Sunday, October 24, 2021
Home ସ୍ୱାସ୍ଥ୍ୟ ଜାଣନ୍ତୁ କେସର ପାଣି ପିଇବାର ଚମତ୍କାରୀତା…

ଜାଣନ୍ତୁ କେସର ପାଣି ପିଇବାର ଚମତ୍କାରୀତା…

ଜାଣନ୍ତୁ କେସର ପାଣି ପିଇବାର ଚମତ୍କାରୀତା…

ଆଜିକାଲି ପୁଣିଥରେ ଫେରିଛି ପୁରୁଣା ଟ୍ରେଣ୍ଡ।ପ୍ରାୟ ସବୁଲୋକ ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ପାଇବାକୁ ଘରୋଇ ଉପାୟ ଆପଣାଉଛନ୍ତି, କାରଣ ଏହା ସ୍ୱାସ୍ଥ୍ୟ ପାଇଁ ବି ଭଲ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ କେସରର ଉପକାରୀତା ବିଷୟରେ। କେସରରେ ରହିଛି କିଛି ଔଷଧୀୟ ଗୁଣ, ଯାହା ଆପଣଙ୍କୁ ଚମତ୍କାରୀ ଫାଇଦା ଦେଇଥାଏ । ଖାଦ୍ୟର ସ୍ୱାଦ ବଢାଇବା ସହ ବହୁ ପ୍ରକାର ରୋଗରୁ ଭଲ କରିଥାଏ କେସର । ତେବେ ଆସନ୍ତୁ ଜାଣିବା କେସର ପାଣିର ଉପକାରୀତା ବିଷୟରେ…

ଆସନ୍ତୁ ପ୍ରଥମେ ଜାଣିବା କେମିତି ପ୍ରସ୍ତୁତ କରିବା କେସର ପାଣି।କେସର ପାଣି ପ୍ରସ୍ତୁତ ପାଇଁ ଆପଣ ପ୍ରଥମେ ଗୋଟିଏ ଗ୍ଲାସ ପାଣିକୁ ଗରମ କରିଦିଅନ୍ତୁ । ସେଥିରେ ୮ କି ୯ଟି କେସର ପକାଇ ୧୦ ମିନିଟ୍ ପାଇଁ ଛାଡିଦିଅନ୍ତୁ । ଯେବେ ପାଣି ଥଣ୍ଡା ହେଉଛି, ସେବେ ତାହାକୁ ପିଅନ୍ତୁ ।ଯଦି ଏହି ପାଣିକୁ ଟିକେ ଅଧିକ ସ୍ୱାଦିଷ୍ଟ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏଥିରେ ମହୁ ବି ମିଶାଇ ପାରିବେ । କେସର ପାଣିକୁ ଆପଣ ସକାଳେ ଓ ସନ୍ଧ୍ୟାରେ ପିଇପାରିବେ ।

୧- ଦିନ ଆରମ୍ଭରୁ କେସର ପାଣି ପିଇବା ଦ୍ୱାରା ଶରୀର ଫୁର୍ତ୍ତି ରୁହେ । ବହୁ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଥାଏ ।

୨-କେସର ପାଣି ପିଇବା ଦ୍ୱାରା ଝିଅମାନଙ୍କର ମାସିକ ଋତୁସ୍ରାବରେ ହେଉଥିବା କଷ୍ଟ ଦୂର ହୋଇଥାଏ । ମାସିକ ଋତୁସ୍ରାବରେ କମ୍ ବ୍ଲିଲ୍ଡିଂ ହେଲେ କଷ୍ଟ ଅଧିକ ହୋଇଥାଏ, ଯାହାକି କେସର ପାଣି ପିଇବା ଦ୍ୱାରା ଠିକ୍ ହୋଇଥାଏ ।

୩-ଯଦି ଆପଣଙ୍କର ବାଳ ଉପୁଡୁଛି, ତେବେ ଦିନକୁ ୨ଥର କେସର ପାଣି ପିଅନ୍ତୁ । ଏହା ଦ୍ୱାରା ବାଳର ମୂଳ ମଜଭୂତ ହୋଇଥାଏ ।

୪-କେସର ପାଣି ପିଇବା ଦ୍ୱାରା ତ୍ୱଚା ପାଇଁ ଅଧିକ ଫାଇଦା ହୋଇଥାଏ । ତ୍ୱଚା ଅଧିକ ସୁନ୍ଦର ଦେଖାଯିବା ସହ ଆକର୍ଷଣୀୟ ଦେଖାଯାଏ ।

୫-ଗର୍ଭବତୀ ମହିଳାଙ୍କ ଗର୍ଭାଶୟରେ ପେଟରେ ଗ୍ୟାସ ହୋଇଥାଏ । ଏହି ସମୟରେ କେସର ପାଣି ପିଇବା ଦ୍ୱାରା ହଜମ ଶକ୍ତି ମଜଭୁତ ହେବା ସହ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...