Saturday, November 27, 2021
Home ସ୍ୱାସ୍ଥ୍ୟ ଜାଣନ୍ତୁ କିଭଳି ଆଳୁ ରସର ପ୍ରୟୋଗରେ; କେଶ ଝଡ଼ିବା ବନ୍ଦ ହେବ…

ଜାଣନ୍ତୁ କିଭଳି ଆଳୁ ରସର ପ୍ରୟୋଗରେ; କେଶ ଝଡ଼ିବା ବନ୍ଦ ହେବ…

ଜାଣନ୍ତୁ କିଭଳି ଆଳୁ ରସର ପ୍ରୟୋଗରେ; କେଶ ଝଡ଼ିବା ବନ୍ଦ ହେବ…

ଦେଶରେ ଜାରି ରହିଛି ଲକଡାଉନ ଆଉ ଏଥିପାଇଁ ସମସ୍ତଙ୍କୁ ଘରେ ରହିବାକୁ ସରକାର ସଚେତନ କରୁଛନ୍ତି। ଏହି କଟକଣା ଭିତରେ ବିୟୁଟି ପାର୍ଲର ବି ବନ୍ଦ ରହିଛି। ତେଣୁ ପୁରୁଷ ଓ ମହିଳାମାନଙ୍କୁ ଏଥିପାଇଁ ଅନେକ ସମସ୍ୟାର ସାମ୍ନା କରୁଛନ୍ତି। ତେବେ ଯେଉଁ ପୁରୁଷ ଓ ମହିଳାମାନେ ନିଜର କେଶ ଝଡ଼ିବା ହ୍ରାସ କରିବା ପାଇଁ ପାର୍ଲର ଆସି ବିଭିନ୍ନ ପ୍ରକାର ଉପାୟ ଆପଣାଇ ଥାଆନ୍ତି ସେମାନଙ୍କ ପାଇଁ ଏଭଳି ପରିସ୍ଥିତିରେ ଏକ ଘରୋଇ ଉପଚାର ଲାଭଦାୟକ ହେବ।

କେଶ ଝଡ଼ିବା ସମସ୍ୟାକୁ ହ୍ରାସ କରିବା ପାଇଁ ଆଳୁ ରସ ପିଇଲେ ଏହା ଚମତ୍କାର ଭାବେ କାମ କରିଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଆଳୁରେ ଆଇରନ୍‌, ଭିଟାମିନ୍‌ ସି, ଜିଙ୍କ, ବିଟା କେରୋଟିନ୍‌ ଓ ଫସ୍‌ଫରସ୍‌ ଆଦି ରହିଥାଏ। ଯେଉଁ କାରଣରୁ ଏହାର ରସ ମୁଣ୍ଡରେ ଥିବା କୋଷକୁ ପୋଷକ ଦେଇ କେଶକୁ ଶକ୍ତ ରଖିଥାଏ।

କେବଳ ଏତିକି ନୁହେଁ, ଆଳୁ ମୁଣ୍ଡର ଚର୍ମସ୍ତରରେ ସନ୍ତୁଳନ ରକ୍ଷା କରି ରୁପି ଓ କୁଣ୍ଡିଆ ସମସ୍ୟା ହେବାକୁ ଦିଏ ନାହିଁ। ଯାହାଫଳରେ କେଶ ଝଡ଼ିବା କମ୍‌ ହୋଇଥାଏ।

ତେବେ ଆସନ୍ତୁ ଆଳୁ ରସକୁ କିଭଳି ପ୍ରସ୍ତୁତ କରିବେ ତାହାର ଉପାୟ ନିମ୍ନରେ ଜାଣିବା।

ପ୍ରଥମେ ଆଳୁର ଚୋପା ଛଡ଼ାଇ ତାକୁ ଛୋଟଛୋଟ ଖଣ୍ଡ କରିବେ।
ଏହି ଖଣ୍ଡ ହୋଇଥିବା ଆଳୁରେ କିଛି ପାଣି ମିଶାଇ ପୂରା ଗ୍ରାଇଣ୍ଡ କରିବେ।
ତା’ପରେ ଗ୍ରାଇଣ୍ଡ ହୋଇଥିବା ଆଳୁକୁ ଏକ ସଫା କପଡା ସାହାଯ୍ୟରେ ଚିପୁଡ଼ି ରସ ବାହାର କରି ଏକ ବଡ଼ ଗ୍ଲାସରେ ରଖିବେ ଏବଂ ସଙ୍ଗେସଙ୍ଗେ ତାହାକୁ ପିଇବେ।
ଦେଖିବେ ପ୍ରତିଦିନ ଏହି ଉପାୟକୁ ଆପଣାଇବା ଦ୍ୱାରା ଆପଣଙ୍କ କେଶ ଝଡ଼ିବା ସମସ୍ୟାରେ ହ୍ରାସ ହେବାରେ ଲାଗିବ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...
satta king chart