Sunday, October 25, 2020
Home ବ୍ୟକ୍ତିତ୍ୱ ଜାଣନ୍ତୁ ଭାରତର ପ୍ରଥମ ଶିକ୍ଷୟିତ୍ରୀ ସାବିତ୍ରୀ ବାଇ ଫୁଲେଙ୍କ ସହ ଜଡ଼ିତ ଅନେକ ପ୍ରେରଣାଦାୟୀ କଥା

ଜାଣନ୍ତୁ ଭାରତର ପ୍ରଥମ ଶିକ୍ଷୟିତ୍ରୀ ସାବିତ୍ରୀ ବାଇ ଫୁଲେଙ୍କ ସହ ଜଡ଼ିତ ଅନେକ ପ୍ରେରଣାଦାୟୀ କଥା

ଜାଣନ୍ତୁ ଭାରତର ପ୍ରଥମ ଶିକ୍ଷୟିତ୍ରୀ ସାବିତ୍ରୀ ବାଇ ଫୁଲେଙ୍କ ସହ ଜଡ଼ିତ ଅନେକ ପ୍ରେରଣାଦାୟୀ କଥା

ସାବିତ୍ରୀ ବାଇ ଫୁଲେ ହେଉଛନ୍ତି ଭାରତର ପ୍ରଥମ ମହିଳା ଶିକ୍ଷକ ଏବଂ ସାମାଜିକ କାର୍ଯ୍ୟକର୍ତ୍ତା।ସାବିତ୍ରୀ ବାଇ ଫୁଲେଙ୍କ ଜନ୍ମ ୧୮୩୧ ଜାନୁଆରୀ ୩ ତାରିଖରେ ହୋଇଥିଲା । ସାବିତ୍ରୀ ବାଇ ଫୁଲେଙ୍କୁ ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀ ହେବାର ଶ୍ରେୟ ଯାଉଛି । ଯେଉଁ ସମୟରେ ମହିଳାଙ୍କୁ ପରଦା ପଛରେ ରଖାଯାଉଥିଲା ସେହି ସମୟରେ ସେ ତାଙ୍କ ସ୍ୱାମୀ ଜ୍ୟେତିବା ଫୁଲେଙ୍କ ସହାୟତା ଯୋଗୁଁ ନିଜେ ଶିକ୍ଷିତ ହେବା ସହ ଅନ୍ୟ ମହିଳାମାନଙ୍କୁ ପାଠ ପଢ଼ିବା ପାଇଁ ପ୍ରେରିତ କରିପାରିଥିଲେ ।

ବିବାହ ସମୟରେ ଅପାଠୁଆ ଥିଲେ ସାବିତ୍ରୀ ବାଇ…
ସାବିତ୍ରୀବାଇ ଫୁଲେଙ୍କ ଜନ୍ମ ମହାରାଷ୍ଟ୍ରର ସତାରା ଜିଲ୍ଲାସ୍ଥିତ ନାୟଗାଁଓରେ ହୋଇଥିଲା । ମାତ୍ର ୯ ବର୍ଷ ବୟସରେ ତାଙ୍କ ବିବାହ ଜ୍ୟୋତିବା ଫୁଲେଙ୍କ ସହିତ କରାଯାଇଥିଲା । ବିବାହ ସମୟରେ ସାବିତ୍ରୀବାଇ ଅପାଠୁଆ ଥିଲେ । କିନ୍ତୁ ତାଙ୍କ ଦୃଢ଼ ଆତ୍ମବିଶ୍ୱାସ ଏବଂ ସ୍ୱାମୀଙ୍କ ସହଯୋଗ ଯୋଗୁଁ ସେ ଦେଶର ପ୍ରଥମ ମହିଳା ଶିକ୍ଷୟିତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିପାରିଥିଲେ ।

ଦେଶର ପ୍ରଥମ ବାଳିକା ସ୍କୁଲ ସ୍ଥାପନ…
ସାବିତ୍ରୀବାଇ ନିଜ ପତି ଜ୍ୟୋତିବା ଫୁଲେଙ୍କ ସହ ମିଶି ବାଳିକାଙ୍କ ପାଇଁ ୧୮ଟି ସ୍କୁଲ ଖୋଲିଥିଲେ । ୧୮୪୮ ମସିହାରେ ମହାରାଷ୍ଟ୍ରର ପୁନେରେ ଦେଶର ପ୍ରଥମ ବାଳିକା ସ୍କୁଲ ସ୍ଥାପନ ହୋଇଥିଲା । ସେହିପରି ଦେଶର ୧୮ତମ ସ୍କୁଲ ମଧ୍ୟ ପୁନେରେ ହିଁ ଖୋଲା ଯାଇଥିଲା । ବାଳିକାଙ୍କ ଶିକ୍ଷା ପାଇଁ ସାବିତ୍ରୀବାଇଙ୍କ ଯୋଗଦାନ ଅତୁଳନୀୟ ।

