ଲକଡାଉନରେ ମାତିଛନ୍ତି ଅନଲାଇନ ଠକ.. ସତର୍କ ରୁହନ୍ତୁ..ନହେଲେ ଠକିଯାଇପାରନ୍ତି ଲକ୍ଷ ଲକ୍ଷ ଟଙ୍କା..
ସମଗ୍ର ବିଶ୍ୱ ଗୋଟେପଟେ ମହାମାରୀ କରୋନା ଭୁତାଣୁ ବିରୋଧରେ ଲଢ଼େଇ କରୁଥିବା ବେଳେ ଅନ୍ୟପଟେ ଏହାର ସୁଯୋଗ ନେଉଛନ୍ତି କିଛି ଅନ୍ଲାଇନ୍ ଠକ । ନୂଆ ନୂଆ କୌଶଳ ଅବଲମ୍ବନ କରି ଲକଡାଉନରେ ଅନ୍ଲାଇନ୍ରୁ ଟଙ୍କା ଓ ତଥ୍ୟ ଚୋରି କରୁଛନ୍ତି ଏହି ଠକମାନେ। କରେନା ଭାଇରସର ମୁକାବିଲା ପାଇଁ ଲାଗୁ ହୋଇଥିବା ଲକ୍ଡାଉନ୍ରେ ଲୋକେ ଘରେ ବସିବା କାରଣରୁ ଅଧିକାଂଶ ସମୟ ଅନ୍ଲାଇନ୍ରେ ବିତାଉଛନ୍ତି।
ଏହାର ସୁଯୋଗ ନେଇଛନ୍ତି ଅନେକ ଅନ୍ଲାଇନ୍ ସାଇଟ୍ ଓ ଆପ୍। ଏମାନେ ବର୍ତ୍ତମାନ ସାଧାରଣ ଲୋକଙ୍କୁ ଠକିବା ଆରମ୍ଭ କରିଛନ୍ତି। ନିଜ ବିଷୟରେ ସବିଶେଷ ତଥ୍ୟ ଦେଲେ କିମ୍ବା ଆପ୍କୁ ଡାଉନ୍ଲୋଡ୍ କଲେ ସଂପୃକ୍ତ ଅଞ୍ଚଳରେ ଥିବା କୋଭିଡ-୧୯ ଆକ୍ରାନ୍ତଙ୍କ ସଂପର୍କରେ ଆପ୍ ବା ୱେବ୍ସାଇଟ୍ ପକ୍ଷରୁ ସୂଚୀତ କରାଯିବ ବୋଲି କୁହାଯାଉଛି। ଫଳରେ ଅନେକ ଜଣ ଏପରି ଅନ୍ଲାଇନ୍ ଠକମାନଙ୍କୁ ନଚିହ୍ନି ପାରିବାରୁ ଅନ୍ଲାଇନ୍ ଠକାମିର ଶିକାର ହେଉଛନ୍ତି।
ତେଣୁ ଏଭଳି ସ୍ଥିତିରେ ଟିକେ ଅଧିକ ସତର୍କ ରୁହନ୍ତୁ।ଆଖିବୁଜି କୌଣସି ଆପ କିମ୍ବା ୱେବସାଇଟରେ ନିଜ ତଥ୍ୟ ଅପଲୋଡ଼ କରନ୍ତୁ ନାହିଁ।ଯାହା ବି ନିଷ୍ପତ୍ତି ନେଉଛନ୍ତି ଭାବି ବିଚାରି ନିଅନ୍ତୁ।ବିଭିନ ଅଦରକାରୀ ମେସେଜରୁ ଦୁରେଇ ରୁହନ୍ତୁ ଏବଂ ସତର୍କ ରୁହନ୍ତୁ।
ଜୟ ଜଗନ୍ନାଥ।