ଈଶ୍ୱର ଙ୍କୁ ଗରମ୍ ଖାଦ୍ୟ ଓ ଧନ୍ୟବାଦ:
ଚିକାଗୋ ର ‘ରସ୍ ହସ୍ପିଟାଲ’ ରେ କାର୍ଯ୍ୟ କରନ୍ତି ଓଡ଼ିଆ ଡାକ୍ତର ସିଦ୍ଧାର୍ଥ ଷଡଙ୍ଗୀ l ହାର୍ଟ ସର୍ଜନ୍ ଭାବେ ପ୍ରସିଦ୍ଧି ଲାଭ କରିଥିବା ଡାକ୍ତର୍ ଷଡଙ୍ଗୀ ସମ୍ପ୍ରତି ଏକ କୋଭିଡ ହସ୍ପିଟାଲ ରେ ରୋଗୀ ସେବାରେ ଲାଗିଛନ୍ତି l ଡାକ୍ତର୍ ଷଡଙ୍ଗୀ ଙ୍କ ଠାରୁ ପରୋକ୍ଷରେ ପ୍ରାପ୍ତ ସୂଚନା ଅନୁଯାୟୀ ଠିକ୍ ଭାରତୀୟ ଡାକ୍ତର ଙ୍କ ପରି ସେଠି ମଧ୍ୟ ଡାକ୍ତର୍ ମାନେ ଦିନ ରାତି ଏକ କରି, ଘର ପରିବାର ଠାରୁ ଦୂରରେ ରହି କରୋନା ଆକ୍ରାନ୍ତଙ୍କୁ ସେବା ଯୋଗାଇ ଦେଉଛନ୍ତି l କିନ୍ତୁ ଭାରତରେ ଏହି ଡାକ୍ତର୍ ରୂପକ ଈଶ୍ୱର ମାନଙ୍କୁ ଯେଉଁ ଭଳି ବ୍ୟବହାର ପ୍ରଦର୍ଶନ କରାଯାଉଛି ସେଠାରେ ତାର ସମ୍ପୂର୍ଣ୍ଣ ବିପରୀତ l ଚିକାଗୋ ର କୌଣସି ଡାକ୍ତର ରୋଗୀ ସେବା ସାରି ଘର କୁ ଫେରିଲା ବେଳକୁ ପଡୋଶୀ ମାନେ ଫଳ,ଫୁଲ, କେକ ପ୍ରଭୁତି ଖାଦ୍ୟ ଧରି ହାଜର ହୋଇ ଯାଉଛନ୍ତି l କେହି କେହି ଭଲ ମନ୍ଦ ପଚାରି ବୁଝୁଥିବା ବେଳେ ଆଉ କେହି ଖାଦ୍ୟ ଗରମ୍ କରି ପରସି ଦେଇ ଯାଉଛନ୍ତି l ଡାକ୍ତର୍ ଙ୍କୁ ଧନ୍ୟବାଦ ଦେବା ପାଇଁ ଲୋକେ ନିଜ ନିଜ ବାଲକୋନୀରେ ଛିଡା ହୋଇ ରହିବା ଏବେ ସେଠାରେ ନିହାତି ଏକ ସାଧାରଣ ଦୃଶ୍ୟ l
କିନ୍ତୁ ଆମର ଏଠି ଡାକ୍ତରଙ୍କୁ ଢେଲା ମାଡ l ଏହି ସବୁ ଘଟଣା ସାମନାକୁ ଆସିଲେ ମନରେ ପ୍ରଶ୍ନ ଟିଏ ଉଙ୍କି ମାରେ l କେବେ ସୁଧୁରିବା ଆମେ ମାନେ????