Saturday, November 27, 2021
Home ଖବର ବିଶାଖାପାଟଣା ଗ୍ୟାସ ଦୁର୍ଘଟଣା, ୧୧ଜଣ ମୃତ , ୫ ହଜାର ଅସୁସ୍ଥ..

ବିଶାଖାପାଟଣା ଗ୍ୟାସ ଦୁର୍ଘଟଣା, ୧୧ଜଣ ମୃତ , ୫ ହଜାର ଅସୁସ୍ଥ..

ବିଶାଖାପାଟଣା ଗ୍ୟାସ ଦୁର୍ଘଟଣା, ୧୧ଜଣ ମୃତ , ୫ ହଜାର ଅସୁସ୍ଥ..

: ଆନ୍ଧ୍ରପ୍ରଦେଶର ବିଶାଖପାଟଣା ନିକଟବର୍ତ୍ତି ଗୋପାଳପଟ୍ଟନମଠାରେ ଥିବା ଏଲଜି ପଲିମର୍ସ କାରଖାନାରେ ହୋଇଥିବା ଗ୍ୟାସ ଦୁର୍ଘଟଣାରେ ୧୧ଜଣଙ୍କର ଏପର୍ଯ୍ୟନ୍ତ ମୃତ୍ୟୁ ହୋଇଛି। ଏହା ସହିତ ଆଖପାଖ ଅଂଚଳର ପ୍ରାୟ ୫ ହଜାରରୁ ଅଧିକ ଲୋକ ଅସୁସ୍ଥ ହୋଇ ବିଭିନ୍ନ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମୃତକଙ୍କ ପାଇଁ ୧ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

ଏହି ଘଟଣା ସଂପର୍କରେ ଏଲଜି କମ୍ପାନିର ପ୍ରତିକ୍ରିୟା ଆସିଛି । କମ୍ପାନି ପକ୍ଷରୁ କୁହାଯାଇଛି ଯେ ଗ୍ୟାସ୍ ଲିକ ଏକ ଦୁର୍ଘଟଣା ଥିଲା ଓ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।
ଗୁରୁବାର ସକାଳେ ବିଷାକ୍ତ ବାଷ୍ପ ଲିକ୍‌ ହେବା ପରେ ଶହ ଶହ ଲୋକ ଅଣନିଃଶ୍ବାସୀ ହୋଇପଡ଼ିବା, ଆଖି ପୋଡ଼ିବା ଏବଂ ପେଟ ଟାଣିବା କଥା ଅଭିଯୋଗ କରିଥିଲେ। କାରଖାନା ଚାରିପାଖ ଗାଁମାନଙ୍କରେ ବସବାସ କରୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି। ବିଷାକ୍ତ ବାଷ୍ପ ନାକରେ ପ୍ରବେଶ ନ କରାଇ ଦେବାକୁ ଲୋକେ ମୁହଁରେ ଓଦା କପଡ଼ା ଢାଙ୍କନ୍ତୁ ବୋଲି ସ୍ଥାନୀୟ ପ୍ରଶାସନ ପରାମର୍ଶ ଦେଇଛି।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...