Saturday, October 23, 2021
Home ଖବର କରୋନା ଭାଇରସ୍‌ର ମୁକାବିଲା ପାଇଁ ଆଣ୍ଟିଜେନ୍‌ ଟୀକା ପ୍ରସ୍ତୁତ!

କରୋନା ଭାଇରସ୍‌ର ମୁକାବିଲା ପାଇଁ ଆଣ୍ଟିଜେନ୍‌ ଟୀକା ପ୍ରସ୍ତୁତ!

କରୋନା ଭାଇରସ୍‌ର ମୁକାବିଲା ପାଇଁ ଆଣ୍ଟିଜେନ୍‌ ଟୀକା ପ୍ରସ୍ତୁତ!

କରୋନା ଭାଇରସ୍‌ ପାଇଁ ଟୀକା ବାହାର କରିବାକୁ ଅନେକ କମ୍ପାନି ନିଜର ଜି ଯାନ ଲଗାଇଛନ୍ତି।କିଛି ସଫଳ ହେବାର ଦ୍ୱାରଦେଶରେ ଅଛନ୍ତି ତ ଆଉ କିଛି ବିଫଳ ମଧ୍ୟ ହୋଇଛନ୍ତି। ଆଉ ଏ ଲଢେଇରେ ଏବେ ଆଗେଇ ଆସି ସାମିଲ୍‌ ହୋଇ ଲଣ୍ଡନସ୍ଥିତ ବ୍ରିଟିଶ ଆମେରିକାନ୍‌ ଟବାକୋ କମ୍ପାନି ଆଗରେ ରହିଥିବା ଦାବି କରିଛି। ଏହି କମ୍ପାନି ପକ୍ଷରୁ ସୂଚନା ଅନୁସାରେ କରୋନା ଭାଇରସ୍‌କୁ ମୁକାବିଲା କରିବା ପାଇଁ କମ୍ପାନି ଏକ ଆଣ୍ଟିଜେନ୍‌ ଟୀକାର ଡାକ୍ତରୀ ପରୀକ୍ଷଣ କରି ସାରିଛି। ଏହାକୁ ଖୁବ୍‌ ଶୀଘ୍ର ମଣିଷ ଉପରେ ବି ପରୀକ୍ଷଣ କରାଯିବ। ଫଳାଫଳ ପଜିଟିଭ ହେବ ବୋଲି କମ୍ପାନୀ ଆଶା ପ୍ରକଟ କରିଛି।

ଡାକ୍ତରୀ ପରୀକ୍ଷଣ ପରେ ଶୁକ୍ରବାର କମ୍ପାନି ପକ୍ଷରୁ କୁହାଯାଇଛି ଯେ ଏହି ଟୀକାରେ କରୋନା ବିରୋଧୀ ପ୍ରତିଷେଧକ ଗୁଣ ରହିଛି। ମଣିଷ ଶରୀରରେ ପରୀକ୍ଷଣ କରା ଯିବା ପାଇଁ ଟୀକାଟି ପୂରାପୂରି ପ୍ରସ୍ତୁତ ରହିଛି।

ବ୍ରିଟିଶ ଆମେରିକାନ୍‌ ଟବାକୋ କମ୍ପାନି ତା’ର ପରୀକ୍ଷଣରେ ପ୍ରଥମେ କରୋନା ଭାଇରସ୍‌ରୁ ଆଣ୍ଟିଜେନ୍‌ ତିଆରି କରି ତାହାକୁ କୃତ୍ରିମ ଉପାୟରେ ନିଜ ଚାଷ ଜମିରେ ଥିବା ତମାଖୁ ଗଛରେ ଭର୍ତ୍ତି କରାଇଲା। ସେହି ଗଛକୁ ପ୍ରଜନନ କରାଇ ସେଥିରୁ ଅଧିକ ଆଣ୍ଟିଜେନ୍‌ ତିଆରି କରାଇ ଗଛରୁ ପୁଣି ଥରେ ଆଣ୍ଟିଜେନ୍‌ ସଂଗ୍ରହ କରି ତାହାକୁ ମଣିଷ ଶରୀର ଉପରେ ପରୀକ୍ଷଣ କରାଇବାର ଯୋଜନା ରଖିଛନ୍ତି। ଏହି ଆଣ୍ଟିଜେନ୍‌କୁ ମଣିଷ ଶରୀରରେ ଭର୍ତ୍ତି କରାଗଲେ ତାହା ସକାରାତ୍ମକ ଫଳାଫଳ ଦେବ ବୋଲି କମ୍ପାନି ଆଶା ରଖିଛି। ସୂଚନା ଅନୁସାରେ ଏହି କମ୍ପାନିଟି ସିଗାରେଟ୍‌ ତିଆରି କ୍ଷେତ୍ରରେ ବିଶ୍ବରେ ଦ୍ବିତୀୟ ମାନ୍ୟତା ପାଇଛି।

(ବିଜ୍ଞାପନ)

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...
satta king chart