Thursday, October 22, 2020
Home ଖବର କରୋନା ଯୋଦ୍ଧା ଦୁଇ ଭାଇ.. ଲୋକଙ୍କୁ ପେଟପୂରା ଖୁଆଇବା ପାଇଁ ବିକ୍ରିକଲେ ପୈତୃକ ଜମି..

କରୋନା ଯୋଦ୍ଧା ଦୁଇ ଭାଇ.. ଲୋକଙ୍କୁ ପେଟପୂରା ଖୁଆଇବା ପାଇଁ ବିକ୍ରିକଲେ ପୈତୃକ ଜମି..

କରୋନା ଯୋଦ୍ଧା ଦୁଇ ଭାଇ.. ଲୋକଙ୍କୁ ପେଟପୂରା ଖୁଆଇବା ପାଇଁ ବିକ୍ରିକଲେ ପୈତୃକ ଜମି..

ସମଗ୍ର ଦେଶରେ ଲକ୍-ଡାଉନ୍ ଅବଧି ଚାଲିଥିବା ବେଳେ ସବୁ ଶ୍ରେଣୀର ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।କିନ୍ତୁ ଜୀବିକା ଏବଂ ଜୀବନ ମଧ୍ୟରୁ ଗୋଟିଏ ବାଛିବାକୁ ପଡ଼ିଥିବାରୁ ଲୋକେ ଜୀବିକା ଅପେକ୍ଷା ଜୀବନକୁ ଗୁରୁତ୍ୱ ଦେଇ ଘରେ ରହୁଛନ୍ତି।ତେବେ ଲକଡାଉନ ବେଳେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଶ୍ରମିକ ଶ୍ରେଣୀର ଲୋକମାନେ।ଗୋଟେପଟେ କରୋନାର ଭୟ ତ ଅନ୍ୟପଟେ ଭୋକର ଯନ୍ତ୍ରଣା।ଗଣ୍ଡେ ପିଇ ଦଣ୍ଡେ ଜୀଈବା ନ୍ୟାୟରେ ଜୀବନ ଜୀଉଛନ୍ତି ଶ୍ରମିକ ଓ ନିମ୍ନଶ୍ରେଣୀର ଲୋକେ ।ଏମାନେ କିଭଳି ଏହି ବିପଦ ସମୟର ସାମ୍ନା କରି ପାରିବେ ଏନେଇ ଧ୍ୟାନ ଦେଇଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର।

ଏଭଳି ପରିସ୍ଥିତିରେ କିଛି ଲୋକ ଦେବଦୂତ ସାଜିଛନ୍ତି ଏମାନଙ୍କ ପାଇଁ।
ବହୁ ଲୋକ ଏହି ଗରୀବ ଶ୍ରେଣୀର ଲୋକଙ୍କ ସାହାଜୟ ପାଇଁ ହାତ ବଢାଇଛନ୍ତି । ସେହିପରି ୨ଭାଇ ହେଉଛନ୍ତି କର୍ଣ୍ଣାଟକ କୋଲାର ସହରର ତଜାମୁଲ ଓ ମୁଜାମ୍ମିଲ। ଗରିବଙ୍କୁ ପେଟପୂରା ଖାଇବା ଦେବା ପାଇଁ ସେମାନଙ୍କ ଜମି ବିକ୍ରି କରିଦେଇଛନ୍ତି ।

ସୂଚନା ଅନୁସାରେ, ୨ ଭାଇ ୨୫ ଲକ୍ଷ ଟଙ୍କା ଜମା କରିବା ପରେ ଏକ ନେଟୱାର୍କ ସହାୟତାରେ ଗରିବ ଲୋକଙ୍କୁ ରାସନ ଦେବାରେ ଲାଗିଲେ । ଏହା ପରେ ସେ ଘର ନିକଟରେ ଏକ ଟେଣ୍ଟ ଲଗାଇ ରନ୍ଧା ଖାଦ୍ୟ ଯୋଗାଇବାରେ ଲାଗିଛନ୍ତି । କାରଣ ଯେଉଁ ଲୋକମାନଙ୍କ ଘରେ ଖାଦ୍ୟ ପ୍ରସ୍ତୁତ ହେଉନାହିଁ, ସେମାନେ ଯେପରି ଭୋକିଲା ନରୁହନ୍ତୁ । ସ୍ଥାନୀୟ ପୋଲିସ ପ୍ରଶାସନ ୨ଭାଇଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହିତ ଏଥିରେ ୨ଭାଇଙ୍କୁ ସାହାଯ୍ୟ ମଧ୍ୟ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ଖୋର୍ଦ୍ଧା, ତା୧୨/୧୦- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ-୧୯ ନିୟମକୁ ଉଲଂଘନ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ବିଜେଡି...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର,୩୧ ୟୁନିଟ ସଂଗ୍ରହ

ଖୋର୍ଦ୍ଧା, ତା୧୨/୧୦-ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣିତୀର ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରୁ ମୋଟ...

ବିଜେପି ନେତାଙ୍କ ବିବାଦୀୟ ବୟାନ…ବକବାଃସ ବିଜେପି…

ବିଜେପି ନେତାଙ୍କ ବିବାଦୀୟ ବୟାନ… ଭାରତୀୟ ପରମ୍ପରାର ତଥାକଥିତ ରକ୍ଷକ ବୋଲି ଦାବି କରୁଥିବା ବିଜେପି ନେତାମାନେ କିଭଳି ବଡ଼ମାନଙ୍କର ଅସମ୍ମାନ କରନ୍ତି ଏବଂ ବିବାଦୀୟ...

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର ଖୋର୍ଦ୍ଧା,୨/୯- ବେଗୁନିଆ ବ୍ଲକରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ...