Wednesday, January 20, 2021
Home ଅପରାଧ ଓ ଅପରାଧୀ ଲକଡାଉନରେ ମାତିଛନ୍ତି ଅନଲାଇନ ଠକ.. ସତର୍କ ରୁହନ୍ତୁ..ନହେଲେ ଠକିଯାଇପାରନ୍ତି ଲକ୍ଷ ଲକ୍ଷ ଟଙ୍କା..

ଲକଡାଉନରେ ମାତିଛନ୍ତି ଅନଲାଇନ ଠକ.. ସତର୍କ ରୁହନ୍ତୁ..ନହେଲେ ଠକିଯାଇପାରନ୍ତି ଲକ୍ଷ ଲକ୍ଷ ଟଙ୍କା..

ଲକଡାଉନରେ ମାତିଛନ୍ତି ଅନଲାଇନ ଠକ.. ସତର୍କ ରୁହନ୍ତୁ..ନହେଲେ ଠକିଯାଇପାରନ୍ତି ଲକ୍ଷ ଲକ୍ଷ ଟଙ୍କା..

ସମଗ୍ର ବିଶ୍ୱ ଗୋଟେପଟେ ମହାମାରୀ କରୋନା ଭୁତାଣୁ ବିରୋଧରେ ଲଢ଼େଇ କରୁଥିବା ବେଳେ ଅନ୍ୟପଟେ ଏହାର ସୁଯୋଗ ନେଉଛନ୍ତି କିଛି ଅନ୍‌ଲାଇନ୍‌ ଠକ । ନୂଆ ନୂଆ କୌଶଳ ଅବଲମ୍ବନ କରି ଲକଡାଉନରେ ଅନ୍‌ଲାଇନ୍‌ରୁ ଟଙ୍କା ଓ ତଥ୍ୟ ଚୋରି କରୁଛନ୍ତି ଏହି ଠକମାନେ। କରେନା ଭାଇରସର ମୁକାବିଲା ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ରେ ଲୋକେ ଘରେ ବସିବା କାରଣରୁ ଅଧିକାଂଶ ସମୟ ଅନ୍‌ଲାଇନ୍‌ରେ ବିତାଉଛନ୍ତି।

ଏହାର ସୁଯୋଗ ନେଇଛନ୍ତି ଅନେକ ଅନ୍‌ଲାଇନ୍‌ ସାଇଟ୍‌ ଓ ଆପ୍‌। ଏମାନେ ବର୍ତ୍ତମାନ ସାଧାରଣ ଲୋକଙ୍କୁ ଠକିବା ଆରମ୍ଭ କରିଛନ୍ତି। ନିଜ ବିଷୟରେ ସବିଶେଷ ତଥ୍ୟ ଦେଲେ କିମ୍ବା ଆପ୍‌କୁ ଡାଉନ୍‌ଲୋଡ୍‌ କଲେ ସଂପୃକ୍ତ ଅଞ୍ଚଳରେ ଥିବା କୋଭିଡ-୧୯ ଆକ୍ରାନ୍ତଙ୍କ ସଂପର୍କରେ ଆପ୍‌ ବା ୱେବ୍‌ସାଇଟ୍‌ ପକ୍ଷରୁ ସୂଚୀତ କରାଯିବ ବୋଲି କୁହାଯାଉଛି। ଫଳରେ ଅନେକ ଜଣ ଏପରି ଅନ୍‌ଲାଇନ୍‌ ଠକମାନଙ୍କୁ ନଚିହ୍ନି ପାରିବାରୁ ଅନ୍‌ଲାଇନ୍‌ ଠକାମିର ଶିକାର ହେଉଛନ୍ତି।

ତେଣୁ ଏଭଳି ସ୍ଥିତିରେ ଟିକେ ଅଧିକ ସତର୍କ ରୁହନ୍ତୁ।ଆଖିବୁଜି କୌଣସି ଆପ କିମ୍ବା ୱେବସାଇଟରେ ନିଜ ତଥ୍ୟ ଅପଲୋଡ଼ କରନ୍ତୁ ନାହିଁ।ଯାହା ବି ନିଷ୍ପତ୍ତି ନେଉଛନ୍ତି ଭାବି ବିଚାରି ନିଅନ୍ତୁ।ବିଭିନ ଅଦରକାରୀ ମେସେଜରୁ ଦୁରେଇ ରୁହନ୍ତୁ ଏବଂ ସତର୍କ ରୁହନ୍ତୁ।

ଜୟ ଜଗନ୍ନାଥ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...

ବିଜେପି ଯୁବମୋର୍ଚା ପକ୍ଷରୁ ରକ୍ତଦାନ ଶିବିର

ଖୋର୍ଦ୍ଧା, ତା୧/୧୧- ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର ଉର୍ଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୈନିକ ଖବର କାଗଜ ନିତିଦିନ ଓ ବିଜେପି ଯୁବମୋର୍ଚା...