Thursday, April 15, 2021
Home ଅପରାଧ ଓ ଅପରାଧୀ ସୁରକ୍ଷା ନାଁରେ ଗୋରୁ ବେପାର, ବନ୍ଧା ହେଲେ ଗୋ ସୁରକ୍ଷା କର୍ମୀ, ଥାନା ଅଧିକାରୀଙ୍କ ଉପରେ...

ସୁରକ୍ଷା ନାଁରେ ଗୋରୁ ବେପାର, ବନ୍ଧା ହେଲେ ଗୋ ସୁରକ୍ଷା କର୍ମୀ, ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ?

ସୁରକ୍ଷା ନାଁରେ ଗୋରୁ ବେପାର, ବନ୍ଧା ହେଲେ ଗୋ ସୁରକ୍ଷା କର୍ମୀ, ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ?


ଖୋର୍ଦ୍ଧା, ତା୧୨/୬– ଗତ ଅପ୍ରେଲ ମାସ ୧୪ ତାରିଖ ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ କଡ଼ବ ଗ୍ରାମର ଆଦିବାସୀ ସାହିରେ ୫୦ରୁ ଉର୍ଧ୍ବ ଗୋରୁ ଚାଲାଣ ପାଇଁ ବନ୍ଧା ହୋଇ ରଖାଯାଇଥିବାର ଖବର ପୋଲିସ ପାଖରେ ପହଞ୍ଚିଥିଲା । କରୋନା ମହାମାରୀ ରୋଗର ସଂକ୍ରମଣର ଯୋଗୁଁ ସାରାଦେଶ ରାଜ୍ୟରେ ତାଲା ବନ୍ଦ ଯୋଗୁଁ ଗୋ ଚାଲାଣକାରୀଙ୍କ ପକ୍ଷରେ ବାହାର ରାଜ୍ୟକୁ ଚାଲାଣ କରିବା ସମ୍ଭବ ପର ହୋଇପାରି ନଥିଲା ।ଏ ସମ୍ପର୍କରେ ଖବର ପାଇ ଖୋର୍ଦ୍ଧା ଜିଲ୍ଲା ଏସଡିପିଓ,ବେଗୁନିଆ ଓ ବୋଲଗଡ଼ ତହସିଲଦାର ,ବେଗୁନିଆ ଥାନା ଅଧିକାରୀ ପୋଲିସ ବଳ ସହିତ ପହଁଚି ଗୋରୁ ଗୁଡିକୁ ଜବତ କରିଥିଲେ ।

ଏହି ଗୋରୁ ଗୁଡିକର ଦାବିଦର ନଥିବା ବେଳେ ନିକଟରେ କାଞ୍ଜିଆ ହୁଦା କିମ୍ବା ଗୋଶାଳା ନଥିବାରୁ ରାଧାକାନ୍ତପୁର ପଞ୍ଚାୟତ ଅନ୍ତର୍ଗତ ଗଡ଼ତରା ଠାରେ ପଦାରେ ଛାଡ଼ିଦେଇଥିଲେ । ପରେ ଗୋ ଚାଲାଣ କାରୀ ସେମାନଙ୍କ ପିଛା କରି ପଦାରେ ଛାଡି ଦେଇଥିବା କିଛି ଗୋରୁଙ୍କୁ ପାଇ ନେଇ ଯାଇଥିଲେ । ଏଥିରୁ କିଛି ଗୋରୁ ଏଣେ ତେଣେ ବୁଲୁଥିବା ସମୟରେ ବେଗୁନିଆ ତଳ ସାହିର ୟୁଥ କ୍ଲବର ସଭାପତି ସୁକାନ୍ତ ପରିଡା ଓ ସଦସ୍ୟମାନେ ୮ ଗୋଟି ଗୋରୁକୁ ପାଇ ଖାଇବା ଓ ପିଇବାକୁ ଦେଇ ରଖିଥିଲେ ।ଅପ୍ରେଲ ମାସ ୧୭ ତାରିଖ ରାତିରେ ବେଗୁନିଆ ଥାନାର କନେଷ୍ଟବଳ ସୁଶାନ୍ତ ସାହୁଙ୍କ ସମେତ ୫ ଜଣ ଗୋରୁ ବେପାରୀ ଶ୍ରୀ ପରିଡାଙ୍କ ପାଖରେ ପହଁଚି ଧମକ ଚମକ ଦେବା ସହ ଥାନା ଅଧିକାରୀ ଙ୍କ ନାମ କହି କେହି ନଥିବା ବେଳେ ୩ ଗୋଟି ଗୋରୁ ନେଇ ଯାଇଥିଲେ । ପରେ ଶ୍ରୀ ପରିଡା ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିବା ସହ ୫ ଗୋଟି ଗୋରୁଙ୍କୁ ଥାନାର ଜିମା ଦେଇଥିଲେ । ବେଗୁନିଆ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ ଗୋରୁ ଙ୍କୁ ଗୋଶାଳାରେ ଛାଡିବା ପାଇଁ ଜାଗିରବାଡ଼ ମୌଜାର ପିପୁଲ ଆନିମଲ ଫୋରମର ସଦସ୍ୟ ଭାବେ କାର୍ଯ୍ୟରତ ସନ୍ତୋଷ ଦାସ(ମିଲୁ)ଙ୍କୁ ହସ୍ତାନ୍ତର କରିଥିଲେ । ଏହି ୫ ଗୋଟି ଗୋରୁ ମଧ୍ୟରୁ ୩ ଗୋଟି ଗୋରୁ ଭୁବନେଶ୍ୱର ସିଜୁଆସ୍ଥିତ ଗୋଶାଳାରେ ଜିମା ଦିଆ ଯାଇଥିବା ବେଳେ ସେଥିରୁ ୨ ଗୋଟି ଗୋରୁ ଉଭାନ ହୋଇଯାଇଥିଲା ।ଏହି ୨ ଗୋରୁ ଉଭାନଙ୍କୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଘଟଣାର ଖୋଲତାଡ଼ ଆରମ୍ଭ ହେବା ସହ ବେଗୁନିଆ ଥାନା ଅଧିକାରୀ ମୋବାଇଲ ଫୋନ ଯୋଗେ ଶ୍ରୀ ପରିଡାଙ୍କୁ ମାନସିକ ଚାପ ପ୍ରୟୋଗ କରି ଘଟଣାର ଦଫା ରଫା କରିବା ପାଇଁ ଚେଷ୍ଟା କରିଥିଲେ ।ଏହି କଥୋପକଥନର ବାର୍ତାଳପଟି ସୋସିଆଲ ମିଡିଆରେ ଭାଇରାଲ ହୋଇ ବୁଲୁଛି ।

(ରଶ୍ମିରଞ୍ଜନ ସାହୁ ,ବେଗୁନିଆ ଥାନା ଅଧିକାରୀ )

ଏଥିରେ ବିଫଳ ହୋଇ ନିଜର ଦୋଷ ଲୁଚାଇବାକୁ ଯାଇ ଉଭାନ ହୋଇଥିବା ୨ ଗୋଟି ସୁସ୍ଥ ସବଳ ଗୋରୁ ବଦଳରେ ପଦାରେ ବୁଲୁଥିବା ଅତି ରୁଗଣ,ଜରାଜୀର୍ଣ୍ଣ ବୁଢା ଗୋରୁ ଗୋଶାଳାରେ ଜିମା ଦେଇଥିଲେ ।ଏହି ୫ ଗୋଟି ଗୋରୁ ହସ୍ତାନ୍ତର କରିବା ପଛରେ ଅନେକ କଥା ଶୁଣିବାକୁ ମିଳୁଥିବା ବେଳେ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ୨ଗୋଟି ଗୋରୁଙ୍କୁ ଲକ୍ଷାଧିକ ଟଙ୍କାରେ ବିକ୍ରି ହୋଇଛି ବୋଲି ସାଧାରଣରେ ଶୁଣିବାକୁ ମିଳୁଛି । ଖୋର୍ଦ୍ଧା ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶରେ ଆଡ଼ିସନାଲ ଏସପି ଓ ଏସଡିପିଓ ଘଟଣା ଉପରେ ତଦନ୍ତ ଆରମ୍ଭ କରିଥିଲେ । ଏ ନେଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ ହେବାରୁ ଖୋର୍ଦ୍ଧା ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ପାଇଁ ସଜବାଜ ପାଇଁ ପ୍ରସ୍ତୁତି ହେଉଥିବାର ଖବର ମିଳିବାରୁ ୫ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯିବା ସହ କନେଷ୍ଟବଳ ସୁଶାନ୍ତ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବେଳେ ବେଗୁନିଆ ଥାନା ଅଧିକାରୀଙ୍କୁ ନିଲମ୍ବିତ କରିବା ପାଇଁ ମଧ୍ୟ ଲିଖିତ ଅଭିଯୋଗ ହୋଇଛି ବୋଲି ଜଣାପଡିଛି ।

(ବିଜ୍ଞାପନ)

ଅନ୍ୟପଟରେ ଗୋରୁ ଅଦଳ ବଦଳକୁ ଭିତି କରି ବେଗୁନିଆ ଥାନାର ସବଇନିସପେକ୍ଟର ଶ୍ରୀକାନ୍ତ କୁମାର ପଣ୍ଡାଙ୍କ ଅଭିଯୋଗ କ୍ରମେ ୧୧୩/୨୦ରେ କେସ ରୁଜୁ ହୋଇ ଅଭିଯୁକ୍ତ ସନ୍ତୋଷ ଦାସଙ୍କୁ ସବଇନିସପେକ୍ଟର ବିଜୟ କୁମାର ମଲିକ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ତାଙ୍କ ଜାମିନ ନାମଞ୍ଜୁର ହେବାରୁ ଖୋର୍ଦ୍ଧା ଜେଲର ହାଜତକୁ ପଠାଇ ଦିଆଯାଇଥିବାର ଜଣା ପଡ଼ିଛି । ଅନ୍ୟପକ୍ଷରେ ବେଗୁନିଆ ଥାନା ଅଧିକାରୀ ଦୀର୍ଘ ଦିନ ଧରି ଛୁଟିରେ ରହି କାର୍ଯ୍ୟରେ ଯୋଗ ନଦେବା ଏହା ପଛରେ କଣ କାରଣ ରହିଛି ତାହା ସହଜରେ ଜଣା ପଡୁ ନଥିଲେ ମଧ୍ୟ ଅଞ୍ଚଳରେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏହି ଘଟଣାରେ ତଳ ତଳିଆ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଥାନା ଅଧିକାରୀଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହାକୁ ଜନସାଧାରଣ ଚାତକଭଳି ଚାହିଁ ବସିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...