ପଢନ୍ତୁ ମଜାଦାର ନୂଆ ଓଡ଼ିଆ ହସକଥା :ହସି ହସି ଆପଣ ହେଇଯିବେ ବେଦମ..
ପାଠକବନ୍ଧୁ,ବ୍ୟସ୍ତତାପୂର୍ଣ୍ଣ ଏହି ଜୀବନରେ କାହାକୁ ହସେଇବା ସବୁଥରି କାଠିକର ପାଠ।କାହାକୁ ସହଜରେ ଦୁଃଖୀ କରାଯାଇପାରେ କିନ୍ତୁ କାହାକୁ ଖୁସି ଦେବା ବହୁତ କଷ୍ଟର କାମ ହୋଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ନିମନ୍ତେ କିଛି ଏପରି ମଜାଦାର କଥା ନେଇ ଆସିଛୁ ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ପ୍ରଚଳିତ ଅଟେ। ତେବେ ବିଳମ୍ବ କାହିଁକି, ଆସନ୍ତୁ ଆରମ୍ଭ କରିବା ହସି ହସେଇବାର ଏହି ପ୍ରକ୍ରିୟା ।
ପତ୍ନୀ ଭ୍ରମଣ ନିମନ୍ତେ ପ୍ରସ୍ତୁତ ହୋଇ ନିଜର ସ୍ଵାମୀଙ୍କୁ ପଚାରିଲେ… । ପତ୍ନୀ- କିପରି ଦେଖାଯାଉଛି ମୁଁ? ସ୍ଵାମୀ- ରାଣ ଖାଇ କହୁଛି ମନ ହେଉଛି ତୋତେ ନେଇ ପାକିସ୍ଥାନରେ ଫିଙ୍ଗି ଦେଇ ଆସିବାକୁ ।
ପତ୍ନୀ- କଣ?
ସ୍ଵାମୀ- ପରମାଣୁ ବମ ଭଳି ଲାଗୁଛ। ଗୋଟିଏ ଧମାକାରେ ଲକ୍ଷେ ଲୋକ ଘାଇଲା ହୋଇଯିବେ ।
ପୁଅ କେତେ ମଧ୍ୟ ଭଲ ପୋଷ୍ଟ ଦେବେ କିନ୍ତୁ ବହୁ କଷ୍ଟରେ ୩/୪କମେଣ୍ଟ ମିଳିବ ଏବଂ କେହି ଝିଅ ଭୁଲରେ ମଧ୍ୟ ଲେଖିଦେବ “ମଶା କାମୁଡିଦେଲା”… ।
୮୦ପୁଅ ଡାକ୍ତର ହେଇଯିବେ ଆରେ ‘ନଖରେ କୁଣ୍ଡେଇବ ନାହିଁ ‘ ଅଲଆଉଟ ଲଗେଇକି ଶୁଅ’ ଆମକ ଢିଙ୍କି ବଗ…
ନୁହେଁ କି??
ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡାରେ ସ୍ତ୍ରୀ କିଛି ବଢି ଚଢି କହିଗଲା… ।
ସ୍ଵାମୀ (କ୍ରୋଧରେ)- ମୁଁ କହୁଛି ନିଜର ଶବ୍ଦ ଫେରେଇ ନିଅ।
ପତ୍ନୀ- ନେବି ନାହିଁ ।
ସ୍ଵାମୀ (ପୁଣି କ୍ରୋଧରେ)- ଶେଷଥର ପାଇଁ କହୁଛି, ନିଜର ଶବ୍ଦ ଫେରେଇ ନିଅ, ମୁଁ ତୁମକୁ ପାଞ୍ଚ ମିନିଟର ସମୟ ଦେଉଛି।
ପତ୍ନୀ(ଶାନ୍ତ ଭାବରେ)- ଆଉ ଯଦି ୫ମିନିଟ ଭିତରେ ନିଜର ଶବ୍ଦ ଫେରେଇ ନନେବି ତେବେ?
ସ୍ଵାମୀ- ଆଚ୍ଛା, ତ ତୁମର କେତେ ସମୟ ଦରକାର!😀😀
ପୁଅ ଭାଲେଣ୍ଟାଇନ ଡେ ଦିନ ଫୋୖଜିର ଝିଅକୁ ପ୍ରପୋଜ କଲା… ଫୋୖଜି- କେତେ ଆୟ କରୁଛ?
ପୁଅ- ଆଜ୍ଞା ୧୭୦୦୦ଟଙ୍କା ମାସକୁ । ଫୋୖଜି- ଏତିକି ମାତ୍ର… ଆବେ ୧୫୦୦୦ଟଙ୍କା ମାସକୁ ତ ମୁଁ ଝିଅକୁ ପକେଟ ମନୀ ଦେଇ ଦେଉଛି।
ପୁଅ- ଅଙ୍କଲ ଜୀ, ସେସବୁ ଯୋଡି କରି ହିଁ ତ କହୁଛି ।
ଶାଶୁ ନିଜର ନୂଆ ବୋହୁକୁ କହିଲେ… ।
ଶାଶୁ- ମୋର ପୁରା ଭରସା ଅଛି ଯେ ତୁମେ ରୋଷେଇ ସମ୍ଭାଳି ନେବ। ବୋହୁ ରୋଷେଇ ଘରକୁ ଗଲା, କିଛି ଭାଙ୍ଗିବାର ଜୋରଦାର ଶବ୍ଦ ହେଲା… ଶାଶୁ- କଣ ଭାଙ୍ଗିଲୁ?
ବୋହୁ- ଭରସା!😀😀😀
ଜଜ- କଣ ପ୍ରମାଣ ଅଛି ଯେ ଯେବେ ଦୁର୍ଘଟଣା ହେଲା ସେତେବେଳେ ତୁମେ କାର ଦ୍ରୁତ ବେଗରେ ଚଲାଉନଥିଲ?
କାର ଚାଳକ- ସାହେବ, ମୁଁ ନିଜର ପତ୍ନୀକୁ ଆଣିବାକୁ ଶ୍ଵଶୁରଘରକୁ ଯାଉଥିଲି।
ଜଜ- ଓଃ, ଛାଡିଦିଅ ଏହି ନିରୀହକୁ, ଏପରି ସମୟରେ କେହି ମଧ୍ୟ ଦ୍ରୁତ ବେଗରେ ଚଳେଇ ପାରିବେ ନାହିଁ ।
ପ୍ରେମୀ- ବେୱଫା ତୁ ହୃଦୟ ଜଳେଇ ଦେଲୁ,ମୋର ହୃଦୟ ଜଳି ପାଉଁଶ ହେଇଗଲା… ।
ପ୍ରେମିକା- ତୋର ତ୍ୟାଗ ବେକାର ଯିବନାହିଁ, ପାଉଁଶ ପଠେଇ ଦେ, ବାସନ ମାଜିବାର କାମ ଆସିବ … ।
ସାନ୍ତା- ଯଦି ତୋର ବାହାଘର ଏକ ଭଳି ଦେଖାଯାଉଥିବା ଯାଁଳା ଭଉଣୀଙ୍କ ସହିତ ହେବ ତ ତୁ ନିଜର ପତ୍ନୀକୁ କିପରି ଚିହ୍ନିବୁ?
ବାନ୍ତା- ନେ… ଏଥିରେ କଣ ବଡ କଥା ଅଛି! ମୁଁ ଦୁଇଜଣଙ୍କର ଚୁଟି ଟାଣିବି… ଯଦି ରାଗିବ ତ ସ୍ତ୍ରୀ, ହସିଲେ ଶାଳି ।