Saturday, November 27, 2021
Home ଖବର କାରୋନା ସଂକ୍ରମିତ ପିଲାଙ୍କ ଚିକିତ୍ସା ପାଇଁ ନିଜ କ୍ରିକେଟ ସରଞ୍ଜାମ ନିଲାମ କଲେ କେ ଏଲ...

କାରୋନା ସଂକ୍ରମିତ ପିଲାଙ୍କ ଚିକିତ୍ସା ପାଇଁ ନିଜ କ୍ରିକେଟ ସରଞ୍ଜାମ ନିଲାମ କଲେ କେ ଏଲ ରାହୁଲ.. ଜାଣନ୍ତୁ ରାହୁଲଙ୍କ ବ୍ୟାଟର ଦାମ କେତେ..??

କାରୋନା ସଂକ୍ରମିତ ପିଲାଙ୍କ ଚିକିତ୍ସା ପାଇଁ ନିଜ କ୍ରିକେଟ ସରଞ୍ଜାମ ନିଲାମ କଲେ କେ ଏଲ ରାହୁଲ.. ଜାଣନ୍ତୁ ରାହୁଲଙ୍କ ବ୍ୟାଟର ଦାମ କେତେ..??

କେ ଏଲ ରାହୁଲ।ଭାରତୀୟ କ୍ରିକେଟ ଟିମର ଷ୍ଟାଇଲିସ ବ୍ୟାଟ୍ସମ୍ୟାନ।କେତେବେଳେ ଇନିଂସ ଓପନ କରି ତ ପୁଣି କେବେ ମିଡ଼ିଲ ଅର୍ଡରରେ ବ୍ୟାଟିଂ କରି ସେ ଦେଖାଇଛନ୍ତି ଯଲବା।ଏପରିକି ବିକେଟକିପର ଭୂମିକାରେ ଅବତୀର୍ଣ୍ଣ ହୋଇ ସେ ଟିମ ମ୍ୟାନେଜମେଣ୍ଟର ଚିନ୍ତା ମଧ୍ୟ ଦୂର କରିଛନ୍ତି।

ଭାରତୀୟ କ୍ରିକେଟର୍‌ କେଏଲ୍‌ ରାହୁଲ ୨୦୧୯ ବିଶ୍ବକପ୍‌ରେ ଯେଉଁ ବ୍ୟାଟ୍ ବ୍ୟବହାର କରିଥିଲେ ତାହା ଶନିବାର ୨ ଲକ୍ଷ ୬୪ ହଜାର ୨୨୮ ଟଙ୍କାରେ ନିଲାମ ହୋଇଛି। ଏହି ଅର୍ଥ କରୋନା ଭୂତାଣୁ ସଂକ୍ରମଣ ପାଇଁ ଉତ୍ପନ୍ନ ପରିସ୍ଥିତିରେ ଅସୁବିଧାରେ ପଡ଼ିଥିବା ପିଲାମାନଙ୍କ ପାଇଁ ଖର୍ଚ୍ଚ ହେବ।
ରାହୁଲଙ୍କ ବ୍ୟାଟ୍‌ ବ୍ୟତୀତ ହେଲମେଟ୍‌ ୧ ଲକ୍ଷ ୨୨ହଜାର ୬୭୭, ପ୍ୟାଡ୍‌ ୩୩ ହଜାର ୨୮, ଦିନିକିଆ ଜର୍ସି ୧ ଲକ୍ଷ ୧୩ ହଜାର ୨୪୦, ଟ୍ବେଣ୍ଟି୨୦ ଜର୍ସି ୧ ଲକ୍ଷ ୪ ହଜାର ୮୪୨, ଟେଷ୍ଟ ଜର୍ସି ୧ ଲକ୍ଷ ୩୨ ହଜାର ୭୭୪ ଓ ଗ୍ଲୋଭ୍‌ସ ୨୮,୭୮୨ ଟଙ୍କାରେ ନିଲାମ ହୋଇଥିବା ଜଣାପଡ଼ିଛି। ଏହି ଅର୍ଥ ଆୱାର ଫାଉଣ୍ଡେସନ୍‌କୁ ପ୍ରଦାନ କରାଯିବ। ଏହି ଫାଉଣ୍ଡେସନ୍‌ ଅବହେଳିତ ପିଲାଙ୍କ ପାଇଁ ଏହି ଅର୍ଥ ଖର୍ଚ୍ଚ କରିବ।

ସୂଚନାଥାଉକି ରାହୁଲ କିଛିଦିନ ତଳେ ୨୮ ବର୍ଷରେ ପାଦ ଦେଇଥିବା ବେଳେ ଅବହେଳିତ ପିଲାଙ୍କ ନିମନ୍ତେ ଆର୍ଥିକ ସହାୟତା ପାଇଁ ନିଜର କ୍ରୀଡ଼ା ସରଞ୍ଜାମ ନିଲାମ କରିବେ ବୋଲି ସୂଚନା ଦେଇଥିଲେ। ରାହୁଲଙ୍କ କ୍ରୀଡ଼ା ସରଞ୍ଜାମ ନିଲାମ ଭାରତ ଆର୍ମି ତରଫରୁ କରାଯାଇଥିଲା। ଏହି ନିଲାମରେ ଭାରତ ସମେତ ଇଂଲଣ୍ଡ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ୟୁଏଇର କ୍ରିକେଟ୍‌ପ୍ରେମୀ ଭାଗ ନେଇଥିଲେ। ରାହୁଲଙ୍କ କ୍ରୀଡ଼ା ସରଞ୍ଜାମ ନିଲାମରୁ ବେଶ୍‌ କିଛି ଅର୍ଥ ସଂଗୃହିତ ହୋଇଥିବାରୁ ଭାରତ ଆର୍ମିର ପ୍ରତିଷ୍ଠାତା ରାକେଶ ପଟେଲ ସମସ୍ତ କ୍ରୀଡ଼ାପ୍ରେମୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିସହ ସେ ରାହୁଲଙ୍କୁ ମଧ୍ୟ କୃତଜ୍ଞତା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...
satta king chart