ଦିନ ମଜୁରିଆ,ମଧ୍ୟମ ବିତ,ଭୂମିହୀନ ଓ ଆଦିବାସୀ ଵର୍ଗର ଲୋକମାନଙ୍କର ଦୈନନ୍ଦିନ ଜୀବନରେ ଘୋର ପ୍ରଭାବ ପକାଇ ଅଛି । ଏଥିପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ଓ ସମାଜସେବୀ ମାନେ ଲୋକଙ୍କୁ ବିଭିନ୍ନ ସମୟରେ କରୋନା ସହାୟତା ଯୋଗାଇ ଦେଉଛନ୍ତି । ଏହି ଅବସରରେ ବିଶିଷ୍ଟ ସମାଜସେବୀ ଶ୍ରୀକାନ୍ତ ମିଶ୍ରଙ୍କ ସହାୟତା ବରିଷ୍ଠ ସିପିଆଇ ନେତା ବସନ୍ତ କୁମାର ପାଇକରାୟଙ୍କ ନେତୃତ୍ୱରେ ବେଗୁନିଆ ନିର୍ବାଚନ ମଣ୍ଡଳୀର ଭୀଇଁପୁର,କଅଁରପୁର,ଗଙ୍ଗାଧରପୁର ବେଗୁନିଆମୂଳ ଗ୍ରାମ ମାନଙ୍କରେ କୋଭିଡ-୧୯ ନିୟମ ଅନୁଯାୟୀ ଶୁଖିଲା ଖାଦ୍ୟ,ନୂତନ ଵସ୍ତ୍ର ଓ ମାସ୍କ ବଣ୍ଟନ କରାଯାଇ ଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...

ବିଜେପି ଯୁବମୋର୍ଚା ପକ୍ଷରୁ ରକ୍ତଦାନ ଶିବିର

ଖୋର୍ଦ୍ଧା, ତା୧/୧୧- ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର ଉର୍ଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୈନିକ ଖବର କାଗଜ ନିତିଦିନ ଓ ବିଜେପି ଯୁବମୋର୍ଚା...