Sunday, January 17, 2021
Home ଆସ ବୁଲିଯିବା ରହସ୍ୟମୟୀ କୁଣ୍ଡ,କାହାକୁ ଜଣା ନାହିଁ ଏହାର ଗଭୀର କେତେ ଏବଂ ପ୍ରଳୟ ଆଶଂକା ବେଳେ ...

ରହସ୍ୟମୟୀ କୁଣ୍ଡ,କାହାକୁ ଜଣା ନାହିଁ ଏହାର ଗଭୀର କେତେ ଏବଂ ପ୍ରଳୟ ଆଶଂକା ବେଳେ କୁଣ୍ଡର ପାଣି ଆପେ ଆପେ ବୃଦ୍ଧି ପାଏ…

ରହସ୍ୟମୟୀ କୁଣ୍ଡ,କାହାକୁ ଜଣା ନାହିଁ ଏହାର ଗଭୀର କେତେ ଏବଂ ପ୍ରଳୟ ଆଶଂକା ବେଳେ କୁଣ୍ଡର ପାଣି ଆପେ ଆପେ ବୃଦ୍ଧି ପାଏ…

ଦୁନିଆରେ ଏମିତି ଅନେକ ରହସ୍ୟ ଅଛି, ଯାହା ଏବେସୁଦ୍ଧା ରହାସ୍ୟାବୃତ ହିଁ ରହି ଯାଇଛି । କାରଣ ତା ସଂପର୍କରେ ସଠିକ ତଥ୍ୟ ଆବିଷ୍କାର କରିବାରେ ବୈଜ୍ଞାନିକମାନେ ବି ବିଫଳ ହୋଇ ଯାଇଛନ୍ତି । ଆଜି ଆମେ ଆପଣଙ୍କୁ ସେମିତି ଏକ ରହସ୍ୟମୟୀ କୁଣ୍ଡ ସଂପର୍କରେ ଜଣାଇବାକୁ ଯାଉଛୁ, ଯାହା ଭାରତରେ ଅବସ୍ଥିତ । ଏବଂ ସେ କୁଣ୍ଡର ଗଭୀର କେତେ ଆଜିସୁଦ୍ଧା କୌଣସି ବୈଜ୍ଞାନିକମାନେ ମଧ୍ୟ ଜାଣି ପାରି ନାହାନ୍ତି ।

ମଧ୍ୟପ୍ରଦେଶର ଛତରପୁର ଜିଲାରେ ଅବସ୍ଥିତ ଏହି ରହସ୍ୟମୟୀ କୁଣ୍ଡର ନାଁ ହେଉଛି ଭୀମ କୁଣ୍ଡ । ଯାହା ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ମାତ୍ର ୭୦ କିଲୋମିଟର ଦୂର ବାଜନା ଗାଁରେ ଅବସ୍ଥିତ । କୁହାଯାଏ ଏହି କୁଣ୍ଡର କାହାଣୀ ମହାଭାରତ ସହ ଜଡ଼ିତ ।
ଏହି କୁଣ୍ଡ ସଂପର୍କରେ କୁହାଯାଉଛି କି, ମହାଭାରତ ସମୟରେ ଯେତେବେଳେ ପାଣ୍ଡବ ଅଜ୍ଞାତବାସ ସମୟରେ ଥିଲେ, ସେତେବେଳେ ସେମାନେ ଏପଟ ସେପଟ ଘୂରି ବୁଲୁଥିଲେ । ଏ ସମୟରେ ବହୁତ ଶୋଷ ଲାଗିଥିଲା, ହେଲେ ପିଇବା ପାଇଁ ଟୋପାଏ ବି ପାଣି ମିଳିନଥିଲା । ସେତେବେଳେ ଭୀମ ନିଜ ଗଦାରେ ମାଟି ଉପରେ ପ୍ରହାର କରି ଏହି କୁଣ୍ଡ ତିଆରି କରି ଶୋଷ ମେଂଟାଇଥିବା ଜଣାଯାଏ । ୪୦ରୁ ୮୦ ମିଟର ଓସାର ଥିବା ଏହି କୁଣ୍ଡଟି ଦେଖିବା ଲାଗି ପୁରା ଏକ ଗଦା ସଦୃଶ ।

