Sunday, October 24, 2021
Home ଖବର କେଉଁ ଭାଷା ବୁଝନ୍ତି ଜଗନ୍ନାଥ ? ଜାଣନ୍ତୁ କାଳିଆର ଭାଷା…

କେଉଁ ଭାଷା ବୁଝନ୍ତି ଜଗନ୍ନାଥ ? ଜାଣନ୍ତୁ କାଳିଆର ଭାଷା…

କେଉଁ ଭାଷା ବୁଝନ୍ତି ଜଗନ୍ନାଥ ? ଜାଣନ୍ତୁ କାଳିଆର ଭାଷା…

ସେ ଜଗତର ନାଥ ଶ୍ରୀଜଗନ୍ନାଥ। ସେ ବ୍ରହ୍ମାଣ୍ଡ ଠାକୁର।ସମଗ୍ର ବିଶ୍ୱରେ ତାର ଅଗଣିତ ଭକ୍ତ। ଅଲଗା ଅଲଗା ସେମାନଙ୍କର ଭାଷା! ସେମାନେ ନିଜ ନିଜ ଭାଷାରେ ହିଁ ଜଗନ୍ନାଥଙ୍କୁ ଡାକନ୍ତି। ସେମାନଙ୍କର ଗୁହାରି ଜଣାନ୍ତି। ତା’ ହେଲେ ଜଗନ୍ନାଥ କ’ଣ ସେ ସମସ୍ତଙ୍କର ଭାଷା ବୁଝିପାରନ୍ତି?

ଏହାର ଗୋଟିଏ ସୁନ୍ଦର ଉତ୍ତର ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ର ଚତୁର୍ଥ ଅଧ୍ୟାୟରେ ଅଛି।

ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରତି ପ୍ରସନ୍ନ ହୋଇ ଶ୍ରୀଜଗନ୍ନାଥ ଦାରୁମୟ ବିଗ୍ରହ ଧାରଣ କରି ନୀଳାଚଳରେ ଅବସ୍ଥାନ କଲେ। ତାଙ୍କ ସହ ଅବସ୍ଥାନ କଲେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ। ଏହା ସେହି ସମୟର କଥା। ଏହି ପ୍ରସଙ୍ଗରେ ଋଷି ଜୈମିନୀ ଅନ୍ୟ ମୁନିମାନଙ୍କୁ ତାଙ୍କର ମହିମା ସଂପର୍କରେ ବୁଝାଇଛନ୍ତି। ସେହି ପ୍ରସଙ୍ଗରେ ଏହି ‘ଭାଷା’ କଥାଟି ଆସିଛି।

ଜୈମିନୀ କହିଲେ- ହେ ମୁନିଗଣ! ଜନସାଧାରଣଙ୍କର ଉପକାର ନିମନ୍ତେ ନୀଳମେଘ ସଦୃଶ ଶଙ୍ଖଚକ୍ରଧାରୀ ଭଗବାନ ଏହି ଦାରୁବିଗ୍ରହ ଧାରଣ କରିଛନ୍ତି। ସେହି ଭଗବାନଙ୍କୁ ଦର୍ଶନ କଲେ ତ୍ରିତାପ ହରଣ ହୁଏ ଏବଂ ସତ୍‌କର୍ମର ଫଳ ମିଳେ। ଏ କେବଳ କାଷ୍ଠମୟୀ ପ୍ରତିମା ନୁହନ୍ତି; ଏ ଦାରୁମୟ ବ୍ରହ୍ମ। ଅଲୌକିକ ହେଲେ ମଧ୍ୟ ଏ ଲୌକିକ ରୂପରେ ପ୍ରକଟିତ।

ଏହି ପ୍ରସଙ୍ଗରେ ଜୈମିନୀ ଋଷି ଶ୍ରୀଜଗନ୍ନାଥଙ୍କ ବିଭୂତିର ବର୍ଣ୍ଣନା କରି କହିଛନ୍ତି- ଶ୍ରୀଜଗନ୍ନାଥ ସମସ୍ତଙ୍କର ପାପମୁକ୍ତିର ଉପାୟ, ସମସ୍ତଙ୍କର ବିପଦର ନିବାରକ, ସମସ୍ତଙ୍କର ସଦ୍‌ଗୁଣର ପରିବର୍ଦ୍ଧକ ଏବଂ ସମସ୍ତ ଯୋଗୀଗଣଙ୍କର ଉପାସ୍ୟ। ନିଖିଳ ଜଗତର ଏହି ଧାତା ଓ ପାଳନକର୍ତ୍ତାଙ୍କର ଆଉ ଗୋଟିଏ ବିଭୂତି ହେଉଛି, ସେ ‘ଅଖିଳ ଭାଷାବିତ୍‌’।

ଏହାର ତାତ୍ପର୍ଯ୍ୟ ହେଉଛି- ଶ୍ରୀକ୍ଷେତ୍ର ପୁରୀର ନୀଳାଚଳରେ, ଦାରୁମୟ ରୂପରେ ପ୍ରକଟିତ ହୋଇଥିବା ଏହି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ସମସ୍ତଙ୍କର ମଙ୍ଗଳପାଇଁ ଆବିର୍ଭୂତ ହୋଇଛନ୍ତି। ତେଣୁ, ସେ ସବୁ ଭାଷା ବୁଝି ପାରନ୍ତି। କାରଣ ‘ଅଖିଳ ଭାଷାବିତ୍‌’ ଭାବରେ ସେ ସବୁ ଭାଷାରେ ଅଭିଜ୍ଞ।

(ବିଜ୍ଞାପନ)

ଏଣୁ ଆମେ ଓଡ଼ିଆ ଭାଷାରେ ଡାକିଲେ ଶ୍ରୀଜଗନ୍ନାଥ ଯେପରି ଶୁଣନ୍ତି, ଅନ୍ୟ ଯେ କେହି ନିଜ ଭାଷାରେ ଡାକିଲେ ମଧ୍ୟ ସେ ଶୁଣିଥାଆନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...