Saturday, November 27, 2021
Home ଅପରାଧ ଓ ଅପରାଧୀ ରାଉତପଡାରେ ଅପହରଣ କରିବାକୁ ଉଦ୍ୟମ ,ଗ୍ରାମବାସୀ ମାନଙ୍କ ମାଡ଼ରେ ୩ ଗୁରୁତର

ରାଉତପଡାରେ ଅପହରଣ କରିବାକୁ ଉଦ୍ୟମ ,ଗ୍ରାମବାସୀ ମାନଙ୍କ ମାଡ଼ରେ ୩ ଗୁରୁତର

ରାଉତପଡାରେ ଅପହରଣ କରିବାକୁ ଉଦ୍ୟମ ,ଗ୍ରାମବାସୀ ମାନଙ୍କ ମାଡ଼ରେ ୩ ଗୁରୁତର


ଖୋର୍ଦ୍ଧା, ତା୧୪/୬-ବେଗୁନିଆ ଥାନା ଅନ୍ତର୍ଗତ ରାଉତପଡା ଗ୍ରାମର ସାହାଡ଼ାପୁଟ ଆଦିବାସୀ ସାହିରେ ବିଳମ୍ବିତ ସନ୍ଧ୍ୟାରେ ଏକ ଗାଡ଼ିରେ ଆସି ଜନୈକ ବ୍ୟକ୍ତିଙ୍କୁ ଅପହରଣ କରିବାକୁ ଚେଷ୍ଟା କରିବା ସମୟରେ ୩ ଜଣ ଗ୍ରାମବାସୀଙ୍କ ମାଡ଼ରେ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି ।

ସୂଚନା ମୁତାବକ ସଂପୃକ୍ତ ଗ୍ରାମରେ ମନୋରଞ୍ଜନ ସାହୁ()ଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୋତଳାଙ୍ଗ ଗ୍ରାମର ୮ ରୁ ୧୦ଜଣ ବ୍ୟକ୍ତି ମାରଣାସ୍ତ୍ର ଧରି ଏକ ବୋଲେରୋ ଯୋଗେ ପହଁଞ୍ଚି ଶ୍ରୀ ସାହୁଙ୍କୁ ଅପହରଣ ଉଦ୍ୟମ କରୁଥିବା ବେଳେ ତାଙ୍କ ପତ୍ନୀ ଏଥିରେ ପ୍ରତିରୋଧ କରିବାରୁ ସଂପୃକ୍ତ ବ୍ୟକ୍ତିମାନେ ଦୁବ୍ୟବହାରର ପ୍ରଦର୍ଶନ କରିଥିଲେ । ଫଳରେ ଦମ୍ପତିଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଭଙ୍ଗାରୁଜା କରିବା ସହ ୩ ଜଣଙ୍କୁ ମାଡ଼ ମାରି ଲହୁଲୁହାଣ କରିଦେଇଥିଲେ ।ସାଙ୍ଗରେ ଆସିଥିବା ଅନ୍ୟମାନେ ଏହା ଦେଖି ଭୟରେ ଖସି ପଳାଇ ଯାଇଥିଲେ ।

ବେଗୁନିଆ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ଗ୍ରାମବାସୀମାନେ ପୋଲିସକୁ ପୁରାଇ ଦେଇ ନଥିଲେ ।ଆହତ ବ୍ୟକ୍ତି ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାର ଖବର ମିଳିଛି ।ଏହି ଘଟଣା ସମ୍ପର୍କରେ ଖବର ଲେଖା ହେଲା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇ ନଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

ସାମାଜିକ

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!??

ସଲମାନ୍‌ଙ୍କୁ କାହିଁକି ପସନ୍ଦ କରନ୍ତିନି ବିରାଟ କୋହଲି ..!!?? ସୋସିଆଲ ମିଡିଆରେ ଏବେ ସଲମାନ ଖାଁ,ଅନୁଷ୍କା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା।କୁହାଯାଉଛି ଯେ ସଲମାନଙ୍କୁ...

ମନ୍ଦିର ପରିସର ସଫା କଲେ ସ୍ବେଛାସେବୀ

ଖୋର୍ଦ୍ଧା, ତା୧୦/୧୧-ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦେଶ୍ୱରସ୍ଥିତ ସର୍ବପୁରାତନ ଐତିହ୍ୟ ମନ୍ଦିର ଶ୍ରୀ ଶ୍ରୀ ରାମନାଥଦେବଙ୍କ ମନ୍ଦିର ଓ ଦୁର୍ଗା ମନ୍ଦିରକୁ ସାପ୍ତାହିକ ଖବରକାଗଜ ଭୋକିଲା ପେଟ ଓ ଲୋକ...

ହାତୀ ଦଳିଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା, ତା୨/୧୧- ଫସଲ ଅମଳ ସମୟ ପୂର୍ବରୁ ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ୪ ଗୋଟି ବଣୁଆ ହାତୀ ୩ ଏକରରୁ ଉର୍ଦ୍ଧ୍ବ ଧାନ...

ସଂକୀର୍ତନ ବାୟକଙ୍କ ପରଲୋକ

ଖୋର୍ଦ୍ଧା, ତା୨୦/୧୦-ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ସଂକୀର୍ତନ ବାୟକ ହରିବନ୍ଧୁ ବେହେରା(୮୦)ଙ୍କର ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ପରଲୋକ ଘଟିଯାଇଛି ।ସେ ଜଣେ...
satta king chart