Wednesday, January 20, 2021
Home ଖବର ଗ୍ରାହକଙ୍କୁ ବ୍ୟାଙ୍କର ଇଏମଆଇ ଧୋକା !

ଗ୍ରାହକଙ୍କୁ ବ୍ୟାଙ୍କର ଇଏମଆଇ ଧୋକା !

ଗ୍ରାହକଙ୍କୁ ବ୍ୟାଙ୍କର ଇଏମଆଇ ଧୋକା !

ଭୁୁବନେଶ୍ୱର:ସାରା ବିଶ୍ୱରେ ଜାରି ରହିଛି କରୋନା ସଙ୍କଟ।ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡ଼ିକ ୩ ମାସ ପାଇଁ ଇଏମଆଇ ମୋରାଟୋରିୟମ୍(ବିରତି) ଘୋଷଣା କରିବାକୁ ପରାମର୍ଶ ଦେଇଥିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏହି ଖବର ଗ୍ରାହକମାନଙ୍କୁ ସାମାନ୍ୟ ଆଶ୍ୱସ୍ତ କରିଥିଲା । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ପରାମର୍ଶକୁ ବ୍ୟାଙ୍କଗୁଡ଼ିକ ମାନିଛନ୍ତି ବି । ହେଲେ ଅପଣାଇଛନ୍ତି “ସାପ ମରିବନି କି ବାଡ଼ି ଭାଙ୍ଗିବନି” ଫର୍ମୁଲ । ବ୍ୟାଙ୍କରୁ ଋଣ ନେଇଥିବା ବଡ଼ବଡ଼ିଆଙ୍କ କଥା ଛାଡ଼ନ୍ତୁ । ହେଲେ ପେଟ ପାଇଁ ଦୈନନ୍ଦିନ ସଂଘର୍ଷ କରୁଥିବା ବିଚାରା ନିମ୍ନ ମଧ୍ୟବିତ୍ତ ଲୋକଙ୍କୁ ଭକୁଆ ହେବାକୁ ପଡ଼ିଛି ।

ଗ୍ରାହକ ବୁଝିଥିଲେ, ଇଏମଆଇ ମୋରାଟୋରିୟମ୍ ର ଅର୍ଥ ତିନି ମାସ ପାଇଁ ସେମାନଙ୍କୁ ବ୍ୟାଙ୍କ ଋଣ ବାବଦ କିସ୍ତି ଦେବାକୁ ପଡ଼ିବନି । ଲକ୍ ଡାଉନ୍ ରେ ସେମାନେ ରୋଜଗାର ହରାଇଥିବାରୁ ବ୍ୟାଙ୍କ ସେମାନଙ୍କ ତିନି ମାସର ଯନ୍ତ୍ରଣା ବୁଝିବ । ଇଏମଆଇ ଅବଧି ୩ ମାସ ବଢ଼ାଇ ଆଡଜଷ୍ଟ କରିବ । ବିନା ସୁଧରେ ପୈଠର ସୁବିଧା ମିଳିବ । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଘୋଷଣା ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦରଦ ଭାବରୁ ସାଧାରଣ ଲୋକ ଏୟା ହିଁ ବୁଝିଥିଲେ ।

ମାତ୍ର ପ୍ରକୃତରେ ସେହିଭଳି ହୋଇନାହିଁ । ବ୍ୟାଙ୍କମାନେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଆଦେଶକୁ ମାନିଛନ୍ତି ସତ କିନ୍ତୁ ଏଭଳି ଫର୍ମୁଲ ଅପଣାଇଛନ୍ତି ଯେଉଁଥିରେ ନିମ୍ନ ମଧ୍ୟବିତ୍ତ ଲୋକେ ଛଟପଟ ହେବା ନିଶ୍ଚିତ ।

ଗ୍ରାହକଙ୍କୁ ଏସଏମସ୍ କିମ୍ବା ଇମେଲ ପଠାଇ ବ୍ୟାଙ୍କମାନେ କୋଭିଡ୍-୧୯ ସଙ୍କଟ ପାଇଁ ଯଥେଷ୍ଟ ସମବେଦନା ଜଣାଇ ସତର୍କ କରୁଛନ୍ତି । ସତେ ଯେମିତି ଗ୍ରାହକଙ୍କ କଷ୍ଟରେ ବ୍ୟାଙ୍କବାଲାଙ୍କର ହୃଦୟ ଫାଟି ପଡ଼ିଛି । ତାପରେ ବିଷୟବସ୍ତୁକୁ ଆସିଛନ୍ତି । ଯେଉଁଥିରେ ରହିଛି ଇଏମଆଇ ଭରିବା ନ ଭରିବାର ସର୍ତ୍ତ । ଇଏମଆଇ କଟିବ ନା ନାହିଁ ଗ୍ରାହକଙ୍କ ଉପରେ ଛଡ଼ା ଯାଇଛି । ଯିଏ ଇଏମଆଇ ଡିପୋଜିଟ୍ ଚାଲୁ ରଖିବାକୁ ରାଜି ଠିକ୍ ଅଛି । କିନ୍ତୁ ମାର୍ଚ୍ଚ, ଏପ୍ରିଲ୍,ମେ ମାସର ଇଏମଆଇ ମୋରାଟୋରିୟମ୍ ଚାହିଁଥିବା ଗରାଖଙ୍କ ପାଇଁ ବ୍ୟାଙ୍କ ଜଟିଳ ସତ୍ତ ରଖିଛି ।
ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ସର୍ତ୍ତ ହେଉଛି ମାର୍ଚ୍ଚ, ଏପ୍ରିଲ୍, ମେ ମାସର କିସ୍ତି ଜୁନ୍ ମାସରେ ହିଁ ଏକାସାଙ୍ଗରେ ଦେବାକୁ ପଡ଼ିବ । ତାହା ପୁଣି ପ୍ରିନସପାଲ୍ ଆଉଟଷ୍ଟାଣ୍ଡିଂ ଆମାଉଣ୍ଟ ଉପରେ ୩.୩୫% ପର୍ଯ୍ୟନ୍ତ ଇଣ୍ଟ୍ରେଷ୍ଟ ସହ । ଅର୍ଥାତ ତିନି ମାସର ବିଳମ୍ବ ପାଇଁ ଋଣଦାତାଙ୍କୁ ଏକକାଳୀନ ସଂପୃକ୍ତ କିସ୍ତି ଉପରେ ମାସିକ ପ୍ରାୟ ୩.୩୫% ହାରରେ ସୁଧ ଦେବାକୁ ପଡ଼ିବ । ଷ୍ଟେଟ୍ ବ୍ୟାଙ୍କ ସମେତ ପ୍ରାୟ ସବୁ ଜାତୀୟକରଣ ବ୍ୟାଙ୍କ ଏବଂ ଘରୋଇ ବ୍ୟାଙ୍କ ଏହି ସମାନ ନିୟମ ରଖିଛନ୍ତି । କେବଳ ଯାହା ସୁଧ ହାରରେ ପାର୍ଥକ୍ୟ ରହିଛି ।
ଦ୍ୱିତୀୟରେ, ବ୍ୟାଙ୍କରୁ ମୋରାଟୋରିୟମ୍ ସୁବିଧା ନେବା ବି ଗାଁ ଗହଳିରେ ରହୁଥିବା ଗ୍ରାହକଙ୍କ ପକ୍ଷରେ ସେତେଟା ସମ୍ଭବ ନୁହେଁ । କାରଣ ବ୍ୟାଙ୍କର ଏହି ମୋରାଟୋରିୟମ୍ ସୁବିଧା ପାଇବାକୁ ହେଲେ ଅନଲାଇନ୍ ପ୍ରକ୍ରିୟାରେ ଯିବାକୁ କୁହାଯାଇଛି । ଏହି ଲକ୍ ଡାଉନ୍ ପରିସ୍ଥିତିରେ ଲୋକେ ଘରୁ ବାହରି ପାରୁ ନ ଥିଲା ବେଳେ ବ୍ୟାଙ୍କ ଯାଇ ସୁବିଧା ନେବା ତ ସମ୍ଭବ ନୁହେଁ । ତେବେ ଘରେ ଇଣ୍ଟରନେଟ୍ ର ସୁବିଧା ନେବା ଏବଂ ତାକୁ ପଢ଼ି ବୁଝି ଅପସନ୍ କ୍ଲିକ୍ କରିବା ବି ଗ୍ରାମାଞ୍ଚଳର ଅନେକ ଗ୍ରାହକଙ୍କ ସାଧ୍ୟ ବାହାରେ । ତେଣୁ ଏହି ମୋରାଟୋରିୟମ୍ କାହା ପାଇଁ ପ୍ରଶ୍ନ ଉଠିବା ସ୍ୱାଭାବିକ ।
କରୋନା ଯୁଦ୍ଧର ମୁକାବିଲା ପାଇଁ ଗ୍ରାହକଙ୍କୁ ମେସେଜ୍ ଜରିଆରେ ଉତ୍ସାହିତ କରୁଥିବା ଏବଂ ଏଭଳି ଦୁର୍ଦ୍ଦିନ ସମୟରେ ସାଙ୍ଗରେ ଅଛନ୍ତି ବୋଲି ଆସ୍ଫାଳନ ଦେଖାଉଥିବା ବ୍ୟାଙ୍କଗୁଡ଼ିକର ଏଭଳି କାର୍ଯ୍ୟ ଦେଶର ଗରିବଗୁରୁବାଙ୍କ ପାଇଁ ଉପହାସ ବୋଲି ସ୍ପଷ୍ଟ ହେଲାଣି । ରିଜର୍ଭ ବ୍ୟାଙ୍କର ମୋରାଟୋରିୟମ୍ ଗାଇଡଲାଇନ୍ ପାଳନ ନାଁରେ ସେମାନେ ଅସଲ ଦୁର୍ଦ୍ଦଶା ଭୋଗୁଥିବା ନିମ୍ନ ମଧ୍ୟବିତ୍ତଙ୍କ ତଣ୍ଟିରେ ଖୋଜ ପକାଇଥିବା କୁହାଯାଉଛି ।
ତଥ୍ୟ ଅନୁସାରେ, ଗତବର୍ଷ ୨୧ଟି ଜାତୀୟକରଣ ଏବଂ ୩ଟି ଘରୋଇ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କଠାରୁ କେବଳ ସେବା ବାବଦ ଚାର୍ଜ ୫,୦୦୦ କୋଟି ଟଙ୍କା ଅସୁଲ କରିଛନ୍ତି । ମାତ୍ର ଗ୍ରାହକଙ୍କ ଏହି ସଙ୍କଟ ବେଳେ ସେମାନେ ସହଯୋଗ କରିବେ କ’ଣ ଓଲଟି ବେଡ଼ି ଉପରେ ନଳିତା ବିଡ଼ା ସଦୃଶ ହୋଇଛନ୍ତି ।
ଅର୍ଥନୀତି ବିଶାରଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ବ୍ୟାଙ୍କଗୁଡ଼ିକର ଇଏମଆଇ ମୋରାଟୋରିୟମ୍ କୁ ଏକ ପ୍ରହସନ ବୋଲି କହିଛନ୍ତି । ନା ସାଧାରଣ ଲୋକ ନା ରାଷ୍ଟ୍ର ଏଥିରୁ ସୁଫଳ ପାଇପାରିବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି । ରାଜ୍ୟର ଜଣାଶୁଣା ସାର୍ଟିଫାଇଡ୍ ଫାଇନାନସିଆଲ୍ ପ୍ଲାନର୍ ରୂପକୁମାର ପ୍ରଧାନ କହିଛନ୍ତି ଇଏମଆଇ ମୋରାଟୋରିୟମ୍ ସୁଯୋଗ ନେବା ସାଧାରଣ ଲୋକଙ୍କ ପାଇଁ କଷ୍ଟସାଧ୍ୟ । ୩ ମାସ ପରେ ଏହା ଅଧିକ ବର୍ଡନ ବି ରଖୁଛି ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...

ବିଜେପି ଯୁବମୋର୍ଚା ପକ୍ଷରୁ ରକ୍ତଦାନ ଶିବିର

ଖୋର୍ଦ୍ଧା, ତା୧/୧୧- ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର ଉର୍ଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୈନିକ ଖବର କାଗଜ ନିତିଦିନ ଓ ବିଜେପି ଯୁବମୋର୍ଚା...