ପରିବା ପାଇଁ ବିଏମଡବ୍ଲୁ କାରରେ ୮୩ କିଲୋମିଟର ଗଲେ ଯୁବକ !
ଲକଡାଉନ ବେଳେ ଉତ୍ତରପ୍ରଦେଶର ମିରଟରେ ଜଣେ ଯୁବକ ତାଙ୍କ ଦାମୀ ବିଏମଡବ୍ଲୁ କାରରେ ଅନାବଶ୍ୟକ ଭାବରେ ବୁଲିବା ମହଙ୍ଗା ପଡିଛି। ଜଣାପଡିଛି ଯେ ଯୁବକ ଜଣକ ବିଏମଡବ୍ଲୁ କାରରେ ୧୦୦ ରୁ ଅଧିକ ବେଗରେ ରାସ୍ତାରେ ଯାଉଥିଲେ। ଯେତେବେଳେ ପୁଲିସ ଏହି ବ୍ୟକ୍ତିଙ୍କୁ ଅଟକାଇଥିଲା ସେତେବେଳେ ସେ ପନିପରିବା ଏବଂ ଔଷଧ ଆଣିବାକୁ ଯାଉଥିବାର କହିଥିଲେ |
ପୁଲିସର ସନ୍ଦେହ ହେବାରୁ ଯୁବକଙ୍କ ଠିକଣା ବାବଦରେ ପୁଲିସ ପଚାରିଥିଲା | ଏହା ପରେ ଯୁବକ ଜଣକ ନିଜ ଘର ୮୩ କିଲୋମିଟର ଦୂର ନୋଏଡା ବୋଲି କହିଥିଲେ | ଅଧିକ ପଚରାଉଚୁରା ପରେ ଯୁବକ ଜଣକ ସତ ଓଗାଳିଥିଲେ | ପରିବା ନେବା ଏକ ବାହାନା ଥିଲା, ସେ ନିଜ ଘରୁ ବୁଲିବାକୁ ନୋଏଡାରୁ ମିରଟ ଯାଇଥିଲେ ବି କହିଥିଲେ |
ବଡ କଥା ଯେ ମିରଟରେ ଆଗ୍ରା ପରେ ସର୍ବାଧିକ ମୃତ୍ୟୁ ଘଟିଛି | ମିରଟରେ ହଟସ୍ପଟ୍ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି | ଏଭଳି ପରିସ୍ଥିତିରେ ଏହି ଧନୀ ଯୁବକଙ୍କ ପାସ୍ ର ଅପବ୍ୟବହାରକୁ ନେଇ ପୁଲିସ ଚାଲାଣ କାଟିଥିଲା । କରୋନା ଭୂତାଣୁ ବିସ୍ତାରର ମୁକାବିଲା ପାଇଁ ଲକଡାଉନ୍ ସାରା ଦେଶରେ ଚାଲିଛି। ତୃତୀୟ ପର୍ଯ୍ୟାୟରେ ସରକାର ଲକଡାଉନରେ କିଛି କୋହଳ କରିଛନ୍ତି | ଏହା ସତ୍ତ୍ୱେ କିଛି ଲୋକ ପ୍ରଶାସନ ଦେଇଥିବା ପାସକୁ ମଧ୍ୟ ଅପବ୍ୟବହାର କରୁଛନ୍ତି।