Thursday, January 21, 2021
Home ଆସ ଭଲ ମଣିଷ ହେବା ଟିଟିଇଙ୍କ ସଚ୍ଚୋଟପଣିଆ :ମହିଳାଙ୍କୁ ଫେରାଇଲେ ଟ୍ରେନ୍‌ରେ ଭୁଲି ଯାଇଥିବା ଟଙ୍କା ଓ ସୁନାଗହଣା ଭର୍ତ୍ତି ବ୍ୟାଗ...

ଟିଟିଇଙ୍କ ସଚ୍ଚୋଟପଣିଆ :ମହିଳାଙ୍କୁ ଫେରାଇଲେ ଟ୍ରେନ୍‌ରେ ଭୁଲି ଯାଇଥିବା ଟଙ୍କା ଓ ସୁନାଗହଣା ଭର୍ତ୍ତି ବ୍ୟାଗ ..

ଟିଟିଇଙ୍କ ସଚ୍ଚୋଟପଣିଆ :ମହିଳାଙ୍କୁ ଫେରାଇଲେ ଟ୍ରେନ୍‌ରେ ଭୁଲି ଯାଇଥିବା ଟଙ୍କା ଓ ସୁନାଗହଣା ଭର୍ତ୍ତି ବ୍ୟାଗ ..

ଲକଡାଉନ ସାମାନ୍ୟ କୋହଳ ହେବାପରେ ଏବେ ଦିଲ୍ଲୀରୁ ଭୁବନେଶ୍ୱର ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଦିଲ୍ଲୀରୁ ଭୁବନେଶ୍ୱର ଫେରିଥିବା ଏସି ସ୍ପେଶାଲ ଟ୍ରେନରୁ ଜଣେ ଟିଟିଇ ଏକ ଟଙ୍କା ଓ ସୁନାଗହଣା ଭର୍ତ୍ତି ବ୍ୟାଗ ପାଇ ତାହାକୁ ସଂଗେସଂଗେ ସମ୍ପୃକ୍ତ ଯାତ୍ରୀଙ୍କୁ ଫେରାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଟିଟିଇଙ୍କ ସଚ୍ଚୋଟପଣିଆ ପାଇଁ ତାଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ଲୋକେ।

ଗତକାଲି ଅପରାହ୍ନରେ ୬ଟାରେ ନୂଆଦିଲ୍ଲୀରୁ ଛାଡ଼ିଥିବା ଏସି ସ୍ପେଶାଲ ଟ୍ରେନ ସଂରକ୍ଷିତ ବଗିର ବି-୯ର ୪୮ ନମ୍ବର ସିଟରେ ମୋଗଲସରାଇରୁ ଅକୃତି ଶ୍ରୀବାସ୍ତବ(୩୬) ନାମକ ଯାତ୍ରୀ ଯାତ୍ରା କରି ଗୟାରେ ଓହ୍ଲାଇ ଯାଇଥିଲେ। ଟ୍ରେନ୍‌ରୁ ଓହ୍ଲାଇବା ବେଳେ ଭୁଲବଶତଃ ସେ ସିଟ ଉପରେ ଏକ ଲାଲ ରଙ୍ଗର ଭ୍ୟାନିଟ ବ୍ୟାଗ ଛାଡ଼ି ଚାଲି ଯାଇଥିଲେ।

କିଛି ସମୟ ପରେ ବ୍ୟାଗ ଉପରେ ଟ୍ରେନର କ୍ୟାପଟେନ କୌଶିକ ସାହାଙ୍କ ନଜର ପଡିଥିଲା। ସାହା ସଙ୍ଗେସଙ୍ଗେ ବ୍ୟାଗଟିକୁ ନେଇ ବ୍ୟାଗଟି କାହାର ତାହାର ଅନୁସନ୍ଧାନ ପାଇଁ ବ୍ୟାଗର ଚେନ୍‌ ଖୋଲିଥିଲେ। ବ୍ୟାଗ ଭିତରେ ପ୍ରାୟ ୨୨ ହଜାର ଟଙ୍କା, ଏକ ବଡ଼ ସୁନା ଚେନ, ମଙ୍ଗଳ ସୂତ୍ର, ମୁଦି, କାନ ଫୁଲ ଓ ପାଉଞ୍ଜି ଏବଂ ମେକଅପ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦେଖିବାକୁ ପାଇଲେ। ବ୍ୟାଗରୁ ମହିଳାଙ୍କ ଫୋନ ନମ୍ବର ପାଇ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ।

ମହିଳା ଯାତ୍ରୀ ଜଣକ ଫୋନ୍‌ ଉଠାଇବା ପରେ ସେ ତାଙ୍କର ପର୍ସଟି ଟ୍ରେନ୍‌ରେ ଛାଡ଼ି ଯାଇଥିବା ନେଇ ସୂଚନା ଦେଇଥିଲେ। ଏଥିସହିତ ଏହି ଘଟଣା ସମ୍ପର୍କରେ ଜଣାଇବା ପାଇଁ ସେ ଖୋର୍ଦ୍ଧାରୋଡ଼ କଣ୍ଟ୍ରୋଲ ଓ ଗୋମୋ କଣ୍ଟ୍ରୋଲ ରୁମ୍‌କୁ ଯୋଗାଯୋଗ କରିଥିଲେ।

ଗୋମୋ ଷ୍ଟେସନରେ ଗାଡି ପହଞ୍ଚିବା ପରେ ଖବର ପାଇ ଉପସ୍ଥିତ ଆରପିଏଫ ଯବାନଙ୍କୁ କ୍ୟାପଟେନ ସାହା ସାଥି କର୍ମଚାରୀ ଜି କେ ଆନନ୍ଦ ଓ ଚନ୍ଦ୍ରା ରାଜୁଙ୍କ ଉପସ୍ଥିତରେ ଭ୍ୟାନିଟ ବ୍ୟାଗଟି ହସ୍ତାନ୍ତର କରିଥିଲେ। ତା’ ପରେ ସାହା ଉକ୍ତ ମହିଳାଙ୍କୁ ଆରପିଏଫ ଯବାନଙ୍କ ସହିତ ଯୋଗାଯୋଗ କରାଇ ଦେଇଥିଲେ। ମହିଳା ଜଣଙ୍କ ଟିଟିଇଙ୍କର ଏଭଳି ସଚ୍ଚୋଟପଣିଆକୁ ଭୁରି ଭୁରି ପ୍ରଶଂସା କରିବା ସହ ରେଳ ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ ବୋଲି ଶ୍ରମିକ କଂଗ୍ରେସର ଶାଖା ସଂପାଦକ ତଥା ଟିଟିଇମାନଙ୍କ ବରିଷ୍ଠ ନେତା ଏଲ ଡି ମହାନ୍ତି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...

ବିଜେପି ଯୁବମୋର୍ଚା ପକ୍ଷରୁ ରକ୍ତଦାନ ଶିବିର

ଖୋର୍ଦ୍ଧା, ତା୧/୧୧- ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର ଉର୍ଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୈନିକ ଖବର କାଗଜ ନିତିଦିନ ଓ ବିଜେପି ଯୁବମୋର୍ଚା...