Wednesday, October 28, 2020
Home ଖବର ପ୍ରେମର ମଜା ବଢ଼ାଇଛି କରୋନା..!!

ପ୍ରେମର ମଜା ବଢ଼ାଇଛି କରୋନା..!!

ପ୍ରେମର ମଜା ବଢ଼ାଇଛି କରୋନା..!!

ମହାମାରୀ କରୋନାର ମୁକାବିଲା ପାଇଁ ବିଭିନ୍ନ ରାଷ୍ଟ୍ରରେ ଜାରି ହୋଇଥିବା ଲକ୍ଡାଉନ୍ ସ୍ଥିତି ଯୋଗୁଁ ନାଗରିକମାନେ ଘରେ ରହି ମାନସିକ ସ୍ତରରେ ସନ୍ତୁଳି ହେବାରେ ଲାଗିଛନ୍ତିା ତେବେ ଏହାର ଅନ୍ୟ ଏକ ଦିଗ ନିଆରା ବାର୍ତ୍ତା ଆଣିଛିା ବିଭିନ୍ନ ସ୍ବାଭାବିକ କାମଧନ୍ଦାରୁ ବ‌ିରତ ହୋଇ ହାତରେ ପର୍ଯ୍ୟାପ୍ତ ସମୟ ପାଉଥିବା ପ୍ରେମୀମାନଙ୍କ ପାଇଁ ଏହା ଏକ ଅପୂର୍ବ ସୁଯୋଗ ଆଣିଛିା ବିଶେଷ କରି ପ୍ରତ୍ୟକ୍ଷ ସାକ୍ଷାତ ନହେଲେ ବି ଅନଲାଇନରେ ଘଣ୍ଟାଘଣ୍ଟା ଧରି ପ୍ରେମସାକ୍ଷାତ(ଡେଟିଂ)ର ନିଆରା ମଜା ସେମାନଙ୍କୁ ଉତ୍ସାହିତ କରୁଛିା ଏହାର ପରିଣତି ସ୍ବରୂପ ଫେସ୍‌ବୁକ୍ ଡେଟିଂ, ବମ୍ପଲ୍, ଟିଣ୍ତର, ଗ୍ଲିଡେନ୍ ଆଦି ପ୍ରେମସାକ୍ଷାତ ଅନଲାଇନ୍ ମାଧ୍ୟମଗୁଡି଼କର ଚାହିଦା ଢେର୍ ବେଶୀ ବଢ଼ିଯାଇଛିା ଯୁବକ–ବୃଧ, ବିବାହିତ–ଅବିବାହିତ ନିର୍ବିଶେଷରେ ସମସ୍ତେ ଏହାର ଶିକାର ହୋଇଥିବା ଜଣାଯାଇଛିା

ଅପରପକ୍ଷେ, ଏହାର ବିପରୀତ ଦିଗଟି ମଧ୍ୟ ପ୍ରଣୟରେ ଦୁର୍ନୀତି ପରି ନିଆରା ଆଧୁନିକ ଅପରାଧ ସୃଷ୍ଟି କରିଛିା ପ୍ରତ୍ୟକ୍ଷରେ ସାକ୍ଷାତ ନହୋଇ ବି ନିଜ ସମ୍ପର୍କରେ ମିଛ ସୂଚନା ଦେଇ ଶାଶ୍ବତ ପ୍ରେମକୁ ଆମନ୍ତ୍ରଣ କରାଯାଉଛିା ମାତ୍ର ପ୍ରେମର ଚୂଡା଼ନ୍ତ ପାହାଚ ଚଢ଼ିବା ବେଳକୁ ନିଜର ପ୍ରକୃତ ପରିଚୟ ଧରାପଡି଼ଯିବା ଆଶଙ୍କାରେ ନାନା ବାହାନା କରି ଶେଷରେ ପ୍ରତିପକ୍ଷକୁ ଧୋକା ଦିଆଯାଉଛିା ଏପରିକି ସ୍ଥଳବିଶେଷରେ ଜଣେ ପ୍ରେମୀ ଅନଲାଇନରେ ନିଜର ପ୍ରେମସାଥୀକୁ ଏପରି ନିବିଡ଼ କରିପାରୁଛି ଯେ ସେ ନିଜର ସବୁକିଛି ସମର୍ପିଦେବାକୁ ମଧ୍ୟ ପଛାଉନାହିାଁ ଏହି ମଉକାରେ ଅନ୍ଲାଇନରେ ଅର୍ଥ ହଡ଼ପ ପରି ବିରଳ କୁତ୍ସିତ ପରମ୍ପରା ମଧ୍ୟ ଦେଖିବାକୁ ମିଳିଛିା ତେଣୁ ଏଭଳି ପ୍ରେମସାକ୍ଷାତରୁ ନିବୃତ ରହିବା ପାଇଁ ଗବେଷକମାନେ ସତର୍କ କରାଇଦେଇଛନ୍ତିା

