ହୋମିଓପାଥି ଡାକ୍ତରଙ୍କ ପଦୋନ୍ନତି
ଖୋର୍ଦ୍ଧା, ତା୨୭/୮- ବେଗୁନିଆ ଅଞ୍ଚଳର ସୁନାମଧନ୍ୟ ହୋମିଓପାଥିକ ଡାକ୍ତର ତଥା ଆରିକମା ସରକାରୀ ହୋମିଓପାଥିକ ଚିକିତ୍ସାଳୟର ଚିକିତ୍ସାଧିକାରୀ ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର ନିକଟରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟବିଭାଗ ଦ୍ୱାରା ପଦୋନ୍ନତି ପାଇ ଭୁବନେଶ୍ୱରସ୍ଥିତ ପୂର୍ବାଞ୍ଚଳ ମୁଖ୍ୟ ହୋମିଓପାଥିକ ଚିକିତ୍ସାଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି । ଏହା ପୂର୍ବରୁ ଡାକ୍ତର ମହାପାତ୍ର ଓଡ଼ିଶାର ପଛୁଆ ଅଞ୍ଚଳ ଭାବରେ ପରିଚିତ କେ.ବି.କେରେ ଦୀର୍ଘଦିନ ଧରି କାର୍ଯ୍ୟ କରିବା ପରେ ଦୀର୍ଘ ୧୫ବର୍ଷରୁ ଉର୍ଦ୍ଧ ସମୟ ଧରି ଫତେଗଡ଼ ଓ ଆରିକମାର ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ । ସାହିତ୍ୟ,ସଂସ୍କୃତି,ଇତିହାସ ଓ ଗବେଷଣା କ୍ଷେତ୍ରରେ ଡାକ୍ତର ଶ୍ରୀ ମହାପାତ୍ରଙ୍କର ଗଭୀର ଅନୁପ୍ରବେଶ ରହିଛି । ତାଙ୍କର ଏହି ନୂତନ ନିଯୁକ୍ତିକୁ ଅଞ୍ଚଳର ସାହିତ୍ୟାନୁରାଗୀ ଓ ବୁଦ୍ଧିଜୀବୀ ମାନଙ୍କ ମହଲରେ ସ୍ୱାଗତ କରାଯାଇଛି ।