ବେକ ତଳକୁ କରି ମୋବାଇଲ ବ୍ୟବହାର କରୁଛନ୍ତି କି?? ଉପୁଜିପାରେ ସ୍ବାସ୍ଥ୍ୟଗତ ସମସ୍ୟା..ଜାଣନ୍ତୁ କଣ କହୁଛି ରିପୋର୍ଟ…
ଲୋକଙ୍କ ଦ୍ୱାରା ମୋବାଇଲ୍ କିମ୍ବା ଅନ୍ୟ କୌଣସି ଉପକରଣକୁ ଦେଖିବା ପାଇଁ ମୁଣ୍ଡ ନୁଆଁଇ ତଳକୁ ଦେଖିବାକୁ ପଡେ। କିନ୍ତୁ ଅଧିକାଂଶ ସମୟ ଏଭଳି କଲେ ଆପଣଙ୍କ ଉଚ୍ଚତା ଯେ ବିପଦରେ ଆସିଯାଏ ଏହା ଆପଣ ଜାଣିନଥିବେ । ଆଜିର ସମୟରେ ଫୋନ୍ ଏବଂ ଟାବଲେଟର ବ୍ୟବହାର ଅଧିକ ବଢିବ ସହ ଲାପଟପ୍ ଏବଂ ଡେସ୍କଟପ୍ କମ୍ପ୍ୟୁଟରର ବ୍ୟବହାର ମଧ୍ୟ ଅଧିକ ବଢ଼ିଛି । ତେବେ ଏହି ଉପକରଣକୁ ବ୍ୟବହାର କରିବାକୁ ହେଲେ ବେକକୁ ତଳକୁ କରି କାମ କରିବାକୁ ହୋଇଥାଏ । କିନ୍ତୁ ଲଣ୍ଡନ ସ୍ଥିତ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷଣାରୁ ଜଣାପଡିଛି ଯେ ଏହି ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରିବା ଦ୍ୱାରା ବେକ ଉପରେ ଏହାର ପ୍ରେସର୍ ପଡୁଛି । ଯେଉଁଥିପାଇଁ ତାଙ୍କ ଉଚ୍ଚତାରେ ଏହାର ସିଧାସଳଖ ପ୍ରଭାବ ପଡୁଛି ।
ଗବେଷଣାରୁ ଏହା ଜଣାପଡିଛି ଯେ ମହିଳା ଏବଂ ଛୋଟ ପିଲା ମାନେ ଲମ୍ବା ଲୋକଙ୍କ ଠାରୁ ଅଧିକ ନିଜ ମୁଣ୍ଡକୁ ବିଭିନ୍ନ ଠାଣିରେ ବୁଲାଇ ଥାନ୍ତି । ତେଣୁ ସେମାନେ ଅଧିକ ସମୟ ବେକ ଯନ୍ତ୍ରଣାରେ କଷ୍ଟ ପାଇଥାନ୍ତି ।
ତେଣୁ ଯଦି ଆପଣ ଏଭଳି ମୋବାଇଲ ବ୍ୟବହାର ବହୁ ସମୟ ଧରି କରୁଛନ୍ତି।ତେବେ ସାବଧାନ।ନହେଲେ ଆଗକୁ ଆପଣ ମଧ୍ୟ ଏହିଭଳି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ଯଦି ଆପଣଙ୍କୁ ଲାଗୁଚି ଖବରଟି ପଢି ଅନେକ ଲୋକ ସତର୍କ ହେବେ।ତେବେ News ଟିକୁ ସେୟାର କରନ୍ତୁ।