ସ୍କୁଲ ଯାଉଥିବାରୁ ସାବିତ୍ରୀ ବାଇ ଫୁଲେଙ୍କୁ ପଥର ମାରୁଥିଲେ ଲୋକ…
ଉନବିଂଶ ଶତାଦ୍ଦିରେ ପଛୁଆ ବର୍ଗର ମହିଳାଙ୍କୁ ପାଠ ପଢ଼ାଇବା ଏବଂ ସମାଜ କାର୍ଯ୍ୟରେ ଭାଗ ନେବା ଅନେକ କଠିନ ଥିଲା । କୁହାଯାଏ ଯେ, ସାବିତ୍ରୀବାଇ ସ୍କୁଲକୁ ପଢ଼ାଇବାକୁ ଯାଉଥିବା ବେଳେ ତାଙ୍କୁ ଲୋକମାନେ ଅନେକ ଟାହିଟାପରା କରିବା ସହ ପଥର ମାଡ଼ ମଧ୍ୟ କରୁଥିଲେ । ଏସବୁ ସତ୍ୱେ ସେ ପାଠ ପଢ଼ାଇବା ଛାଡ଼ି ନଥିଲେ ।

ସାବିତ୍ରୀବାଇ ଫୁଲେ କବିତା ମଧ୍ୟ ଲେଖୁଥିଲେ। ମରାଠିରେ ଜନଜାଗରଣ କବିତା ମଧ୍ୟ ଲେଖୁଥିଲେ ।

ସ୍ୱାମୀଙ୍କ ମୃତ୍ୟୁପରେ ସମ୍ଭାଳିଥିଲେ ଦାୟିତ୍ୱ…
ସାବିତ୍ରୀବାଇ ଫୁଲେ ଏବଂ ଜ୍ୟୋତିବା ଉଭୟ ୧୮୭୩ ସେପ୍ଟେମ୍ବର ୨୪ରେ ସତ୍ୟଶୋଧକ ସମାଜ ସ୍ଥାପନ କରିଥିଲେ । ସେ ବିଧବା ବିବାହ ପରମ୍ପରା ମଧ୍ୟ ଆରମ୍ଭ କରିଥିଲେ । ଏହି ସଂସ୍ଥା ଦ୍ୱାରା ୧୮୭୩ ଡିସେମ୍ବର ୨୫ରେ ପ୍ରଥମ ବିଧବା ପୁର୍ନବିବାହ କରାଯାଇଥିଲା । ୧୮୯୦ ନଭେମ୍ବରରେ ଅସୁସ୍ଥତା କାରଣରୁ ଜ୍ୟୋତିବାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସତ୍ୟଶୋଧକ ସମାଜର ଦାୟିତ୍ୱ ସାବିତ୍ରୀବାଇ ଫୁଲେ ଦୃଢ଼ତାର ସହ କରିଥିଲେ । ୧୮୯୭ ମାର୍ଚ୍ଚ ୧୦ ତାରିଖରେ ସାବିତ୍ରୀବାଇଙ୍କ ପରଲୋକ ପୁନେରେ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ଖୋର୍ଦ୍ଧା, ତା୧୨/୧୦- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ-୧୯ ନିୟମକୁ ଉଲଂଘନ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ବିଜେଡି...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର,୩୧ ୟୁନିଟ ସଂଗ୍ରହ

ଖୋର୍ଦ୍ଧା, ତା୧୨/୧୦-ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣିତୀର ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରୁ ମୋଟ...

ବିଜେପି ନେତାଙ୍କ ବିବାଦୀୟ ବୟାନ…ବକବାଃସ ବିଜେପି…

ବିଜେପି ନେତାଙ୍କ ବିବାଦୀୟ ବୟାନ… ଭାରତୀୟ ପରମ୍ପରାର ତଥାକଥିତ ରକ୍ଷକ ବୋଲି ଦାବି କରୁଥିବା ବିଜେପି ନେତାମାନେ କିଭଳି ବଡ଼ମାନଙ୍କର ଅସମ୍ମାନ କରନ୍ତି ଏବଂ ବିବାଦୀୟ...

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର ଖୋର୍ଦ୍ଧା,୨/୯- ବେଗୁନିଆ ବ୍ଲକରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ...