ଜାଣନ୍ତୁ କରୋନାର ଆଉ ୬ଟି ନୂଆ ଲକ୍ଷଣ ବିଷୟରେ..ମୁଣ୍ଡବିନ୍ଧା ସହିତ ଆଉ କଣ କଣ ଏହି ଲକ୍ଷଣ.. ଜାଣନ୍ତୁ
କରୋନା ମହମାରୀକୁ ନେଇ ସାରା ବିଶ୍ୱରେ ଆତଙ୍କ ଲାଗି ରହିଥିବା ବେଳେ।ଏପଟେ ଦିନକୁ ଦିନ କରୋନା ଭାଇରସର ନୂଆ ନୂଆ ଲକ୍ଷଣ ସାମାନକୁ ଆସିବାରେ ଲାଗିଛି । ପୂର୍ବରୁ ଶୁଖିଲା କାଶ, ଅଧିକ ଜ୍ୱର ଓ ନିଶ୍ୱାସ ନେବାରେ କଷ୍ଟ ହେଉଥିବା ଲକ୍ଷଣକୁ କରୋନା ଲକ୍ଷଣ ବୋଲି କୁହାଯାଉଥିଲା । କିନ୍ତୁ ଏବେ କରୋନାର ଆଉ କିଛି ନୂଆ ଲକ୍ଷଣ ସାମ୍ନାକୁ ଆସିଛି। ଆମେରିକାର ସିଡିସି କରୋନାର ଏହି ୬ଟି ନୂଆ ଲକ୍ଷଣ ବିଷୟରେ କହିଛି । ଏହି ଲକ୍ଷଣ ସଂକ୍ରମିତ ହେବାର ୨ରୁ ୧୪ ଦିନ ମଧ୍ୟରେ ଦେଖିଯିବ । ସିଡିସି ମୁତାବକ..
୧-କରୋନା ହେଲେ ଲୋକଙ୍କୁ ଅଧିକ ଥଣ୍ଡା ଅନୂଭବ ହୁଏ । ଲୋକଙ୍କୁ ନିଜ ଶରୀର ଫ୍ରିଜ୍ ଭଳି ଲାଗିଥାଏ ।
୨-କରୋନାରେ ଶରୀରରେ ଥଣ୍ଡା ରହିବା ସହ ଶରୀର ଟାଣ ହୋଇ ରହିଥାଏ ।
୩- କରୋନା ଯୋଗୁଁ ମାଂସପେଶୀରେ ଯନ୍ତ୍ରଣା ଆରମ୍ଭ ହୁଏ । ପୂର୍ବରୁ ମଧ୍ୟ ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ ଗଣ୍ଠି ସମସ୍ୟା ବିଷୟରେ କହିଥିଲେ ।
୪-ଏହି ସମୟରେ ପ୍ରବଳ ମୁଣ୍ଡବିନ୍ଧା ହୁଏ । ଚୀନ ଓ ଆମେରିକାରେ ସାମାନକୁ ଆସୁଥିବା ବହୁ କରୋନା ପଜିଟିଭ୍ ମାମଲାରେ ଲୋକଙ୍କର ପ୍ରବଳ ମୁଣ୍ଡବିନ୍ଧା ସମସ୍ୟା ଦେଖାଦେଇଛି ।
୫- କରୋନା ସଂକ୍ରମିତ ବ୍ୟକ୍ତିଙ୍କର ଗଳାରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ । ତେବେ ଗଳା ଫୁଲିବା ଓ ଯନ୍ତ୍ରଣା ହେବା ସମସ୍ୟା ଆଗରୁ କୁହାଯାଉଥିଲା ।
୬- କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଜିଭ ସ୍ୱାଦହୀନ ହୋଇଯାଏ । କୌଣସି ଖାଦ୍ୟ ପଦାର୍ଥର ସ୍ୱାଦକୁ ଚିହ୍ନିବାରେ ସେମାନେ ଅସମର୍ଥ ହୁଅନ୍ତି ।