Saturday, October 23, 2021
Home ଆସ ଭଲ ମଣିଷ ହେବା ପ୍ରତେକ ମଣିଷଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ଥାନ୍ତି ଏହି ୪ଜଣ ବନ୍ଧୁ , ଜାଣନ୍ତୁ ସେମାନେ...

ପ୍ରତେକ ମଣିଷଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ଥାନ୍ତି ଏହି ୪ଜଣ ବନ୍ଧୁ , ଜାଣନ୍ତୁ ସେମାନେ କିଏ….

ପ୍ରତେକ ମଣିଷଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ଥାନ୍ତି ଏହି ୪ଜଣ ବନ୍ଧୁ , ଜାଣନ୍ତୁ ସେମାନେ କିଏ….

ନୀତି ଶାସ୍ତ୍ର ର ମହାନ ପଣ୍ଡିତ ଆଚାର୍ଯ୍ୟ ଚାଣକ୍ୟ ଜୀବନକୁ ସରଳ ଉପାୟରେ ଜିଇଁବା ଓ ସଫଳତା କୁ ପ୍ରାପ୍ତ କରିବା ରାସ୍ତାକୁ ଚାଣକ୍ୟ ନୀତିରେ ଉଲ୍ଲେଖ କରିଛନ୍ତି । ଆମକୁ ଜୀବନ ସହ ଜଡିତ ଅନେକ ଜିନିଷ ବିଷୟରେ ଚାଣକ୍ୟ ନୀତିରେ ଜାଣିବାକୁ ମିଳିଥାଏ।ଯାହା ଦ୍ଵାରା ଆମେ ସମସ୍ତ ଦୁଃଖକୁ ପାର କରି ନିଜ ଜୀବନକୁ ସଠିକ ମାର୍ଗ ଦେଖାଇ ପାରିବା।

ଆମ ଜୀବନରେ ଅନେକ ବନ୍ଧୁ ଥାନ୍ତି, କିନ୍ତୁ ଏହି ବନ୍ଧୁମାନେ ମଧ୍ୟ ଅନେକ ପ୍ରକାରର ହେଇଥାନ୍ତି | ମହାନ ଆଚାର୍ଯ୍ୟ ଚାଣକ୍ୟ, ମଣିଷର ସମଗ୍ର ଜୀବନ କାଳରେ ଏପରି ଚାରିଜଣ ବନ୍ଧୁଙ୍କ ବିଷୟରେ କହିଛନ୍ତି ଯେଉଁମାନେ ମୃତ୍ୟୁ ଏବଂ ତାହାପରେ ମଧ୍ୟ ଆପଣଙ୍କ ସାଥିରେ ରୁହନ୍ତି। ତେବେ ଚାଲନ୍ତୁ ଜାଣିବା କେଉଁ ମାନେ ହେଉଛନ୍ତି ଏହି ଚାରି ଜଣ ବନ୍ଧୁ |

ବିଦ୍ୟା ମିତ୍ର ପ୍ରଭାସେଶୂ ଭରିଆ ମିତ୍ର ଗ୍ରିହେଶୁ ଚ। |
ଭାୟାଧ୍ୟାସୋଧ୍ୟାଧନ ମିତ୍ର ଧର୍ମ ମିତ୍ର ମୃତ୍ୟୁ।|

ପ୍ରଥମ ବନ୍ଧୁ

ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି ଯେ ଘରଠାରୁ ଦୂରରେ ରହୁଥିବା ଯେ
ବ୍ୟକ୍ତିଙ୍କ ପାଇଁ ଜ୍ଞାନଠାରୁ ବଡ଼ ବନ୍ଧୁ କେହି ନାହିଁ |ଅର୍ଥାତ ଯେତେବେଳେ ଆମେ ଆମ ପରିବାର ମଧ୍ୟରେ ରହୁ ସେତେବେଳେ କୌଣସି ପ୍ରକାରର ଅସୁବିଧା କିମ୍ବା ଦ୍ୱନ୍ଦ୍ୱ ପଡିଲେ ଆମକୁ ପରିବାରର ସହଯୋଗ ମିଳିଯାଇଥାଏ, କିନ୍ତୁ ଯେତେବେଳେ ଆମେ ଘର ବାହାରେ ରୁହୁ ସେତେବେଳେ ଆମକୁ କୌଣସି ବି ପରିସ୍ଥିତିର ମୁକାବିଲା ପାଇଁ ନିଜର ଜ୍ଞାନର ଆବଶ୍ୟକତା ପଡିଥାଏ| ମଣିଷର ପ୍ରିୟଜନଙ୍କଠାରୁ ଦୂରରେ ରହିବା ଦ୍ୱାରା ହିଁ ଏହି ଜ୍ଞାନ ତାଙ୍କୁ ଶେଷ ସମୟ ପର୍ଯ୍ୟନ୍ତ ସାହାଯ୍ୟ କରେ ଏବଂ ତାଙ୍କ ଜୀବନକୁ ସରଳ କରିଥାଏ |

ଦ୍ଵିତୀୟ ବନ୍ଧୁ


ଚାଣକ୍ୟ ନୀତି ଅନୁଯାୟୀ ପତ୍ନୀ ଦ୍ୱିତୀୟ ସର୍ବୋତ୍ତମ ବନ୍ଧୁ ହେଇଥାଏ। ଯେଉଁ ବ୍ୟକ୍ତିଙ୍କର ପତ୍ନୀ ଭଲ, ସେ ସମାଜରେ ସମ୍ମାନ ପାଆନ୍ତି | ସେହି ବ୍ୟକ୍ତିଙ୍କର ସମାଜରେ ପ୍ରତିଷ୍ଠା ବଢିଥାଏ | ଅନ୍ୟ ପଟେ, ଯଦି ପତ୍ନୀ ଖରାପ ହୋଇଯାଏ, ତେବେ ଜୀବନ ନର୍କ ପରି ହୋଇଯାଏ | ପତ୍ନୀଙ୍କ ଭୁଲ ଆଚରଣ ହେତୁ ସ୍ୱାମୀଙ୍କୁ ସବୁ ସ୍ଥାନରେ ଅପମାନିତ ହେବାକୁ ପଡିଥାଏ | ଯେତେବେଳେ ପତ୍ନୀ ଠିକ୍ ସେତେବେଳେ ସ୍ୱାମୀଙ୍କ ସମସ୍ତ ବାଧା ଦୂର ହୁଏ | ପତ୍ନୀ ଜଣେ ପ୍ରକୃତ ବନ୍ଧୁ ଯିଏ ସ୍ୱାମୀକୁ ଶେଷ ପର୍ଯ୍ୟନ୍ତ ଛାଡନ୍ତି ନାହିଁ | ସେ କଠିନ ସମୟରେ ତାଙ୍କ ପାଖେପାଖେ ରୁହନ୍ତି ଏବଂ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସ୍ୱାମୀଙ୍କୁ ସମର୍ଥନ କରନ୍ତି |

ତୃତୀୟ ବନ୍ଧୁ 
ଯେଉଁ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଖରାପ ଥିବ, ଜୀବନରେ ତା ପାଇଁ କିଛିବି ମହତ୍ଵ ରଖେ ନାହିଁ | ସେହି ସମୟରେ ଔଷଧ ତାଙ୍କର ପ୍ରକୃତ ବନ୍ଧୁ | ଯେକ କୌଣସି ପ୍ରକାରର ଯନ୍ତ୍ରଣା କିମ୍ବା ଅସନ୍ତୋଷର ଔଷଧ ସେହି ସମୟରେ ମଣିଷ ପାଇଁ ପ୍ରକୃତ ବନ୍ଧୁ ହୋଇଯାଏ | ଯେତେବେଳେ ଶରୀରରେ ପୀଡା ହୁଏ, ସେତେବେଳେ ଜୀବନରେ ଧନ ବା ଟଙ୍କା ଏତେ ବିଶେଷ ଦେଖାଯାଏ ନାହିଁ | ସେହି ସମୟରେ, ବ୍ୟକ୍ତି କେବଳ ଔଷଧ ଦ୍ୱାରା ଆରାମ ପାଇଥାଏ ଏବଂ ଔଷଧ ତାଙ୍କର ପ୍ରକୃତ ବନ୍ଧୁ ହୋଇଯାଏ |

ଚତୁର୍ଥ ଓ ଶେଷ ବନ୍ଧୁ
ଚାଣକ୍ୟ ଧର୍ମକୁ ମନୁଷ୍ୟର ଶେଷ ତଥା ଗୁରୁତ୍ୱପୂର୍ଣ୍ଣ ବନ୍ଧୁ ବୋଲି ଅଭିହିତ କହିଛନ୍ତି। ଚାଣକ୍ୟ କହିଛନ୍ତି ଯେ ଯେଉଁ ବ୍ୟକ୍ତି ଧର୍ମର ପଥକୁ ଆପଣାଇ ନିଜ ଜୀବନ ବିତାଇଥାଏ, ସେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ବି ଲୋକ ମନେ ରଖିଥାନ୍ତି । ଜୀବନ ଜିଇଁବା ସମୟରେ, ଯଦି ତୁମେ ଧର୍ମର ପଥ ଅନୁସରଣ କର, ତୁମେ ମରିବା ପରେ ମଧ୍ୟ ଲୋକମାନେ ତୁମକୁ ସମ୍ମାନର ସହିତ ମନେ ରଖିବେ | ଯେଉଁ ବ୍ୟକ୍ତି ଅଧର୍ମ ପଥରେ ଚାଲିଥାଏ ଓ ଅନ୍ୟମାନଙ୍କ ଜୀବନରେ କଷ୍ଟ ଆଣିଥାଏ, ସେ ବ୍ୟକ୍ତିଙ୍କୁ ଦୁନିଆ ଏକ ଖରାପ ବ୍ୟକ୍ତି ଭାବରେ ମନେ ରଖେ| ଏମିତିରେ ଧର୍ମକୁ ଆପଣଙ୍କ ବନ୍ଧୁ ଭାବନ୍ତୁ ଏବଂ ଏହି ରାସ୍ତାରୁ କେବେବି ହଟନ୍ତୁ ନାହିଁ |

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...
satta king chart