Saturday, November 27, 2021
Home ଖେଳ ଓ ଖେଳାଳୀ କଣପାଇଁ ଏହି ତିନୋଟି ରଙ୍ଗର ବଲରେ ଖେଳାଯାଏ କ୍ରିକେଟ? ପଢନ୍ତୁ ଏବଂ ଜାଣନ୍ତୁ..

କଣପାଇଁ ଏହି ତିନୋଟି ରଙ୍ଗର ବଲରେ ଖେଳାଯାଏ କ୍ରିକେଟ? ପଢନ୍ତୁ ଏବଂ ଜାଣନ୍ତୁ..

କଣପାଇଁ ଏହି ତିନୋଟି ରଙ୍ଗର ବଲରେ ଖେଳାଯାଏ କ୍ରିକେଟ? ପଢନ୍ତୁ ଏବଂ ଜାଣନ୍ତୁ..

କ୍ରିକେଟ ମ୍ୟାଚରେ ଭିନ୍ନଭିନ୍ନ ଫର୍ମାଟରେ ନାଲି ବଲ୍‌, ଧଳା ବଲ୍‌ ଓ ପିଙ୍କ ବଲରେ ଖେଳାଯାଏ କ୍ରିକେଟ।
କ୍ରିକେଟ ବିଶ୍ଵର ଅନ୍ୟତମ ଲୋକପ୍ରିୟ ଖେଳ। ଏହି ଖେଳକୁ ଅଧିକ ଲୋକ ପସନ୍ଦ କରନ୍ତି। କ୍ରିକେଟରେ ଟେଷ୍ଟ, ଦିନିକିଆ, ଟି-୨୦ ଭଳି ଫର୍ମାଟ ରହିଛି। ତେବେ ଏହି ବିଭ ଫର୍ମାଟରେ ବ୍ୟାଟ ତ ସମାନ ଥାଏ ହେଲେ ବଲର ରଙ୍ଗ ପରିବର୍ତ୍ତନ ହୋଇଥାଏ। ଟେଷ୍ଟରେ ନାଲି ବଲ, ଦିନିକିଆ ଓ ଟି-୨୦ ଧଳା ବଲରେ କ୍ରିକେଟ ଖେଳାଯାଉଥିବା ବେଳେ ଡେ-ନାଇଟ ଟେଷ୍ଟ ମ୍ୟାଚ ପିଙ୍କ ରଙ୍ଗର ବଲରେ ଖେଳାଯାଏ।

ତେବେ ଆସନ୍ତୁ ଜାଣିବା କାହିଁକି କ୍ରିକେଟର ଭିନ୍ନ ଭିନ୍ନ ଫର୍ମାଟରେ ଭିନ୍ନ ବଲରେ ଖେଳାଯାଏ କ୍ରିକେଟ। ଏହା ପଛରେ କ’ଣ ରହିଛି କାରଣ।

ନାଲି ବଲ୍‌

ନାଲି ବଲରେ ହିଁ ଆରମ୍ଭ ହୋଇଥିଲା କ୍ରିକେଟ। ୧୯୭୭ ମସିହାରେ କ୍ରିକେଟର ସବୁ ଫର୍ମାଟରେ କେବଳ ନାଲି ବଲ ହିଁ ବ୍ୟବହାର କରା ଯାଉଥିଲା। ବର୍ତ୍ତମାନ ଏବେ କେବଳ ଟେଷ୍ଟ କ୍ରିକେଟରେ ହି ନାଲି ବଲର ବ୍ୟବହାର କରାଯାଉଛି। କାରଣ ଟେଷ୍ଟ କ୍ରିକେଟରେ ଧଳା ଜର୍ସି ପିନ୍ଧି ଖେଳାଯାଏ ତେଣୁ ଏହି ମ୍ୟାଚରେ ନାଲି ବଲରେ କ୍ରିକେଟ ଖେଳାଯାଏ। ଯଦି ଧଳା ବଲରେ ଖେଳାଯିବ ତେବେ ବଲ ଓ ଜର୍ସିର ରଙ୍ଗ ସମାନ ହୋଇଯିବ, ଫଳରେ ଖେଳାଳିଙ୍କୁ ଖେଳିବାରେ ଅସୁବିଧା ହେବ।

ଧଳା ବଲ୍‌

୧୯୭୭ ମସିହାରେ ଓ୍ଵାର୍ଲଡ୍‌ କ୍ରିକେଟ ସିରିଜରେ ପ୍ରଥମ ଥର ପାଇଁ କ୍ରିକେଟରେ ଧଳା ବଲର ବ୍ୟବହାର କରା ଯାଇଥିଲା। ଯାହାକୁ ଅଷ୍ଟ୍ରେଲିଆର କେରି ପେକର ଆରମ୍ଭ କରିଥିଲେ। ଏହାପରେ ଦିନିକିଆ କ୍ରିକେଟର ରଙ୍ଗିନ ଜର୍ସିରେ ଧଳା ବଲ୍‌ ଏକ ଅଙ୍ଗ ହୋଇଗଲା। ଦିନିକିଆ ମ୍ୟାଚରେ ସବୁ ଦଳ ରଙ୍ଗିନ ଜର୍ସି ପିନ୍ଧୁ ଥିବାରୁ ବଲର ରଙ୍ଗ ଧଳା ରଖାଯାଇଛି। ଯାହା ଦ୍ଵାରା ଖେଳାଳି ବଲକୁ ସ୍ପଷ୍ଟ ଭାବରେ ଦେଖିପାରିବେ।

(ବିଜ୍ଞାପନ)

ପିଙ୍କ ବଲ୍‌

ପିଙ୍କ ବଲକୁ ଜନ୍ମ ଦେଇଥିଲା ଡେ-ନାଇଟ ଟେଷ୍ଟ ମ୍ୟାଚ । ସାଧାରଣତଃ ଟେଷ୍ଟ ମ୍ୟାଚ ଦିନବେଳେ ଖେଳା ଯାଇଥାଏ,କିନ୍ତୁ ଡେ ନାଇଟ ଟେଷ୍ଟ ମ୍ୟାଚ ରାତିରେ । ହେଲେ ରାତିରେ ଲାଲ୍‌ ବଲ୍‌ ସ୍ପଷ୍ଟ ଦେଖାଯାଏ ନାହିଁ। ତେଣୁ ପିଙ୍କ ବଲରେ ହିଁ ଖେଳାଯାଏ। ୨୦୦୯ରେ ମେଲବର୍ନ କ୍ରିକେଟ କ୍ଲବ ଦ୍ଵାରା ଗୋଲାପି ବଲରେ ଖେଳିବାକୁ ସୁପାରିଶ କରାଯାଇଥିଲା। ଯାହା ଫଳରେ ୨୦୧୫ରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପିଙ୍କ ବଲରେ ଖେଳିଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...
satta king chart