Sunday, October 24, 2021
Home ଖବର କିମ୍ ଜଙ୍ଗ୍ ଉନ୍‌ଙ୍କ ପରଲୋକ..

କିମ୍ ଜଙ୍ଗ୍ ଉନ୍‌ଙ୍କ ପରଲୋକ..

କିମ୍ ଜଙ୍ଗ୍ ଉନ୍‌ଙ୍କ ପରଲୋକ..

ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିଛି । ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍‌ଙ୍କର ପରଲୋକ ଘଟିଛି ।ଆମେରିକାର ଖବର ସରବରାହ ସଂସ୍ଥା ନ୍ୟୁୟର୍କ ଟାଇମ୍ସ ସରକାରୀ ଭାବେ ଏ ନେଇ ଘୋଷଣା କରିଛି। ତାଙ୍କ ସ୍ବାସ୍ଥ୍ୟକୁ ନେଇ ସଂଶୟ ଜାରି ରହିଥିବା ଓ ଭିନ୍ନଭିନ୍ନ ଖବର ଆସୁଥିବା ବେଳେ ଶେଷରେ ଏହାର ଅନ୍ତ ଘଟିଛି ।

କିମ୍ ଜଙ୍ଗ୍ ଉନ୍‌ଙ୍କର ସ୍ବାସ୍ଥ୍ୟକୁ ନେଇ ସଂଶୟ ଜାରି ରହିଥିବା ଓ ଭିନ୍ନଭିନ୍ନ ଖବର ଆସୁଥିବା ପରିପ୍ରେକ୍ଷୀରେ ବାସ୍ତବତା ଜାଣିବା ପାଇଁ ବନ୍ଧୁ ରାଷ୍ଟ୍ର ଚୀନ୍‌ ପକ୍ଷରୁ ଏକ ବିଶେଷଜ୍ଞ ଦଳ ପଠାଯାଇଥିଲା । ଗୁରୁବାର ଚୀନ୍ କମ୍ୟୁନିଷ୍ଟ୍‌ ପାର୍ଟି ଆନ୍ତର୍ଜାତିକ ଯୋଗାଯୋଗ ବିଭାଗର ଜଣେ ବରିଷ୍ଠ ସଦସ୍ୟଙ୍କ ନେତୃତ୍ବରେ ଏହି ଦଳ ଉତ୍ତର କୋରିଆ ଯାଇଥିଲେ । ଏହି ଦଳରେ ଡାକ୍ତରଙ୍କ ସହ ଚୀନ୍‌ ସରକାରଙ୍କର କିଛି ବରିଷ୍ଠ ସରକାରୀ ଅଧିକାରୀ ମଧ୍ୟ ରହିଥିଲେ । କିମ୍‌ଙ୍କର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ହୋଇଥିବା ଏବଂ ସେ କରୋନାରେ ପୀଡ଼ିତ ଥିବା ନେଇ ଖବର ପ୍ରଚାର ହେଉଥିଲା ; ଏମିତିକି ତାଙ୍କର ମୃତ୍ୟୁ ହୋଇଥିବା ଖବର ମଧ୍ୟ ପ୍ରଚାର ହେଉଥିଲା । ତେବେ ଏହା ସତ୍ୟ ଯେ ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିଲେ। । ଏହି ପରିପ୍ରେକ୍ଷୀରେ କିମ୍‌ଙ୍କ ସାନ ଭଉଣୀ କିମ୍‌ ୟୋ ଜଙ୍ଗ୍‌ ତାଙ୍କର ଉତ୍ତରାଧିକାରୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି । ସମ୍ପ୍ରତି ସେ ଶାସକ ଦଳର କର୍ମକର୍ତ୍ତା ଅଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...
satta king chart