ଦେଖିବାକୁ ସାଧାରଣ ଭଳି ଲାଗୁଥିବା ଏହି କୁଣ୍ଡର ରହିଛି ଆଶ୍ଚର୍ଯ୍ୟ କଲାଭଳି ବିଶେଷତ୍ୱ। ହେଲେ ଏହାର ବିଶେଷତ୍ୱ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି କୁଣ୍ଡ ସଂପର୍କରେ କୁହାଯାଉଛି ଯେ, ଯେତେବେଳେ ଏସିଆ ମହାଦ୍ୱୀପରେ ବାତ୍ୟା, ତୁଫାନ ଘଟିବାକୁ ଥାଏ, ସେତେବେଳେ ଆପେ ଆପେ ଏହି କୁଣ୍ଡର ପାଣି ବୃଦ୍ଧି ପାଏ ।

ଏଥିସହ ଏହି ରହସ୍ୟମୟୀ କୁଣ୍ଡର ଗଭୀର କେତେ କାହାକୁ ମାଲୁମ ନାହିଁ । ଏହାର ପତ୍ତା କରିବା ଲାଗି ସ୍ଥାନୀୟ ପ୍ରଶାସନଠୁ ଆରମ୍ଭ କରି ବିଦେଶୀ ବୈଜ୍ଞାନିକ ଓ ଡିସକଭରି ଚ୍ୟାନେଲ ତକ ସମସ୍ତେ ଉଦ୍ୟମ କରିଛନ୍ତି,ହେଲେ ସମସ୍ତଙ୍କୁ ନିରାଶ ହେବାକୁ ପଡ଼ିଛି ।

ସୂଚନା ଅନୁସାରେ, ଥରେ ବିଦେଶୀ ବୈଜ୍ଞାନିକମାନେ ଏହି କୁଣ୍ଡର ଗଭୀରର ପତ୍ତା କରିବା ଲାଗି ୨୦୦ ମିଟର ପାଣି ଭିତରେ ଏକ କ୍ୟାମେରା ପଠାଇଥିଲେ । କିନ୍ତୁ କୁଣ୍ଡର ଗଭୀର କେତେ ତାହା ପତ୍ତା ଲଗାଇ ପାରିନଥିଲେ ।
ଆହୁରି ମଧ୍ୟ କୁହାଯାଉଛି କି,ଏହି କୁଣ୍ଡର ପାଣି ଗଂଗା ଭଳି ପବିତ୍ର ଓ ଏହା କେବେ ବି ଖରାପ ହୁଏ ନାହିଁ । ଯେତେବେଳେ ପୋଖରୀ, କୁଣ୍ଡରେ ଥିବା ପାଣି ଧୀରେ ଧୀରେ ଖରାପ ହୋଇଥାଏ । ହେଲେ ଏଠାରେ କିନ୍ତୁ ସେଭଳି କିଛି ଘଟେ ନାହିଁ ।
ତେଣୁ ଆଜି ମଧ୍ୟ ଏ ରହସ୍ୟମୟୀ କୁଣ୍ଡ ସଂପର୍କରେ ବୈଜ୍ଞାନିକମାନେ ସେମିତି କିଛି ପତ୍ତା ଲଗାଇ ପାରି ନାହାନ୍ତି । ଯେପରିକି କୁଣ୍ଡର ଗଭୀର କେତେ ଓ ଯେତେବେଳେ ପ୍ରଳୟ ଆସିବା ଆଶଂକା ଥାଏ ସେତେବେଳେ ଏହି କୁଣ୍ଡର ପାଣି ଆପେ ଆପେ କାହିଁକି ବୃଦ୍ଧି ଘଟେ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...

ବିଜେପି ଯୁବମୋର୍ଚା ପକ୍ଷରୁ ରକ୍ତଦାନ ଶିବିର

ଖୋର୍ଦ୍ଧା, ତା୧/୧୧- ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର ଉର୍ଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୈନିକ ଖବର କାଗଜ ନିତିଦିନ ଓ ବିଜେପି ଯୁବମୋର୍ଚା...