କେତେ ସମୟ ପର୍ଯ୍ୟନ୍ତ ଆପଣଙ୍କୁ ସୁରକ୍ଷିତ ରଖେ ସାନିଟାଇଜର??
ପଢନ୍ତୁ ଏବଂ ଜାଣନ୍ତୁ..
ସାରା ବିଶ୍ୱକୁ ଭୟଭୀତ କରି ରଖିଚି କରୋନ। ଆମ ଦେଶ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ତେବେ କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ବାରମ୍ବାର ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା, ମାସ୍କ ପିନ୍ଧିବା, ନାକ, ମୁହଁକୁ ହାତ ନ ମାରିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି।
ତେବେ ବହୁ ଲୋକ ଏହା ଜାଣିବାକୁ ଚାହାନ୍ତି ଯେ, ଥରେ ସାନିଟାଇଜର ଲଗାଇବା ପରେ ତାର ପ୍ରଭାବ ହାତରେ କେତେ ସମୟ ରହିଥାଏ। ଯାହା ଜଣାପଡିଛି ହ୍ୟାଣ୍ଡ ସାନିଟାଇଜର ଅଧିକ ସମୟ ଯାଏଁ କାମ କରେନାହିଁ। ସେଥିପାଇଁ ନିୟମିତ ସମୟ ବ୍ୟବଧାନରେ ଲୋକଙ୍କୁ ହ୍ୟାଣ୍ଡୱାଶରେ ହାତ ଧୋଇବା ଆବଶ୍ୟକ। ତେବେ ଆଲକହଲ ଯୁକ୍ତ ସାନିଟାଇଜର ଅଧିକ ଉପଯୁକ୍ତ।
କିନ୍ତୁ ଏହା ମଧ୍ୟ ଅଧିକ ସମୟ ଯାଏଁ ଆପଣଙ୍କୁ ସୁରକ୍ଷିତ ରଖିନଥାଏ। ଏହାର ମୁଖ୍ୟ କାରଣ ହେଲା ଆପଣଙ୍କ କାର୍ଯ୍ୟକଳାପ। ମଣିଷ ସବୁବେକେ କିଛି ନା କିଛି କାମ କରୁଥାଏ। କାମ କରିବା ସମୟରେ ଆମେ ଅନେକ ଜିନିଷକୁ ଛୁଇଁଥାନ୍ତି, ଯାହାଫଳରେ ସାନିଟାଇଜରର ପ୍ରଭାବ କମିଯାଇଥାଏ।