ଜାଣନ୍ତୁ କିଭଳି ଆଳୁ ରସର ପ୍ରୟୋଗରେ; କେଶ ଝଡ଼ିବା ବନ୍ଦ ହେବ…
ଦେଶରେ ଜାରି ରହିଛି ଲକଡାଉନ ଆଉ ଏଥିପାଇଁ ସମସ୍ତଙ୍କୁ ଘରେ ରହିବାକୁ ସରକାର ସଚେତନ କରୁଛନ୍ତି। ଏହି କଟକଣା ଭିତରେ ବିୟୁଟି ପାର୍ଲର ବି ବନ୍ଦ ରହିଛି। ତେଣୁ ପୁରୁଷ ଓ ମହିଳାମାନଙ୍କୁ ଏଥିପାଇଁ ଅନେକ ସମସ୍ୟାର ସାମ୍ନା କରୁଛନ୍ତି। ତେବେ ଯେଉଁ ପୁରୁଷ ଓ ମହିଳାମାନେ ନିଜର କେଶ ଝଡ଼ିବା ହ୍ରାସ କରିବା ପାଇଁ ପାର୍ଲର ଆସି ବିଭିନ୍ନ ପ୍ରକାର ଉପାୟ ଆପଣାଇ ଥାଆନ୍ତି ସେମାନଙ୍କ ପାଇଁ ଏଭଳି ପରିସ୍ଥିତିରେ ଏକ ଘରୋଇ ଉପଚାର ଲାଭଦାୟକ ହେବ।
କେଶ ଝଡ଼ିବା ସମସ୍ୟାକୁ ହ୍ରାସ କରିବା ପାଇଁ ଆଳୁ ରସ ପିଇଲେ ଏହା ଚମତ୍କାର ଭାବେ କାମ କରିଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଆଳୁରେ ଆଇରନ୍, ଭିଟାମିନ୍ ସି, ଜିଙ୍କ, ବିଟା କେରୋଟିନ୍ ଓ ଫସ୍ଫରସ୍ ଆଦି ରହିଥାଏ। ଯେଉଁ କାରଣରୁ ଏହାର ରସ ମୁଣ୍ଡରେ ଥିବା କୋଷକୁ ପୋଷକ ଦେଇ କେଶକୁ ଶକ୍ତ ରଖିଥାଏ।
କେବଳ ଏତିକି ନୁହେଁ, ଆଳୁ ମୁଣ୍ଡର ଚର୍ମସ୍ତରରେ ସନ୍ତୁଳନ ରକ୍ଷା କରି ରୁପି ଓ କୁଣ୍ଡିଆ ସମସ୍ୟା ହେବାକୁ ଦିଏ ନାହିଁ। ଯାହାଫଳରେ କେଶ ଝଡ଼ିବା କମ୍ ହୋଇଥାଏ।
ତେବେ ଆସନ୍ତୁ ଆଳୁ ରସକୁ କିଭଳି ପ୍ରସ୍ତୁତ କରିବେ ତାହାର ଉପାୟ ନିମ୍ନରେ ଜାଣିବା।
ପ୍ରଥମେ ଆଳୁର ଚୋପା ଛଡ଼ାଇ ତାକୁ ଛୋଟଛୋଟ ଖଣ୍ଡ କରିବେ।
ଏହି ଖଣ୍ଡ ହୋଇଥିବା ଆଳୁରେ କିଛି ପାଣି ମିଶାଇ ପୂରା ଗ୍ରାଇଣ୍ଡ କରିବେ।
ତା’ପରେ ଗ୍ରାଇଣ୍ଡ ହୋଇଥିବା ଆଳୁକୁ ଏକ ସଫା କପଡା ସାହାଯ୍ୟରେ ଚିପୁଡ଼ି ରସ ବାହାର କରି ଏକ ବଡ଼ ଗ୍ଲାସରେ ରଖିବେ ଏବଂ ସଙ୍ଗେସଙ୍ଗେ ତାହାକୁ ପିଇବେ।
ଦେଖିବେ ପ୍ରତିଦିନ ଏହି ଉପାୟକୁ ଆପଣାଇବା ଦ୍ୱାରା ଆପଣଙ୍କ କେଶ ଝଡ଼ିବା ସମସ୍ୟାରେ ହ୍ରାସ ହେବାରେ ଲାଗିବ।