Sunday, October 25, 2020
Home ଖବର ମହଙ୍ଗା ପଡିଲା ପରକୀୟା ପ୍ରୀତି: ବିବାହିତା ମହିଳା ଓ ରସିକିଆ ପ୍ରେମିକଙ୍କୁ ଉତ୍ତମ ମଧ୍ୟମ ଦେଲେ...

ମହଙ୍ଗା ପଡିଲା ପରକୀୟା ପ୍ରୀତି: ବିବାହିତା ମହିଳା ଓ ରସିକିଆ ପ୍ରେମିକଙ୍କୁ ଉତ୍ତମ ମଧ୍ୟମ ଦେଲେ ଉଭୟ ବାପଘର ଓ ଶ୍ବଶୁର ଘର ଲୋକେ..

ମହଙ୍ଗା ପଡିଲା ପରକୀୟା ପ୍ରୀତି: ବିବାହିତା ମହିଳା ଓ ରସିକିଆ ପ୍ରେମିକଙ୍କୁ ଉତ୍ତମ ମଧ୍ୟମ ଦେଲେ ଉଭୟ ବାପଘର ଓ ଶ୍ବଶୁର ଘର ଲୋକେ..

ମହଙ୍ଗା ପଡିଲା ପରକୀୟା ପ୍ରୀତି। ଗ୍ରାମବାସୀ ଓ ମହିଳାଙ୍କ ପରିବାରଠୁ ନିସ୍ତୁକ ମାଡ ଖାଇଲେ ରସିକ ଯୁବକ ଓ ବିବାହିତ ମହିଳା। ବିବାହିତ ମହିଳାଙ୍କୁ ଦାଣ୍ଡରେ ବୁଲାଇଲେ ଗାଁ ଲୋକେ। ଏଭଳି ଏକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଟାପଢୋଲ ଗ୍ରାମରେ ।

ଟାପଢୋଲ ଗ୍ରାମର ମହିଳା ଜଣକ ବିବାହିତା ଓ ତାଙ୍କର ୪ ବର୍ଷର ଛୋଟ ପିଲାଟିଏ ଅଛି । ପରିବାର ପ୍ରତିପୋଷଣ ପାଇଁ ଘରଠାରୁ ଦୂରରେ ରହି ଚାକିରି କରନ୍ତି ସ୍ୱାମୀ । ହେଲେ ମିସ୍ କଲ୍ ରୁ ଜଣେ ଯୁବକଙ୍କ ସହିତ ମହିଳା ଜଣଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉକ୍ତ ଯୁବକ ଜଣଙ୍କ ଘର ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଉରୁକୁଳା ଗ୍ରାମରେ ।

ସୂଚନା ଅନୁସାୟୀ ବିବାହିତ ମହିଳାଙ୍କ ଘରକୁ ଯୁବକ ଜଣଙ୍କ ରାତିରେ ଆସିଥିଲେ ଏବଂ ଉଭୟ ଅନୈତିକ କାର୍ଯ୍ୟ କରୁଥିବାବେଳେ ଏହା ଶ୍ବଶୁରଙ୍କ ନଜରରେ ପଡିଥିଲା । ଏହା ପରେ ଶ୍ବଶୁର ପ୍ରଥମେ ଦୁଇଜଣଙ୍କୁ ଘର ଭିତରେ ତାଲା ପକାଇ ଦେଇଥିଲେ । ଏହାପରେ ଘରର ଅନ୍ୟ ସଦସ୍ୟମାନଙ୍କୁ ଡାକିଥିଲେ । ଏହାପରେ ମହିଳାଙ୍କ ଶ୍ବଶୁର ଯୁବକକୁ ଉତ୍ତମ ମଧ୍ୟମ ଦେଇଥିବା ବେଳେ ଏଥିରୁ ବାଦ ପଡିନଥିଲେ ବୋହୂ।

(ବିଜ୍ଞାପନ)

ଘଟଣା ପ୍ରଚାର ହେବା ପରେ ଗାଁ ମଝିରେ ଉଭୟଙ୍କୁ ଅପମାନ ହେବାକୁ ପଡିଥିଲା। ରାସ୍ତା ମଝିରେ ବିବାହିତ ମହିଳାଙ୍କୁ ଗାଁ ରାସ୍ତାରେ ଚଲାଇ ଚଲାଇ ନେଇଥିଲେ ଉଭୟ ବାପ ଘର ଏବଂ ଶ୍ବଶୁର ଘର ଲୋକ। ଏନେଇ ଦୁଇ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ଉଭୟଙ୍କ ପରିବାର ମିଶି ସେମାନଙ୍କୁ ବିବାହ କରିଦେଇଥିବା ସୂଚନା ମିଳିଛି l

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ଖୋର୍ଦ୍ଧା, ତା୧୨/୧୦- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ-୧୯ ନିୟମକୁ ଉଲଂଘନ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ବିଜେଡି...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର,୩୧ ୟୁନିଟ ସଂଗ୍ରହ

ଖୋର୍ଦ୍ଧା, ତା୧୨/୧୦-ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣିତୀର ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରୁ ମୋଟ...

ବିଜେପି ନେତାଙ୍କ ବିବାଦୀୟ ବୟାନ…ବକବାଃସ ବିଜେପି…

ବିଜେପି ନେତାଙ୍କ ବିବାଦୀୟ ବୟାନ… ଭାରତୀୟ ପରମ୍ପରାର ତଥାକଥିତ ରକ୍ଷକ ବୋଲି ଦାବି କରୁଥିବା ବିଜେପି ନେତାମାନେ କିଭଳି ବଡ଼ମାନଙ୍କର ଅସମ୍ମାନ କରନ୍ତି ଏବଂ ବିବାଦୀୟ...

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର ଖୋର୍ଦ୍ଧା,୨/୯- ବେଗୁନିଆ ବ୍ଲକରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ...