Sunday, October 25, 2020
Home ଅପରାଧ ଓ ଅପରାଧୀ ଭୋଗଡା ଗ୍ରାମରେ ଡକାୟତି ଘଟଣାର ପର୍ଦ୍ଦା ଫାସ,ମହିଳାଙ୍କ ସମେତ ୪ ଗିରଫ

ଭୋଗଡା ଗ୍ରାମରେ ଡକାୟତି ଘଟଣାର ପର୍ଦ୍ଦା ଫାସ,ମହିଳାଙ୍କ ସମେତ ୪ ଗିରଫ

ଭୋଗଡା ଗ୍ରାମରେ ଡକାୟତି ଘଟଣାର ପର୍ଦ୍ଦା ଫାସ,ମହିଳାଙ୍କ ସମେତ ୪ ଗିରଫ


ଖୋର୍ଦ୍ଧା, ତା୧୩/୬- ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପଙ୍ଗାରରସିଂହ ପଞ୍ଚାୟତ ସିମୋର-ବାଙ୍କୀ ରାସ୍ତା ପାର୍ଶ୍ଵରେ ଭୋଗଡା ଗ୍ରାମର ବାଲୁଙ୍କେଶ୍ୱର ଦେବ ମନ୍ଦିର ନିକଟରେ ପୂର୍ବତନ ସରପଞ୍ଚ ସୁକାନ୍ତ ଜୟସିଂହଙ୍କ ଘରେ ଗତ ମେ ମାସ ୨୫ ତାରିଖ ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି କରିବା ସହ ଲଗାତାର ଟିଫିନ ବୋମା ବିସ୍ଫୋରଣ କରି ଭୟଭୀତ କରାଇ ସୁନା ଗହଣା ଓ ନଗଦଟଙ୍କା ନେଇ ପଳାଇ ଯାଇଥିଲେ ।ସୂଚନା ମୁତାବକ ୧୫ରୁ ୨୦ଜଣ ଦୁର୍ବୁତ୍ତ ବାଡ଼ିପଟ ଦେଇ କବାଟକୁ ଭାଙ୍ଗି ପଶିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ।ଏହି ସମୟରେ ପରିବାର ଲୋକମାନେ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ବେଳେ ଟିଫିନ ବୋମା ବିସ୍ଫୋରଣ କରି ଘର ଭିତରକୁ ପ୍ରବେଶ କରି ସୁକାନ୍ତ ଜୟସିଂହ, ପୁଅ ସୌମ୍ୟ ରଞ୍ଜନ ଜୟସିଂହଙ୍କୁ ଭୁଜାଲି ଓ ରଡ଼ରେ ଆଘାତ କରିଥିଲେ ।ଶ୍ରୀ ଜୟସିଂହଙ୍କ ପତ୍ନୀ ଲାବଣ୍ୟ ଜୟସିଂହ ଜୀବନ ବିକଳରେ ଛାତ ଉପରୁ ଡେଇଁ ପଡି ପଡୋଶୀଙ୍କୁ ଚିତ୍କାର କରି ଡାକ ପକାଇଥିଲେ ।ତାଙ୍କ ଚିତ୍କାର ଶୁଣି ଲୋକମାନେ ଏକାଠି ହୋଇ ଆସିବାରୁ ଡକାୟତ ମାନେ ଲଗାତାର ବୋମା ବିସ୍ଫୋରଣ କରି ଫେରାର ହୋଇଯାଇଥିଲେ ।

ପରେ ବାଘମାରୀ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ଆହତ ବ୍ୟକ୍ତି ସୁକାନ୍ତ ଓ ସୌମ୍ୟଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପତ୍ନୀ ଲାବଣ୍ୟଙ୍କର ଅଣ୍ଟାରେ ଗଭୀର ଆଘାତ ଲାଗିଥିବାରୁ ଭୁବନେଶ୍ୱର ସ୍ଥିତ ଏମ୍ସ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏ ନେଇ ୨୬ ତାରିଖ ଦିନ ସୌମ୍ୟରଞ୍ଜନ ବାଘମାରୀ ଥାନାରେ ଅଭିଯୋଗ କରିବା ପରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ,ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ୱାଇଁ ,ବାଘମାରୀ ଥାନା ଅଧିକାରୀ ପ୍ରଣିତା ପଟନାୟକ, କଟକ ଜିଲ୍ଲାର ପୁଲିସ ପହଁଚି ସାଂଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟରେ ପ୍ରାଥମିକ ତଦନ୍ତ ଆରମ୍ଭ କରି ଫେରିଯାଇଥିଲେ ।

(ବିଜ୍ଞାପନ)

ଏହାପରେ ଖୋର୍ଦ୍ଧା, କଟକ ଓ ନୟାଗଡ଼ ଜିଲ୍ଲାର ପୋଲିସକୁ ନେଇ ୪ ଗୋଟି ଟିମ ଗଠନ କରି ଦୀର୍ଘ ୧୭ ଦିନର ଅକ୍ଲାନ୍ତ ପରିଶ୍ରମ କରିବା ପରେ ପୋଲିସକୁ ଡକାୟତ ମାନଙ୍କୁ ଧରିବା ସହ ନଗଦ ଟଙ୍କା,ତରଳା ସୁନା, ମୋଟର ସାଇକେଲ ଓ ମାରଣାସ୍ତ୍ରକୁ ଜବତ କରି ପର୍ଦ୍ଦା ଫାଶ କରିଥିଲା ।ଏହି ଘଟଣାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ୱାଇଁ କହିଛନ୍ତି ଯେ ଭୋଗଡା ଗ୍ରାମର ଡକାୟତି ଘଟଣାରେ ଅନେକ ଲୋକଙ୍କୁ ଡାକି ପଚରାଉଚୁରା କରାଯାଇଥିବା ବେଳେ ଗତକାଲି ଅତର୍କିତ ଭାବରେ ଚଢାଉ କରି ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର ହରିବନ୍ଧୁ ଖଟୁଆ ଓରଫ ହରିଆଙ୍କଠାରୁ ନଗଦ ୧୦ ହଜାର ଟଙ୍କା ଓ ଗୋଟିଏ ଛୁରି,ଅଜୟ ନାୟକଙ୍କ ଠାରୁ ନଗଦ ୧୫ ହଜାର ୫ ଶହ ଟଙ୍କା ସହ ଗୋଟିଏ ମୋଟର ସାଇକେଲ ଓ ବନ୍ଧୁକ ,ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବଡ଼ପୋଖରିଆ ଗ୍ରାମର ସୁକାନ୍ତ ବେହେରାଙ୍କ ଠାରୁ ନଗଦ ୧୦ ହଜାର ଟଙ୍କା ସହ କବାଟ ତାଡିବା ଯନ୍ତ୍ର (କ୍ରୋ-ବାର)କୁ ଜବତ କରି ଗିରଫ କରିବା ପରେ ସୂଚନା ଆଧାରରେ ନୟାଗଡ଼ର ଶିବାଜୀ ନଗରର ଲକ୍ଷ୍ମୀନାରାୟଣ ସୁନା ଗହଣା ଦୋକାନ ମାଲିକାଣି ଅନିତା ସାହୁଙ୍କ ଠାରୁ ୩ କିଗ୍ରା ୭ ଶହ ଗ୍ରାମ ତରଳା ସୁନାକୁ ଜବତ କରି ଗିରଫ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।ଏହି ଅଭିଯୁକ୍ତଙ୍କ ବିରୋଧରେ ନୟାଗଡ଼, କଟକ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନାରେ ୧୨ଟି ଡକାୟତି ମାମଲା ରହିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ଖୋର୍ଦ୍ଧା, ତା୧୨/୧୦- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ-୧୯ ନିୟମକୁ ଉଲଂଘନ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ବିଜେଡି...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର,୩୧ ୟୁନିଟ ସଂଗ୍ରହ

ଖୋର୍ଦ୍ଧା, ତା୧୨/୧୦-ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣିତୀର ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରୁ ମୋଟ...

ବିଜେପି ନେତାଙ୍କ ବିବାଦୀୟ ବୟାନ…ବକବାଃସ ବିଜେପି…

ବିଜେପି ନେତାଙ୍କ ବିବାଦୀୟ ବୟାନ… ଭାରତୀୟ ପରମ୍ପରାର ତଥାକଥିତ ରକ୍ଷକ ବୋଲି ଦାବି କରୁଥିବା ବିଜେପି ନେତାମାନେ କିଭଳି ବଡ଼ମାନଙ୍କର ଅସମ୍ମାନ କରନ୍ତି ଏବଂ ବିବାଦୀୟ...

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର ଖୋର୍ଦ୍ଧା,୨/୯- ବେଗୁନିଆ ବ୍ଲକରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ...