Thursday, April 15, 2021
Home ଖବର କଂଗ୍ରେସ ବିଧାୟକଙ୍କ ଅଦ୍ଭୁତ ଯୁକ୍ତି…ମଦ ପିଇଲେ ମରିଯିବ କରୋନା ଭାଇରସ…

କଂଗ୍ରେସ ବିଧାୟକଙ୍କ ଅଦ୍ଭୁତ ଯୁକ୍ତି…ମଦ ପିଇଲେ ମରିଯିବ କରୋନା ଭାଇରସ…

କଂଗ୍ରେସ ବିଧାୟକଙ୍କ ଅଦ୍ଭୁତ ଯୁକ୍ତି…ମଦ ପିଇଲେ ମରିଯିବ କରୋନା ଭାଇରସ…

ମହାମାରି କରୋନା ବିଶ୍ଵବ୍ୟାପୀ ଲୋକଙ୍କ ଚିନ୍ତା ବଢାଇଛି।ଏହି ଭୂତାଣୁର ପ୍ରତିଷେଧକ ପ୍ରସ୍ତୁତିରେ ଲାଗିଛନ୍ତି ବିଶ୍ୱତମାମ ଗବେଷକ । ପ୍ରତିଦିନ ବିଭିନ୍ନ ପ୍ରକାର ଭ୍ୟାକସିନ ପ୍ରସ୍ତୁତ ହେଉଥିବା ଦାବି ହେଉଛି । ତାର ପରୀକ୍ଷା ନିରୀକ୍ଷା ବି ଆରମ୍ଭ ହୋଇଛି । କିନ୍ତୁ ଭାରତରେ ଜଣେ ବ୍ୟକ୍ତି ତାର ପ୍ରତିଷେଧକର ଦାବି କରିଛନ୍ତି । ଅବଶ୍ୟ ବ୍ୟକ୍ତି ଜଣଙ୍କ ଗବେଷକ ନୁହନ୍ତି କିନ୍ତୁ ବାବୁ ଜଣେ ବିଧାୟକ ।

ରାଜସ୍ଥାନର କଂଗ୍ରେସ ବିଧାୟକ ଭରତସିଂ କୁନ୍ଦନପୁରଙ୍କ ଦାବି ହେଉଛି ଆଲକୋହଲରେ ହାତ ଧୋଇବା ପାଇଁ ଯଦି କରୋନା ଭୂତାଣୁ ନଷ୍ଟ ହେଉଛି ତେବେ ମଦ ପିଇବା ଦ୍ୱାରା ଏହା ଗଳାକୁ କରୋନା ସଂକ୍ରମଣରୁ ରକ୍ଷାକରିବା ।ତେବେ ଆପଣ ଯଦି ଭାବୁଛନ୍ତି ଯେ ବିଧାୟକ ମହୋଦୟ ଏକଥା ମଜାରେ ଯେ କହିଛନ୍ତି ତାହା ଭାବିବା ଭୁଲ । ବିଧାୟକ ଜଣକ ଏହି ଯୁକ୍ତି ଦର୍ଶାଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟଙ୍କୁ ଚିଠି ଲେଖି ତୁରନ୍ତ ମଦ ଦୋକାନ ଖୋଲିବାକୁ ଅନୁରୋଧ ବି କରିଛନ୍ତି ।

ଗୋଟେପଟେ ସମଗ୍ର ଦେଶ କିଭଳି ଯତ୍ନର ସହିତ ଏହି ମହାମରିର ମୁକାବିଲା କରିହେବ ସେନେଇ ସରକାରୀ ସ୍ତରରୁ ଆରମ୍ଭ କରି ବେସରକାରୀ ସ୍ଥରରେ ବିଭିନ୍ନ ପ୍ରୟାସ ଚାଲିଛି।ଆଉ ଅନ୍ୟପଟେ ଜଣେ ଲୋକ ପ୍ରତିନିଧି ହୋଇ ମଧ୍ୟ ଭର ସିଂଙ୍କ ଏହି କାର୍ଯ୍ୟକଳାପ ଲୋକଙ୍କ ଭିତରେ ଭୃକୁଂଚନ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...