Sunday, October 24, 2021
Home ଖବର ଆଜିଠୁ ବଦଳିଛି ବ୍ୟାଙ୍କ, ରେଳ, PF, ଗ୍ୟାସ୍ ସହ ଜଡିତ ବହୁ ନିୟମ…ଜାଣନ୍ତୁ କଣ ସବୁ...

ଆଜିଠୁ ବଦଳିଛି ବ୍ୟାଙ୍କ, ରେଳ, PF, ଗ୍ୟାସ୍ ସହ ଜଡିତ ବହୁ ନିୟମ…ଜାଣନ୍ତୁ କଣ ସବୁ ନିୟମ ବଦଳିଛି..

ଆଜିଠୁ ବଦଳିଛି ବ୍ୟାଙ୍କ, ରେଳ, PF, ଗ୍ୟାସ୍ ସହ ଜଡିତ ବହୁ ନିୟମ…ଜାଣନ୍ତୁ କଣ ସବୁ ନିୟମ ବଦଳିଛି..

ସମଗ୍ର ଦେଶରେ ଲକଡାଉନ ଜାରି ରହିଥିବା ବେଳେ ଆଜିଠାରୁ ଅର୍ଥାତ୍ ମେ ୧ରୁ ଆପଣଙ୍କ ନିତିଦିନିଆ ଜୀବନ ସହ ଜଡିତ ବହୁ ଜିନିଷ ବଦଳିଯିବ । ଏଥିରେ ବ୍ୟାଙ୍କ, ଏଟିଏମ୍, ରେଳ, ବିମାନ ଉଡାଣ ଆଦି ସାମିଲ ରହିଛି । ଏଥିରେ କେଉଁଟି ଆପଣଙ୍କ ପାଇଁ ଶସ୍ତା ହେବ ତ ଆଉ କେଉଁଟି ମହଙ୍ଗା । ତେବେ ଆସନ୍ତୁ ଜାଣିବା ସେଗୁଡିକ ବିଷୟରେ..

୧-SBIର ସେଭିଂ ଆକାଉଣ୍ଟରେ ଆଜିଠାରୁ ଆପଣଙ୍କୁ କମ୍ ସୁଧହାର ମିଳିବ । ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏଫଡି ଉପରେ ୩.୦୫ ପ୍ରତିଶତ ସୁଧ ଦେବ ବ୍ୟାଙ୍କ । ୧ ଲକ୍ଷରୁ ଅଧିକ ଟଙ୍କା ନିବେଶ ଉପରେ ୩.୨୫ ପ୍ରତିଶତ ସୁଧ ମିଳିବ । ଏହା ରେପୋ ରେଟଠାରୁ ୨.୭୫ ପ୍ରତିଶତ କମ୍ ରହିଛି ।

୨- ଶସ୍ତାରେ ମିଳିବ ଏଲପିଜି ଗ୍ୟାସ୍ ସିଲିଣ୍ଡର । ଦେଶର ତୈଳ ମାର୍କେଟିଂ କମ୍ପାନୀଗୁଡିକ ଯଥା ଏଚପିସିଏଲ, ବିପିସିଏଲ ଓ ଏଲଓସି ବିନା ସବସିଡିଯୁକ୍ତ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛନ୍ତି । ୧୪.୨ କିଲୋଗ୍ରାମର ବିନା-ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ଦାମ ଦିଲ୍ଲୀରେ ଏବେ ୧୬୨.୫ ଟଙ୍କା ଶସ୍ତା ହୋଇଛି । ଏବେ ଏଲପିଜି ସିଲିଣ୍ଡର ଗ୍ୟାସର ମୂଲ୍ୟ ୫୮୧.୫୦ ଟଙ୍କା ରହିଛି । ଏହି କ୍ରମରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ୍ ୨୫୬ ଟଙ୍କା ହ୍ରାସ ପାଇଁ ୧୦୨୯.୫୦ ଟଙ୍କା ହୋଇଛି ।

୩- ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବା ପିଏନବି ଡିଜିଟାଲ ୱାଲେଟ ମେ ୧ରୁ କାମ କରିବ ନାହିଁ । ପିଏନପିର ସମସ୍ତ ଗ୍ରାହକ ଯେଉଁମାନେ ଏହାର କିଟି ୱାଲେଟ ବ୍ୟବହାର କରୁଥିଲେ, ସେମାନେ ଏବେ ଆଇଏମପିଏସ ମାଧ୍ୟମରେ ୱାଲେଟ ଟଙ୍କା ଟ୍ରାନ୍ସଫର ବା ଖର୍ଚ୍ଚ କରିପାରିବେ ।

୪- EPFOରେ ସେହି ମାନଙ୍କୁ ପୁରା ପେନସନ୍ ମିଳିବ, ଯେଉଁମାନେ ମେ ମାସରୁ ଅବସର ସମୟରେ ବି କମ୍ୟୁନିକେସନର ବିକଳ୍ପ ରଖିବାକୁ ଚାହୁଛନ୍ତି । ୧୫ ବର୍ଷ ପରେ ସମ୍ପୂର୍ଣ୍ଣ ପେନସନ୍ ଲାଗୁ ହେବ । ଏନେଇ ସରକାର ଫେବୃଆରୀରେ ଏକ ବିଜ୍ଞପ୍ତି ଜାରି କରିଥିଲେ ।

୫- କରୋନା ପାଇଁ ATM ରେ ବି ନିୟମ ବଦଳିଯାଇଛି । ଏଣିକି ପ୍ରତିଥର ଏଟିଏମ ବ୍ୟବହାର କରାଯିବା ପରେ ସଫା ହେବ । ଯେପରି ଅନ୍ୟମାନେ କରୋନାରେ ସଂକ୍ରମିତ ନହେବେ ।

୬- ଲକ୍-ଡାଉନ୍ କାରଣରୁ ଟ୍ରେନ୍ ଚାଲୁନଥିଲେ ବି ରେଳ ବିଭାଗ ପକ୍ଷରୁ କିଛିଟା ନିୟମରେ ପରିବର୍ତ୍ତନ କରାଯାଇଛି । ରେଳ ଚଳାଚଳ ଆରମ୍ଭ ହେଲେ ଏହି ନିୟମ ପାଳନ କରିବାକୁ ପଡିବ । ନିୟମ ମୁତାବକ, ରିଜର୍ଭସେନ ଚାର୍ଟ ପ୍ରସ୍ତୁତ ହେବାର ୪ ଘଣ୍ଟା ପୂର୍ବରୁ ଯାତ୍ରୀ ନିଜର ଷ୍ଟେସନ ପରିବର୍ତ୍ତନ କରିପାରିବ । ଏଥିରେ ବୋର୍ଡିଂ ଷ୍ଟେସନ ବଦଳାଇଲେ ଯାତ୍ରୀଙ୍କୁ ଟ୍ରେନ୍ ସୁବିଧା ମିଳିବ ନାହିଁ ଓ ଟିକେଟ୍ ବାତିଲ କଲେ ଟଙ୍କା ଫେରସ୍ତ ମିଳିବ ନାହିଁ ।

୭-ମେ ୧ରୁ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଟିକେଟ୍ ବାତିଲ କରିବାକୁ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ । ନିୟମ ମୁତାବକ, ବୁକିଂ କରିବାର ୨୪ ଘଣ୍ଟା ଭିତରେ ଯଦି ଯାତ୍ରୀ ଟିକେଟ୍ ବାତିଲ କରନ୍ତି ବା ସେଥିରେ କୌଣସି ପରିବର୍ତ୍ତନ କରନ୍ତି ତେବେ ସେଥିପାଇଁ ତାଙ୍କୁ ଚାର୍ଜ ଦେବାକୁ ପଡିବ ନାହିଁ ।

ଏହି ଖବରକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରି ଆପଣଙ୍କ ବନ୍ଧୁମାନଙ୍କୁ ଏହି ନୂଆ ନିୟମ ସମ୍ବନ୍ଧରେ ଜଣାନ୍ତୁ।

ଜୟ ଜଗନ୍ନାଥ

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...
satta king chart