କାହାଣୀ ନୁହେଁ ସତ କଥାଟିଏ
ପୁଅ ମାଆ ଙ୍କୁ ନିଜେ ରେଳ ମନ୍ତ୍ରୀ ଥିବା ନକହି , ରେଳ ବିଭାଗରେ କାମ କରୁଛି ବୋଲି କହିଥିଲେ ।। ଥରେ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥାନ୍ତି । ପୁଅ ଆସିଥିବା ଖବର ପାଇ ସେଠାକୁ ମାଆ ବି ପହଞ୍ଚି ଗଲେ ଓ ଲୋକଙ୍କୁ ତାଙ୍କ ନାଁ କହି ପଚାରିଲେ, ଲୋକ ଆଶ୍ଚର୍ଯ୍ୟ ହୋଇଗଲେ ! ତାଙ୍କୁ ପୁଅଙ୍କ ନିକଟକୁ ନେଇଯାଇ ଚିହ୍ନିବା ପାଇ କହିଲେ । ମାଆ ପୁଅ ଙ୍କ ଭେଟ ହେଲା । କିଛି ସମୟ ତାଙ୍କୁ ପାଖରେ ରଖି ସେ ଘରକୁ ପଠାଇଦେଲେ ।
ଆପଣ ମାଆ ଙ୍କୁ ଘରକୁ ପଠାଇଦେବା ପରେ ଭାଷଣ କାହିଁକି ଦେଲେ ବୋଲି ସାମ୍ବାଦିକ ମାନେ ପଚାରିବାରୁ ସେ କହିଲେ, ମାଆ ଯଦି ଜାଣି ଯିବେ ଯେ ମୁଁ ମନ୍ତ୍ରୀ ବୋଲି ତେବେ ଲୋକଙ୍କ ଅନୁରୋଧ ଏଡି ନପାରି ନାନାଦି ସୁପାରିଶ କରିବସିବେ ଓ ମୁଁ ମାଆ ଙ୍କ କଥାକୁ ଏଡିଦେଇ ପାରିବି ନାହିଁ ।
ଇଏ ହେଉଛନ୍ତି ସେଇ ବିରଳ ଜନନାୟକ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ।