Sunday, October 25, 2020
Home ଖବର ଲକଡାଉନ ବେଳେ ମାଗଣାରେ ଏହି ସେବା ଦେଉଛି Google ..ପଢନ୍ତୁ ଏବଂ ଜାଣନ୍ତୁ..

ଲକଡାଉନ ବେଳେ ମାଗଣାରେ ଏହି ସେବା ଦେଉଛି Google ..ପଢନ୍ତୁ ଏବଂ ଜାଣନ୍ତୁ..

ଲକଡାଉନ ବେଳେ ମାଗଣାରେ ଏହି ସେବା ଦେଉଛି Google ..ପଢନ୍ତୁ ଏବଂ ଜାଣନ୍ତୁ..

କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଏବେ ଜାରି ରହିଛି ଲକଡାଉନ ୪.୦। ଏହି ସମୟରେ ଭିଡିଓ କନଫରେନ୍ସିଂ ପ୍ଲାଟଫର୍ମର ଚାହିଦା ବୃଦ୍ଧି ମଧ୍ୟ ପାଇଛି। ଏହାକୁ ଦୃଷ୍ଟିରେ ରଖି Google ଏହାର ଭିଡିଓ କନଫରେନ୍ସିଂ ଆପ୍ ‘Google Meet’କୁ ଏବେ ସବୁ ୟୁଜର୍ସଙ୍କ ପାଇଁ ମାଗଣାରେ ଉପଲବ୍ଧ କରିବା ନେଇ ଘୋଷଣା କରିଛି। ପୂର୍ବରୁ ଏହି ଆପ୍ କୁ Paid ୟୁଜର୍ସଙ୍କ ପାଇଁ ଏକ ପ୍ରିମିୟମ୍ ଆପ୍ ଭାବେ ଉପସ୍ଥାପିତ କରାଯାଇଥିଲା।

କରୋନୋ ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଜାରି କରାଯାଇଥିବା ଲକଡାଉନ୍ ଯୋଗୁ ସାରା ବିଶ୍ୱରେ ଭିଡିଓ କଲିଂ ସେବାର ଚାହିଦା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି Google ପକ୍ଷରୁ କ୍ରମଶଃ ‘Google Meet’ ଆପର ଫ୍ରି ଭର୍ସନ ଜାରି କରିବା ନେଇ ନିଷ୍ପତ୍ତି ନିଆଯାଇଛି।

ଏହା ପୂର୍ବରୁ, ମିଟ୍ ଆପରେ କଲ୍ ସେଟ୍ ପାଇଁ Google ବିଜନେସ କିମ୍ବା ଏଜୁକେସନ ଆକାଉଣ୍ଟର ଆବଶ୍ୟକ ହେଉଥିଲା। ଏହା ଏକ Suite ସଫ୍ଟୱେୟାର। କିନ୍ତୁ ବର୍ତ୍ତମାନ କମ୍ପାନୀ ପକ୍ଷରୁ ୱେବରେ ଓ ମୋବାଇଲ୍ ଆପ ମାଧ୍ୟମରେ ଏହି ଆପକୁ iOS ଓ Android ପାଇଁ ଉପଲବ୍ଧ କରାଯାଇଛି।

(ବିଜ୍ଞାପନ)

ସୂଚନା ଅନୁସାରେ ‘Google Meet’ ଆପ ମାଧ୍ୟମରେ ଏକ ଭିଡିଓ କଲରେ ୧୦୦ ଜଣ ଯୋଡି ହୋଇପାରିବେ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ଖୋର୍ଦ୍ଧା, ତା୧୨/୧୦- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ-୧୯ ନିୟମକୁ ଉଲଂଘନ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ବିଜେଡି...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର,୩୧ ୟୁନିଟ ସଂଗ୍ରହ

ଖୋର୍ଦ୍ଧା, ତା୧୨/୧୦-ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣିତୀର ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରୁ ମୋଟ...

ବିଜେପି ନେତାଙ୍କ ବିବାଦୀୟ ବୟାନ…ବକବାଃସ ବିଜେପି…

ବିଜେପି ନେତାଙ୍କ ବିବାଦୀୟ ବୟାନ… ଭାରତୀୟ ପରମ୍ପରାର ତଥାକଥିତ ରକ୍ଷକ ବୋଲି ଦାବି କରୁଥିବା ବିଜେପି ନେତାମାନେ କିଭଳି ବଡ଼ମାନଙ୍କର ଅସମ୍ମାନ କରନ୍ତି ଏବଂ ବିବାଦୀୟ...

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର ଖୋର୍ଦ୍ଧା,୨/୯- ବେଗୁନିଆ ବ୍ଲକରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ...