Thursday, April 15, 2021
Home ଖବର କାଳ ହେଲା ଅନଲାଇନ ଲୁଡୁ ଖେଳ.. ସ୍ତ୍ରୀ ଠାରୁ ହାରିବାରୁ ପିଟିକି ଅଣ୍ଟା ଭାଙ୍ଗିଦେଲା ସ୍ୱାମୀ..

କାଳ ହେଲା ଅନଲାଇନ ଲୁଡୁ ଖେଳ.. ସ୍ତ୍ରୀ ଠାରୁ ହାରିବାରୁ ପିଟିକି ଅଣ୍ଟା ଭାଙ୍ଗିଦେଲା ସ୍ୱାମୀ..

କାଳ ହେଲା ଅନଲାଇନ ଲୁଡୁ ଖେଳ.. ସ୍ତ୍ରୀ ଠାରୁ ହାରିବାରୁ ପିଟିକି ଅଣ୍ଟା ଭାଙ୍ଗିଦେଲା ସ୍ୱାମୀ..

ଲକଡାଉନ ସମୟରେ ସମୟ ଅତିବାହିତ କରିବା ପାଇଁ ଅନଲାଇନ୍ ଲୁଡୋ ଖେଳ ଆଜିକାଲି ପରିବାରମାନଙ୍କ ପାଇଁ ଏକ ମାଧ୍ୟମ ପାଲଟିଛି | ହେଲେ ଗୁଜୁରାଟର ଭଦୋଦରାଠାରେ ଏହା ଏକ ପରିବାର ପାଇଁ ଅସନ୍ତୋଷ କାରଣ ସାଜିଛି । ଅନଲାଇନ୍ ଲୁଡୋ ଖେଳରେ, ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ପରାସ୍ତ କରିବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଛି ।ତେବେ କଥା କେବଳ ସେତିକିରେ ସାରି ନଥିଲା। ସ୍ୱାମୀର ମାଡରେ ପତ୍ନୀର ଅଣ୍ଟା ହାଡ ଭାଙ୍ଗିଯାଇଥିବା ଜଣାପଡିଛି। ସେହିପରି ମାମଲା ଗୁରୁତର ହେବାରୁ ପତ୍ନୀଙ୍କୁ ମେଡିକାଲରେ ମଧ୍ୟ ଭର୍ତ୍ତି କରାଯାଇଛି ।

୧୮୧ ଅଭୟ ହେଲ୍ପଲାଇନରେ ଅଭିଯୋଗ ପରେ ଏହି ମାମଲା ସାମ୍ନାକୁ ଆସିଥିଲା। ଏହି ମାମଲାର ତଦାରଖ କରୁଥିବା ଅଧିକାରୀ ଜଣକ କହିଛନ୍ତି ଯେ ୨୪ ବର୍ଷ ବୟସ୍କା ମହିଳା ଗୁଜୁରାଟ ଭେମାଲିର ବାସିନ୍ଦା ଅଟନ୍ତି। ସେ ଘରେ ଛୋଟ ଛୋଟ ପିଲାଙ୍କୁ ଟ୍ୟୁସନ କରନ୍ତି | ତାଙ୍କ ସ୍ୱାମୀ ଏକ ଇଲେକ୍ଟ୍ରୋନିକ୍ କମ୍ପାନୀରେ କାମ କରନ୍ତି | ଆଜିକାଲି ଲକଡାଉନ କାରଣରୁ ତାଙ୍କ ସ୍ୱାମୀ ଘରେ ରୁହୁଥିଲେ | ଲକଡାଉନ ଚାଲିଥିବାରୁ ଘରେ ବସି ବସି ଦୁହେଁ ବୋର ହୋଇପଡିଥିଲେ। ପରେ ଅନଲାଇନରେ ଲୁଡୁ ଖେଳିବା ଆରମ୍ଭ କରିଥିଲେ ଉଭୟ ପତି ପତ୍ନୀ।

ତେବେ ପତ୍ନୀ ଏହି ଖେଳରେ କ୍ରମାଗତ ତିନିରୁ ଚାରି ରାଉଣ୍ଡ ସ୍ୱାମୀଙ୍କୁ ପରାସ୍ତ କରିଦେଇଥିଲେ । ବାରମ୍ବାର ପରାଜୟ ପରେ କ୍ରୋଧିତ ସ୍ୱାମୀ ପତ୍ନୀଙ୍କ ସହ ଝଗଡା କରିବାକୁ ଲାଗିଲେ। ଦୁହିଁଙ୍କ ମଧ୍ୟରେ ଝଗଡା ଏତେ ବଢିଗଲା ଯେ ଆକ୍ରମଣ ପର୍ଯ୍ୟନ୍ତ କଥା ପହଁଞ୍ଚିଥିଲା | ସ୍ୱାମୀ ପତ୍ନୀଙ୍କୁ ଏତେ ମାଡ ମାରିଥିଲେ ଯେ ତାଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ପରେ ଭୁଲ୍ ଜାଣି ସ୍ୱାମୀ ପତ୍ନୀଙ୍କୁ ଡାକ୍ତରଖାନା ନେଇଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...