ମିଳିଥିବା ସୂଚନାନୁଯାୟୀ, ଗତ ଦଶନ୍ଧି ଭିତରେ କେବଳ ଉତ୍ତର ଆମେରିକାରେ ହିଁ ୧୪୦୦ ସଂଖ୍ୟକ ଡେଟିଂ ସାଇଟ୍/ଚାଟିଂ ସାଇଟ୍ ଖୋଲିଛିା ସେହିପରି ବ୍ରିଟେନ୍(ୟୁକେ)ରେ ୨୩ ପ୍ରତିଶତ ଇଣ୍ଟନେଟ୍ ବ୍ୟବହାରକାରୀ ହିଁ କାହା ସହିତ ଅନଲାଇନରେ ନିର୍ଦ୍ଦିଷ୍ଟ ଅବଧି ଯାଏ ପ୍ରେମ ସମ୍ପର୍କ ରଖିଛନ୍ତିା ଏପରିକି ଛଅ ପ୍ରତିଶତ ବିବାହିତ/ବିବାହିତା ମଧ୍ୟ କାହାକୁ ପ୍ରେମଜାଲରେ ଫସାଇଥିବା ଜଣାଯାଇଛିା ତେବେ କେବଳ ଆମ ଭାରତରେ ଗ୍ଲିଡେନ୍ ନାମକ ଦାମ୍ପତ୍ୟ ବାହାର(ଏକ୍ସଟ୍ରାମାରିଟାଲ୍) ପ୍ରେମସାକ୍ଷାତ ଆପ୍ଲିକେସନ୍ ଏହି ଅବସରରେ ୧୦ ଲକ୍ଷ ବ୍ୟବହାରକାରୀଙ୍କୁ ଆକୃଷ୍ଟ କରିପାରିଛିା ସେହିପରି ଲକ୍ଡ଼ାଉନ୍ ପରିସ୍ଥିତି ଭିତରେ ଟିଣ୍ତର ଏବଂ ବମ୍ବଲ୍ ପରି ଆପ୍ଲିକେସନ ମଧ୍ୟ ଦେଶରେ ଅନୁରୂପ ଲୋକପ୍ରିୟତା ହାସଲ କରିଥିବା ଜଣାଯାଇଛିା ତେବେ ଇଟାଲୀର ସିଏନା ବିଶ୍ବବିଦ୍ୟାଳୟ ଓ ସ୍କଟ୍ ବିଶ୍ବବିଦ୍ୟାଳୟ ଡାକ୍ତରଖାନାର ଗବେଷକମାନଙ୍କ ମତରେ କିଛି ଧୂର୍ତ୍ତ ଧପାବାଜ ଉେଦ୍ଦଶ୍ୟମୂଳକ ଭାବେ ନିଜର ଏକ ମନଗଡ଼ା ଅବାସ୍ତବ ପରିଚୟ ସୃଷ୍ଟି କରି ଅନଲାଇନରେ ନିଜର ପ୍ରେମସାଥୀ ଯୋଗାଡ଼ କରି ୬ରୁ ୮ ମାସ ଧରି କାରନାମା ଚଳାଇଥାନ୍ତିା ଏହି ଅବସରରେ ସେମାନେ ନିଜର ପ୍ରେମିକ/ପ୍ରେମିକା ସହ ଆବେଗପୂର୍ଣ୍ଣ ନିବିଡ଼ତା ସୃଷ୍ଟି କରିବା ପରେ ଅନଲାଇନରେ ଅର୍ଥ ହଡ଼ପ କରି ଆଉ ଧରାଛୁଆଁ ଦେଉନାହାନ୍ତିା ଏହାଦ୍ବାରା କ୍ଷତିଗ୍ରସ୍ତ ପ୍ରେମୀଙ୍କୁ ଦୁଇଟି ମୁଖ୍ୟ ଉପାଦାନ ହରାଇବାକୁ ପଡୁଛିା ଗୋଟିଏ ନିଜର କଷ୍ଟଲବ୍ଧ ଅର୍ଥ ଏବଂ ଅନ୍ୟଟି ହେଉଛି ସେପର୍ଯ୍ୟନ୍ତ ସବୁଠୁ ମୂଲ୍ୟବାନ ସମ୍ପଦ ବୋଲି ବିଚାରୁଥିବା ସେହି ଆଠମାସିଆ ପ୍ରେମା ଅପରପକ୍ଷେ, ଏପରି ଧୋକା ପାଇବା ପରେ କ୍ଷତିଗ୍ରସ୍ତ ଜଣକ ନିଜର ବୁଦ୍ଧିବିବେକକୁ ଧିକାର କରିବା ସହ ମାନସିକ ଭାରସାମ୍ୟ ମଧ୍ୟ ହରାଇ ବସିବା ଚିତ୍ର ଦେଖିବାକୁ ମିଳୁଛି ।

(ବିଜ୍ଞାପନ)

ତେଣୁ ଆପଣ ଯଦି ଏହି ସମୟରେ ଏଭଳି କିଛି ପ୍ରେମ କରିବା ଆରମ୍ଭ କରିଛନ୍ତି।ତାହେଲେ ସତର୍କ ରୁହନ୍ତୁ।ନହେଲେ “ଅଖା ଧୋଉଥିବେ ଆଉ ଗୁଣ ଗାଉଥିବେ”।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ଖୋର୍ଦ୍ଧା, ତା୧୨/୧୦- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ-୧୯ ନିୟମକୁ ଉଲଂଘନ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ବିଜେଡି...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର,୩୧ ୟୁନିଟ ସଂଗ୍ରହ

ଖୋର୍ଦ୍ଧା, ତା୧୨/୧୦-ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣିତୀର ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରୁ ମୋଟ...

ବିଜେପି ନେତାଙ୍କ ବିବାଦୀୟ ବୟାନ…ବକବାଃସ ବିଜେପି…

ବିଜେପି ନେତାଙ୍କ ବିବାଦୀୟ ବୟାନ… ଭାରତୀୟ ପରମ୍ପରାର ତଥାକଥିତ ରକ୍ଷକ ବୋଲି ଦାବି କରୁଥିବା ବିଜେପି ନେତାମାନେ କିଭଳି ବଡ଼ମାନଙ୍କର ଅସମ୍ମାନ କରନ୍ତି ଏବଂ ବିବାଦୀୟ...

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର ଖୋର୍ଦ୍ଧା,୨/୯- ବେଗୁନିଆ ବ୍ଲକରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ...