Saturday, November 27, 2021
Home ସ୍ୱାସ୍ଥ୍ୟ ପାଇଖାନାରେ ବ୍ୟବହାର କରୁଛନ୍ତି କି ମୋବାଇଲ??ହୋଇପାରେ ଏହି ରୋଗ!!

ପାଇଖାନାରେ ବ୍ୟବହାର କରୁଛନ୍ତି କି ମୋବାଇଲ??ହୋଇପାରେ ଏହି ରୋଗ!!

ମୋବାଇଲ ଫୋନର ଅତ୍ୟଧିକ ବ୍ୟବହାର ଏକାଧିକ ମାନସିକ ଏବଂ ଶାରୀରିକ ରୋଗ ସୃଷ୍ଟିର କାରଣ ଅଟେ।ଏବେ ଏକ ତଥ୍ୟ ଆସିଛି ଏସମ୍ପର୍କରେ ଯାହାକି ଆପଣଙ୍କୁ ଆହୁରି ଚିନ୍ତିତ କରିଦେବ।ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କହୁଛନ୍ତି ଯେ ପାଇଖାନାରେ ବସିଥିବା ବେଳେ ମୋବାଇଲ ଫୋନ ବ୍ୟବହାର କଲେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।ଫୋନରେ କଥାହେବ ଦ୍ୱାରା ମାନସିକ ସ୍ଥିରତା ରହେ ନାହିଁ ଏବଂ କୋଷ୍ଠକାଠିନ୍ୟ ହୁଏ।ଏହି ସମସ୍ୟା କ୍ରମାଗତ ଲାଗିରହିଲେ ମଳଦ୍ୱାର ଭିତରେ ଥିବା ଶିରା-ପ୍ରଶିରା ଫୁଲିଯାଏ।ବେଳେବେଳେ ସେଗୁଡିକ ଫାଟି ରକ୍ତ ଝରେ।ସେହି ସ୍ଥାନରେ କୀଟାଣୁ ଜମା ହୁଅନ୍ତି ଏବଂ ଫଳରେ ମଳଦ୍ୱାର କର୍କଟ ଆଶଙ୍କା ବଢିଥାଏ।

Lakhnou ସ୍ଥିତ କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିର କର୍କଟ ବିଶେଷଜ୍ଞ ଡାକ୍ତର ଅର୍ଶଦ ମହମ୍ମଦଙ୍କ ମତରେ ତିରିଶ ବର୍ଷରୁ କମ ବୟସର ବ୍ୟକ୍ତିଙ୍କ ପାଇଁ ଏହା ସର୍ବାଧିକ ବିପଦର କାରଣ ଭାବରେ ଉଭା ହୋଇଛି।ପାଞ୍ଚ ବର୍ଷ ପୂର୍ବରୁ ଗୋଟିଏ ମାସରେ ତାଙ୍କ ପାଖକୁ ୪୦-୪୫ ମଳଦ୍ୱାର କର୍କଟ ରୋଗୀ ଆସୁଥିଲେ।ଏମାନଙ୍କ ମଧ୍ୟରେ ଯୁବକ-ଯୁବତୀଙ୍କ ସଂଖ୍ୟା ଥିଲା ମାତ୍ର ୩ରୁ୪।ଏବେ ସେହି ସମାନ ସଂଖ୍ୟକ ରୋଗୀଙ୍କ ମଧ୍ୟରୁ ଯୁବଗୋଷ୍ଠୀଙ୍କ ସଂଖ୍ୟା ୨୫ଛୁଇଁଲାଣି।ଏଥିପ୍ରତି ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

ପାଇଖାନା ସମୟରେ ଫୋନ ବ୍ୟବହାର ନକରିବା,ଜଙ୍କ ଫୁଡ଼ କମାଇବା ଏବଂ ସୁସ୍ଥ ଜୀବନଶୈଳି ଅପଣାଇବା ଦ୍ୱାରା କୋଷ୍ଠକାଠିନ୍ୟ ଓ କର୍କଟ ଆଶଙ୍କା ଦୂର ହୋଇଥାଏ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...