Sunday, October 25, 2020
Home ଖବର ଜାଣନ୍ତୁ ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ପଛର କାରଣ

ଜାଣନ୍ତୁ ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ପଛର କାରଣ

ଜାଣନ୍ତୁ ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ପଛର କାରଣ

ଆଜି ମୁମ୍ବାଇ ସ୍ଥିତ ବାନ୍ଦ୍ରାରେ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୁତ।ମାତ୍ର ୩୪ବର୍ଷ ବୟସରେ ସୁଶାନ୍ତଙ୍କ ଏଭଳି ଚରମ ପଦକ୍ଷେପ କେବଳ ନିଜ ସହକର୍ମୀ ନୁହନ୍ତି ବରଂ ପୁରା ସିନେପ୍ରେମୀଙ୍କୁ ପ୍ରଚଣ୍ଡ ଆଘାତ ଦେଇଛି।

ଛୋଟ ପରଦାରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ ଶୁଶାନ୍ତ। ପବିତ୍ର ରିସ୍ତା ରୁ ନିଜ କ୍ୟାରିଅର ଆରମ୍ଭ କରିଥିବା ସୁଶାନ୍ତ ପରବର୍ତ୍ତୀ ମୁହୂର୍ତ୍ତରେ ବଡ ପରଦାରେ ମଧ୍ୟ ନିଜ ଅଭିନୟର ଝଲକ ଦେଖାଇ ପାରିଥିଲେ।

କା ଏ ପୋଚେ, ଧୋନି ଦ ଅନଟୋଲଡ଼ ଷ୍ଟୋରି,ଶୁଧ ଦେଶୀ ରୋମାନ୍ସ ଏବଂ ଚିଚୋରେ ଭଳି ବ୍ଲକବ୍ଲଷ୍ଟର ଫିଲ୍ମ ବଲିଉଡ଼କୁ ଦେଇଥିଲେ।ଏବଂ ବଲିଉଡରେ ଜଣେ ସଫଳ ଅଭିନେତା ଭାବେ ନିଜକୁ ପ୍ରମାଣିତ କରିଥିଲେ।

ତେବେ ବଡ ପ୍ରଶ୍ନ ହେଉଛି ଯେ ଏତେ ସଫଳତା ସତ୍ତ୍ୱେ ଏଭଳି ଚରମ ନିଷ୍ପତି କଣ ପାଇଁ ନେଲେ ସୁଶାନ୍ତ ସିଂ??
ଏଭଳି କଣ ପରିସ୍ଥିତି ଥିଲା ଯେ ସୁଶାନ୍ତ ଆତ୍ମହତ୍ୟା କଲେ?

ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ ଡିପ୍ରେସନର ଶିକାର ହୋଇ ଏଭଳି ନିଷ୍ପତି ନେଇଛନ୍ତି ସୁଶାନ୍ତ।ପୋଲିସ ସୂଚନା ଅନୁସାରେ ଦୀର୍ଘ ୬ମାସ ଧରି ଡିପ୍ରେସନରେ ଥିଲେ ସୁଶାନ୍ତ।ତେବେ କେଉଁ କାରଣ ପାଇଁ ସୁଶାନ୍ତ ଡିପ୍ରେସନରେ ଥିଲେ ତାହା ଜଣାପଡିନି।

(ବିଜ୍ଞାପନ)

କିନ୍ତୁ ଏହା ମଧ୍ୟ ଜଣାପଡିଛି ଯେ ଗତକାଲି ରାତିରେ ସୁଶାନ୍ତଙ୍କ କିଛି ବନ୍ଧୁ ତାଙ୍କ ଘରେ ଥିଲେ।ତାଙ୍କ ଘରୋଇ ସହାୟକଙ୍କ ସୂଚନା ଅନୁସାରେ ସେମାନେ ସୁଶାନ୍ତଙ୍କୁ ବୁଝାଉଥିଲେ।କିନ୍ତୁ ଆଜି ହଠାତ ଏଭଳି ପଦକ୍ଷେପ ନେଇଛନ୍ତି।

ତେବେ କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ସଠିକ ଜଣାପଡିନଥିଲେ ମଧ୍ୟ ଡିପ୍ରେସନ ହି ମୁଖ୍ୟ କାରଣ ବୋଲି ଆକଳନ କରାଯାଉଛି।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ

ବିଜେପି ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ଖୋର୍ଦ୍ଧା, ତା୧୨/୧୦- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ-୧୯ ନିୟମକୁ ଉଲଂଘନ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ବିଜେଡି...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର,୩୧ ୟୁନିଟ ସଂଗ୍ରହ

ଖୋର୍ଦ୍ଧା, ତା୧୨/୧୦-ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣିତୀର ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରୁ ମୋଟ...

ବିଜେପି ନେତାଙ୍କ ବିବାଦୀୟ ବୟାନ…ବକବାଃସ ବିଜେପି…

ବିଜେପି ନେତାଙ୍କ ବିବାଦୀୟ ବୟାନ… ଭାରତୀୟ ପରମ୍ପରାର ତଥାକଥିତ ରକ୍ଷକ ବୋଲି ଦାବି କରୁଥିବା ବିଜେପି ନେତାମାନେ କିଭଳି ବଡ଼ମାନଙ୍କର ଅସମ୍ମାନ କରନ୍ତି ଏବଂ ବିବାଦୀୟ...

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର

ଅର୍ଥ ଲଗାଣକାରୀ ସଂସ୍ଥାର ଦେୟଦେବା ସମୟ ବୃଦ୍ଧି ନିମନ୍ତେ ଦାବୀ ପତ୍ର ଖୋର୍ଦ୍ଧା,୨/୯- ବେଗୁନିଆ ବ୍ଲକରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ...